ଓଡିଶା

odisha

ETV Bharat / technology

ISRO ଲଞ୍ଚ କରିବ ୟୁରୋପୀୟ ସାଟେଲାଇଟ୍‌ Proba-3; ମିଶନର ଉଦ୍ଦେଶ୍ୟ କଣ ? - ISRO PSLV TO LAUNCH ESA PROBA 3

ଇସ୍ରୋ ଆସନ୍ତା ମାସରେ ୟୁରୋପୀୟ ମହାକାଶ ଏଜେନ୍ସି ESAର ପ୍ରୋବା-3 ମିଶନକୁ ଲଞ୍ଚ କରିବ । ଏହି ମିଶନର ଉଦ୍ଦେଶ୍ୟ କଣ ବିସ୍ତୃତ ଭାବରେ ଜାଣନ୍ତୁ...

ESA's Proba-3 Mission to study Sun's corona
ESA's Proba-3 Mission to study Sun's corona (Credit- European Space Agency)

By ETV Bharat Tech Team

Published : Nov 29, 2024, 7:41 PM IST

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଗତ କିଛି ବର୍ଷରେ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛି । ମଙ୍ଗଳଯାନ ହେଉ କି ଚନ୍ଦ୍ରଯାନ ଇସ୍ରୋ କମ ଖର୍ଚ୍ଚରେ ସାଟେଲାଇଟ ଲଞ୍ଚ କରିବାରେ ସକ୍ଷମ ହୋଇଛି । ଏହାରି ମଧ୍ୟରେ ଇସ୍ରୋକୁ ଆଉ ଏକ ସଫଳତା ମିଳିବାକୁ ଯାଉଛି । ଆସନ୍ତା ଡିସେମ୍ବର 4 ତାରିଖରେ ଇସ୍ରୋ ଶ୍ରୀହରିକୋଟା ସ୍ପେଶପୋର୍ଟରୁ ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ପ୍ରୋବା-3 ମିଶନକୁ ଲଞ୍ଚ କରିବାକୁ ଯାଉଛି । ESAର ଏହି ମିଶନ ସୂର୍ଯ୍ୟଙ୍କ କୋରୋନା ବା ବାହ୍ୟ ବଳୟ ଉପରେ ଗବେଷଣା କରିବ ।

କଣ ଏହି Proba-3 ମିଶନ ?

ୟୁରୋପୀୟ ମହାକାଶ ଏଜେନ୍ସି ESAର ଏହି ମିଶନ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବା ଉଦ୍ଦେଶ୍ୟରେ ଲଞ୍ଚ କରାଯିବ । ଏହା ପୂର୍ବରୁ ଇସ୍ରୋ 2001ରେ Proba-1 ଓ 2009ରେ Proba-2 ମିଶନକୁ ସଫଳତାର ସହିତ ଲଞ୍ଚ କରିଥିଲା । Proba-3 ମିଶନକୁ ୟୁରୋପ ଅନେକ ଦେଶର ସହାୟତାରେ ଲଞ୍ଚ କରୁଛି । ଏଥିରେ ଭାରତ ସମେତ ସ୍ପେନ, ପୋଲାଣ୍ଡ, ବେଲଜିୟମ, ଇଟାଲୀ ଓ ସ୍ବିଜରଲ୍ୟାଣ୍ଡ ମଧ୍ୟ ସାମିଲ । 200ମିଲିୟନ ୟୁରୋ ଆନୁମାନିକ ମୂଲ୍ୟର ଏହି ମିଶନ 2ବର୍ଷ ପର୍ଯ୍ୟନ୍ତ ଚାଲିବ । ଏହା ଏକ ଐତିହାସିକ ମିଶନ ହେବ କାରଣ ମହାକାଶରେ 'Precision Formation Flying' ପରୀକ୍ଷା କରାଯିବ । ଅର୍ଥାତ 2ଟି ସାଟେଲାଇଟ୍‌ ଏକା ସମୟରେ ଉଡି଼ବେ ।

ଏହା ବି ପଢନ୍ତୁ
  1. ମହାକାଶ କ୍ଷେତ୍ରରେ ଭାରତର ସଫଳତା ଆଶ୍ଚର୍ଯ୍ୟଜନକ: ESA
  2. ଚନ୍ଦ୍ର ପରେ ଏବେ ଶୁକ୍ର ଗ୍ରହକୁ ଯିବ ଭାରତ; Venus ମିଶନ ଆରମ୍ଭ କଲା ଇସ୍ରୋ
  3. ISRO PSLV: 30ରେ ସିଙ୍ଗାପୁରର 7 ଉପଗ୍ରହ ଉତକ୍ଷେପଣ କରିବ ISRO

ପ୍ରୋବା-3 ମିଶନରେ 2ଟି ସ୍ପେଶକ୍ରାଫ୍ଟ ରହିଛି, ଗୋଟିଏ ହେଉଛି Occulter ଯାହାର ଓଜନ ପ୍ରାୟ 200କେଜି ଓ ଅନ୍ୟଟି Coronagraph ଯାହାର ଓଜନ 340କେଜି । ଡିସେମ୍ବର 4 ତାରିଖରେ ଏହି ଦୁଇଟି ସାଟେଲାଇଟ୍‌କୁ ଲଞ୍ଚ କରାଯିବା ପରେ ଏହା ଅଲଗା ଅଲଗା ହୋଇୟିବ । କିନ୍ତୁ ପରେ ଏହାକୁ ଏକାଠି ଅଣାଯିବ, ଯାହାଦ୍ବାରା ଗୋଟିଏ ସାଟେଲାଇଟ୍‌ ସୋଲାର କୋରୋନାଗ୍ରାଫ ଗଠନ କରିବେ । କିଛି ଉପକରଣ ସୂର୍ଯ୍ୟଙ୍କ କିରଣକୁ ବ୍ଲକ୍‌ କରିବା ଦ୍ବାରା ଗବେଷକମାନେ ସୂର୍ଯ୍ୟଙ୍କ ବାହ୍ୟମଣ୍ଡଳକୁ ଭଲ ଭାବେ ଷ୍ଟଡି କରିବାରେ ସକ୍ଷମ ହେବେ ।

Proba-3 ମିଶନର ଲକ୍ଷ୍ୟ:-

ପ୍ରୋବା-3 ମିଶନର ଲକ୍ଷ୍ୟ ହେଉଛି ସୂର୍ଯ୍ୟଙ୍କ କୋରୋନାକୁ ଅଧ୍ୟୟନ କରିବା । ଏହା ସୂର୍ଯ୍ୟଙ୍କ ସେହି ଭାଗ ଯାହାର ତାପମାତ୍ରା 20 ଲକ୍ଷ ଡିଗ୍ରୀ ଫାରେନାଇଟ୍‌ ରହିଥାଏ । ସୋଲାର କୋରୋନା ମହାକାଶର ବାତାବରଣ ଉପରେ ପ୍ରଭାବ ପକାଇଥାଏ । ସୌର ଝଡ଼ ଓ ଏଥିରୁ ବାହାରୁଥିବା ପବନ ଯୋଗୁଁ ପୃଥିବୀରେ ସାଟେଲାଇଟ୍‌ ଓ ନାଭିଗେସନରେ ସମସ୍ୟା ଦେଖାଦିଏ । ଏଗୁଡ଼ିକର ଅଧ୍ୟୟନ କରାଯିବ । ଗୋଟିଏ ସାଟେଲାଇଟ ସୂର୍ଯ୍ୟଙ୍କ ରଶ୍ମିକୁ ବ୍ଲକ୍‌ କରିବା ଦ୍ବାରା ଅନ୍ୟ ସାଟେଲାଇଟଟି ଗବେଷଣା କରିବ । ପ୍ରାୟ 6ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ବାହ୍ୟମଣ୍ଡଳ ଉପରେ ଗବେଷଣା କରାଯିବ ।

PSLV-XL ରକେଟ୍‌ ସହାୟତାରେ ଲଞ୍ଚ ହେବ Proba-3

ପ୍ରୋବା-3 ସ୍ପେଶକ୍ରାଫ୍ଟକୁ ଇସ୍ରୋର ପୋଲାର ସାଟେଲାଇଟ୍‌ ଲଞ୍ଚ ଭେହିକଲ (PSLV)ରୁ ଲଞ୍ଚ କରାଯିବ । ଇସ୍ରୋର ଏହି ଲଞ୍ଚ ଭେହିକଲରୁ ପୂର୍ବ ରେକର୍ଡ ବେଶ ସଫଳ । 1994 ମସିହାରେ ପ୍ରଥମ ସଫଳ ଲଞ୍ଚ ପରେ ଏହା ଅନେକ ମିଶନକୁ ଲଞ୍ଚ କରିଛି । ପୁରା ବିଶ୍ବ PSLV ଉପରେ ଭରସା କରୁଛି । ଭାରତର ପ୍ରଥମ ଚନ୍ଦ୍ରଯାନ ମିଶନକୁ ମଧ୍ୟ PSLVରୁ ଲଞ୍ଚ କରାଯାଇଥିଲା ।

ABOUT THE AUTHOR

...view details