ETV Bharat / technology

ୟୁଜରଙ୍କୁ ଭୁଲ ତଥ୍ୟ ଦେଇ ଭ୍ରମିତ କରିପାରେ ChatGPT; ନୂଆ ଅଧ୍ୟୟନରେ ଖୁଲାସା - STUDY ON CHATGPT SEARCH

ଏକ ରିସର୍ଚ୍ଚ ଅନୁସାରେ ଚାଟଜିପିଟି ସର୍ଚ୍ଚ ୟୁଜରଙ୍କୁ ଭୁଲ ତଥ୍ୟ ଦେଇ ଭ୍ରମିତ କରିପାରେ । ଏହି ବିଷୟରେ ଅଧିକ ଜାଣନ୍ତୁ...

ChatGPT search can also mislead users by giving them wrong information
ChatGPT search can also mislead users by giving them wrong information (Photo - OpenAI)
author img

By ETV Bharat Tech Team

Published : 17 hours ago

ହାଇଦ୍ରାବାଦ: OpenAI ଦ୍ବାରା ବିକଶିତ ହୋଇଥିବା ChatGPTର ସର୍ଚ୍ଚ ଟୁଲ୍‌ ନିକଟରେ ଲଞ୍ଚ ହୋଇଥିଲା । ଏହାଦ୍ବାରା ୟୁଜର ସ୍ବଳ୍ପ ସମୟ ମଧ୍ୟରେ ୱେବ ପେଜ ବ୍ରାଉଜ କରିପାରି ଅନେକ ତଥ୍ୟ ସଂଗ୍ରହ କରିପାରିବେ । ଏହାସହିତ କମ୍ପାନୀ ଦୁନିଆର ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍‌କୁ ଟକ୍କର ଦେଇଥିଲା । ନିକଟରେ ଏକ ରିସର୍ଚ୍ଚ ଅନୁସାରେ, ଚାଟଜିପିଟି ସର୍ଚ୍ଚ ଜରିଆରେ ୟୁଜରଙ୍କୁ ଭୁଲ ତଥ୍ୟ ପ୍ରଦାନ କରିପାରେ । ଯାହାଦ୍ବାରା ୟୁଜର ଭ୍ରମିତ ହୋଇପାରନ୍ତି ।

ChatGPT ସର୍ଚ୍ଚର ସମସ୍ୟା

ୟୁକେର ଏକ ପବ୍ଲିକେସନ 'ଦ ଗାର୍ଡିଆନ' ରିପୋର୍ଟ ଅନୁସାରେ, ଚାଟଜିପିଟି ସର୍ଚ୍ଚ ଦ୍ବାରା ମିଳୁଥିବା ତଥ୍ୟ ସମ୍ପୂର୍ଣ୍ଣ ଭାବେ ଭୁଲ ବା ମିସଲିଡିଙ୍ଗ ହୋଇପାରେ । ଏହି ରିପୋର୍ଟରେ କୁହାଯାଇଛି ଯେ ଚାଟଜିପିଟିର ସର୍ଚ୍ଚ ଫିଚରକୁ ବ୍ରାଉଜିଂର ସ୍ପିଡକୁ ବଢାଇବା ଲାଗି ବିକଶିତ କରାଯାଇଥିଲା । ଯାହାଦ୍ବାରା ୟୁଜରଙ୍କ ନିକଟରେ କୌଣସି ପ୍ରସଙ୍ଗର ସାରାଂଶ ପହଞ୍ଚିପାରିବ । ହେଲେ ଅଧ୍ୟୟନ ବେଳେ ଏହି ପବ୍ଲିକେସନ ଜାଣିବାକୁ ପାଇଛି ଯେ, ୱେବସାଇଟ୍‌ରେ ଲୁଚିଥିବା Text ଦ୍ବାରା ଚାଟଜିପିଟି ନେଗେଟିଭ ରିଭ୍ୟୁଜକୁ ଅଣଦେଖା କରିପାରେ ଓ ସମ୍ପୂର୍ଣ୍ଣ ଭାବେ ପଜିଟିଭ ସାଂରାଶ ଜେନେରେଟ କରିପାରେ । ଏହିପରି ଭାବରେ ଚାଟଜିପିଟିକୁ ଖରାପ ବା ହାନିକାରକ କୋଡ ଜେନେରେଟ୍‌ କରିବା ଲାଗି ବ୍ୟବହାର କରାଯାଇପାରେ ।

କଣ କହିଲା OpenAI ?

ଏହି ରିପୋର୍ଟ ଅନୁସାରେ, ହିଡେନ ଟେକ୍ସଟ ଆଟାକ୍‌ ଲାର୍ଜ ଲାଙ୍ଗୁଏଜ ମଡେଲ ଲାଗି ହାନିକାରକ ହୋଇପାରେ । କିନ୍ତୁ ପ୍ରଥମ ଥର ଲାଗି କୌଣସି AI ଆଧାରିତ ସର୍ଚ୍ଚ ପ୍ରଡକ୍ଟ ଉପରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ରିପୋର୍ଟ ଆହୁରି କହିଛନ୍ତି ଯେ ଗୁଗଲ୍‌ ସର୍ଚ୍ଚ ଇଞ୍ଜିନ କ୍ଷେତ୍ରରେ ଲିଡର ଏବଂ ଏଭଳି ସମସ୍ୟା ସହିତ କିପରି ଡିଲ୍‌ କରାଯିବ ତାର ଅଭିଜ୍ଞତା ଗୁଗଲ୍‌ ନିକଟରେ ରହିଛି ।

ଏହା ବି ପଢନ୍ତୁ
  1. 'ମଣିଷ ତୁମେ ଦୁନିଆ ପାଇଁ ବୋଝ, ଯାଅ ମରିଯାଅ'; ଏମିତି କାହିଁକି କହିଲା Google Gemini
  2. ଏବେ ମାଗଣାରେ ବ୍ୟବହାର କରନ୍ତୁ OpenAIର SearchGPT
  3. WhatsAppରେ ଏଣ୍ଟ୍ରି ମାରିଲା ChatGPT; ଲ୍ୟାଣ୍ଡଲାଇନ ଫୋନରେ ବି ଉପଲବ୍ଧ

ଏହି ସମସ୍ୟାକୁ ନେଇ ଚାଟଜିପିଟି ସେପରି କୌଣସି ପ୍ରତିକ୍ରିୟା ଦେଇନାହିଁ । କମ୍ପାନୀ ପକ୍ଷରୁ କେବଳ କୁହାଯାଇଛି ଯେ ଚାଟଜିପିଟି ସର୍ଚ୍ଚ ଏଭଳି ହାନିକାରକ କଣ୍ଟେଣ୍ଟଙ୍କୁ ୟୁଜରଙ୍କ ନିକଟରେ ନ ପହଞ୍ଚାଇବା ଲାଗି ଅନେକ ଟୁଲ୍‌ର ବ୍ୟବହାର କରାଯାଇଛି । ଏହାକୁ ଆହୁରି ଉନ୍ନତ କରିବା ଲାଗି ଲଗାତାର ଭାବରେ ଟିମ କାମ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.