ଓଡିଶା

odisha

ETV Bharat / technology

ମନସୁନ ସେଲ୍‌ ଓ ଗ୍ରାମୀଣ ଚାହିଦା କଲା କମାଲ; ଭାରତ ସ୍ମାର୍ଟଫୋନ ବଜାରରେ ଅଭିବୃଦ୍ଧି, Vivo ନୂଆ ମାର୍କେଟ ଲିଡର୍‌

ଚଳିତ ବର୍ଷ ଜୁଲାଇ ଓ ସେପ୍ଟେମ୍ବର ମଧ୍ୟରେ ଭାରତ ସ୍ମାର୍ଟଫୋନ ବଜାରରେ 9 ପ୍ରତିଶତ ଅଭିବୃଦ୍ଧି ଘଟିଛି । ଆକର୍ଷଣୀୟ ମନସୁନ ଅଫର ଓ ଗ୍ରାମୀଣ ଚାହିଦା ଯୋଗୁଁ ଏହା ସମ୍ଭବପର ହୋଇଛି ।

Indian smartphone market
Indian smartphone market (Photo- Vivo India)

By ETV Bharat Tech Team

Published : 9 hours ago

ହାଇଦ୍ରାବାଦ: ଉତ୍ସବ ଋତୁ ପୂର୍ବରୁ ଗ୍ରାମାଞ୍ଚଳର ଚାହିଦା ଅନୁଯାୟୀ ଜୁଲାଇ-ସେପ୍ଟେମ୍ବର ମାସରେ ଭାରତୀୟ ସ୍ମାର୍ଟଫୋନ ବଜାର 9% ବୃଦ୍ଧି ପାଇଛି । ଏହି ସମୟ ସୀମା ମଧ୍ୟରେ 47.1 ମିଲିୟନ ୟୁନିଟ୍ ସିପିଂ ହୋଇଛି । ମାର୍କେଟ ରିସର୍ଚ୍ଚ ଫାର୍ମ କାନାଲିସ୍ ଅନୁଯାୟୀ ଗ୍ରାହକମାନେ ପୂଜା ବଜାର ପାଇଁ ପ୍ରସ୍ତୁତ ହେବା ଲାଗି ଉଭୟ ଅନଲାଇନ ଏବଂ ଅଫଲାଇନରେ ମନସୁନ୍‌ ବିକ୍ରି ମାଧ୍ୟମରେ ଷ୍ଟକ୍‌ ସଫା କରିଥିଲେ ।

ବରିଷ୍ଠ ବିଶ୍ଳେଷକ ସାନିଆମ୍ ଚୌରାସିଆଙ୍କ ଅନୁଯାୟୀ ବଜାରର ଶୀର୍ଷ ବ୍ରାଣ୍ଡଗୁଡିକ ପୂଜା ବଜାର ପୂର୍ବରୁ ଷ୍ଟକ୍‌ ହଟାଇବା ଲାଗି ନିଜର ପୋର୍ଟଫୋଲିଓକୁ ମଧ୍ୟ-ଉଚ୍ଚ ସୀମା ମଧ୍ୟରେ ବିକ୍ରି କରୁଛନ୍ତି । ଆପଲ୍ କ୍ଷେତ୍ରରେ ମଧ୍ୟ ସମାନ ଷ୍ଟ୍ରାଟେଜି ଦେଖିବାକୁ ମିଳିଥିଲା । ଆଇଫୋନ 16 ଲଞ୍ଚ ପୂର୍ବରୁ ଆଇଫୋନ୍ 15 ଉପରେ ଆକର୍ଷଣୀୟ ଡିସକାଉଣ୍ଟ ସାଙ୍ଗକୁ ଦର ମଧ୍ୟ ହ୍ରାସ ପାଇଥିଲା । ଫଳରେ ଛୋଟ ଛୋଟ ସହରରେ ଆଇଫୋନ 15ର ଚାହିଦା ବେଶ ବୃଦ୍ଧି ପାଇଥିଲା ।

ସେପଟେ Vivoର କହିବାନୁସାରେ କମ୍ପାନୀ ପ୍ରଥମ ଥର ଲାଗି 19 ପ୍ରତିଶତ ମାର୍କେଟ ସେୟାର ହାତେଇଥିବା ବେଳେ 9.1 ମିଲିୟନ ୟୁନିଟ୍‌ ସିପିଂ କରିଥିଲା । ଏହି ତାଲିକାରେ ସାଓମି (Xiaomi) ଦ୍ବିତୀୟ ସ୍ଥାନରେ ଆସି 7.8 ମିଲିୟନ ୟୁନିଟ ସିପିଂ କରିଥଇଲା । ସେହିପରି ସାମସଙ୍ଗ 7.5 ମିଲିୟନ ୟୁନିଟ ବିକି ତୃତୀୟ ସ୍ଥାନରେ ଆସିଥିବା ବେଳେ Oppo 6.3 ମିଲିୟନ ସହିତ ଚତୁର୍ଥ ଓ realme 5.3 ମିଲିୟନ ୟୁନିଟ ସହିତ ପଞ୍ଚମ ସ୍ଥାନରେ ରହିଥିଲା ।

ଏହା ବି ପଢନ୍ତୁ
  1. 15ହଜାର ଭିତରେ ବେଷ୍ଟ ସ୍ମାର୍ଟଫୋନ; ତାଲିକାରେ କିଏ ନଜର ପକାନ୍ତୁ
  2. 13 ପ୍ରତିଶତ ଖସିଲା ବିଶ୍ବ ସ୍ମାର୍ଟଫୋନ ମାର୍କେଟ, ଶୀର୍ଷରେ ସାମସଙ୍ଗ ବ୍ରାଣ୍ଡ

Vivo ନୂଆ ମାର୍କେଟ ଲିଡର:-

ବିଶେଷକରି ମୌସୁମୀ ଏବଂ କ୍ଲିୟରାନ୍ସ ବିକ୍ରି ଯୋଗୁଁ ଉପଭୋକ୍ତାମାନେ ଅନଲାଇନ ଏବଂ ଅଫଲାଇନ ଚ୍ୟାନେଲ ମାଧ୍ୟମରେ ବହୁ ପରିମାଣରେ ସ୍ମାର୍ଟଫୋନ୍ କିଣିଛନ୍ତି । ରିପୋର୍ଟ ଅନୁଯାୟୀ, ଗତ ତ୍ରିମାସରେ ମୋଟ 47.1 ମିଲିୟନ କିମ୍ବା 4.7 କୋଟିରୁ ଅଧିକ ସ୍ମାର୍ଟଫୋନ୍ ପଠାଯାଇଛି । ଚାଇନାର ବ୍ରାଣ୍ଡ ଭିଭୋ (Vivo) ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ସର୍ବାଧିକ ସଂଖ୍ୟକ ସ୍ମାର୍ଟଫୋନ୍ ପଠାଇଛି । କମ୍ପାନୀର ବଜାର ଅଂଶ 19 ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ବର୍ଷ ଏହି ସମୟ ମଧ୍ୟରେ ଭିଭୋଙ୍କ ବଜାର ଅଂଶ 17 ପ୍ରତିଶତ ଥିଲା । ଗତ ତ୍ରିମାସିକରେ (Q3, 2024) କମ୍ପାନୀ ଭାରତୀୟ ବଜାରରେ ସର୍ବାଧିକ 9.1 ନିୟୁତ ୟୁନିଟ୍ ପଠାଇଛି ।

Indian smartphone market (ETV Bharat)

Xiaomi ଓ Samsungର ସରିଲା ରାଜତ୍ବ:-

ସାଓମିର ବଜାର ଅଂଶ 18 ପ୍ରତିଶତରୁ 17 ପ୍ରତିଶତକୁ ପହଞ୍ଚିଛି । କମ୍ପାନୀ ଭାରତୀୟ ବଜାରରେ ପ୍ରଥମ ସ୍ଥାନ ହରାଇଛି । ଗତ ତ୍ରିମାସରେ ସାଓମି ମୋଟ 7.2 ନିୟୁତ ୟୁନିଟ୍ ସ୍ମାର୍ଟଫୋନ୍ ପଠାଇଥିଲା, ଯାହା ଗତ ବର୍ଷ ତୁଳନାରେ 3 ପ୍ରତିଶତ କମ୍ ଥିଲା । ଏଥି ସହିତ ଦକ୍ଷିଣ କୋରିଆ ବ୍ରାଣ୍ଡ ସାମସଙ୍ଗ ତୃତୀୟ ସ୍ଥାନକୁ ଖସି ଆସିଛି । କମ୍ପାନୀର ବଜାର ଅଂଶ 18 ପ୍ରତିଶତରୁ 16 ପ୍ରତିଶତକୁ ହ୍ରାସ ପାଇଛି । କମ୍ପାନୀ 2024ର ତୃତୀୟ ତ୍ରିମାସିକରେ 7.5 ନିୟୁତ ସ୍ମାର୍ଟଫୋନ୍ ପଠାଇଛି, ଯାହା 2023ରେ 7.9 ନିୟୁତ ପରିବହନରୁ ହ୍ରାସ ପାଇଛି ।

Oppo ଦେଖାଇଲା ଜବରଦସ୍ତ ଅଭିବୃଦ୍ଧି:-

ଭିଭୋ ବ୍ୟତୀତ ସ୍ମାର୍ଟଫୋନ୍ ପଠାଇବା କ୍ଷେତ୍ରରେ OPPO ସର୍ବାଧିକ 43 ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି । ଗତ ତ୍ରିମାସରେ କମ୍ପାନୀ 6.3 ନିୟୁତ ୟୁନିଟ୍ ବିକ୍ରି କରିଥିବା ଜଣଆପଡ଼ିଛି । Oppoର ବଜାର ଅଂଶ 13 ପ୍ରତିଶତ ହୋଇଛି ଯାହାକି ଗତ ବର୍ଷର 4.4 ନିୟୁତ ଥିଲା । ଭିଭୋ ଏବଂ ଓପୋ ଉଭୟ କମ୍ପାନୀ ଅଫଲାଇନରେ ତଥା ଅନଲାଇନ ପ୍ଲାଟଫର୍ମରେ ସେମାନଙ୍କର ଉପଲବ୍ଧତା ବୃଦ୍ଧି କରିଛନ୍ତି । ରିପୋର୍ଟ ଅନୁଯାୟୀ ଭିଭୋ ଟି-3 ସିରିଜ୍ ଏବଂ ଓପୋ କେ-12 ସିରିଜର ଅଫଲାଇନ ଓ ଅନଲାଇନ ପ୍ଲାଟଫର୍ମରେ ଭଲ ଚାହିଦା ରହିଛି ।

ସବୁଠୁ ଅଧିକ କ୍ଷତି ସହିଲା Realme:-

ଓପୋର ସିଷ୍ଟର କମ୍ପାନୀ Realme ଗତ ତ୍ରିମାସରେ ସବୁଠୁ ଅଧିକ କ୍ଷତି ସହିଛି । କମ୍ପାନୀର ବର୍ଷକୁ ବର୍ଷ ମାର୍କେଟ ସେୟାର ଓ ସିପମେଣ୍ଟ ହ୍ରାସ ପାଇବାରେ ଲାଗିଛି । ରିଅଲମି ଗତ ତ୍ରିମାସରେ ମାତ୍ର 5.3 ମିଲିୟନ ୟୁନିଟ ସିପିଂ କରିଛି । କିନ୍ତୁ ଗତବର୍ଷ କମ୍ପାନୀ 5.8 ମିଲିୟନ ସିପିଂ କରିଥିଲା ।

ରେସରେ Apple, Google ଓ Nothing:-

ପ୍ରିମିୟମ ସ୍ମାର୍ଟଫୋନ ମାର୍କେଟ ବିଷୟରେ କହିଲେ, ଆପଲ୍‌ ନିଜର ଦବଦବା ବଜାୟ ରଖିଛି । iPhone 15ର ଜବରଦସ୍ତ ଡିମାଣ୍ଡ ଭାରତୀୟ ବଜାରରେ ଦେଖିବାକୁ ମିଳିଛି । ସେହିପରି Samsungର ପ୍ରିମିୟମ ସେଗମେଣ୍ଟରେ ଭଲ ମାର୍କେଟ ସେୟାର ଦେଖିବାକୁ ମିଳିଛି । ଅନ୍ୟ ବ୍ରାଣ୍ଡ ମଧ୍ୟରେ Motorola, Nothing ଓ Googleର ମାର୍କେଟ ସେୟାରରେ ଜବରଦସ୍ତ ଅଭିବୃଦ୍ଧି ଘଟିଛି ।

ABOUT THE AUTHOR

...view details