ହାଇଦ୍ରାବାଦ: ସ୍ବଦେଶୀ ବ୍ରାଣ୍ଡା ଲାଭା ଏକ ନୂଆ ସ୍ମାର୍ଟଫୋନ Lava Yuva 2 5G ଲଞ୍ଚ କରିଛି । ଏହା Yuva ସିରିଜରେ କମ୍ପାନୀର ସବୁଠୁ ବଜେଟ 5ଜି ସ୍ମାର୍ଟଫୋନ ହୋଇପାରିଛି । ଏଥିରେ ଗ୍ରାହକଙ୍କୁ 6.67 ଇଞ୍ଚର HD+ ଡିସପ୍ଲେ ମିଳୁଥିବା ବେଳେ 50MP କ୍ୟାମେରା ଓ 5000mAh ବ୍ୟାଟେରୀ ମଧ୍ୟ ମିଳୁଛି । ଏହା ଏକ ଷ୍ଟାଇଲିସ ଲୁକ୍ ସହ ଆସିଥିବା ବେଳେ ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ ହୋଇଛି । ଯେଉଁମାନଙ୍କ ବଜେଟ 10ହଜାର ସେମାନେ ଏହି ଫୋନକୁ କିଣିପାରିବେ ।
Presenting LAVA Yuva 2 5G: Ab Dunia ko Dikha! 🤩
— Lava Mobiles (@LavaMobile) December 27, 2024
Shop now at your nearest retail outlets!
Price: ₹9,499/-
✅ Stunning Notification Light
✅ 700Nits High Brightness Mode
✅ 50MP AI Dual Rear Camera
✅ 4GB+4GB* RAM I 128GB UFS 2.2 ROM
✅ Dual Stereo Speakers
✅ Octa-core… pic.twitter.com/Ez5g6QuLuf
Lava Yuva 2 5G: ଦାମ ଓ ଉପଲବ୍ଧତା
- ଲାଭା ୟୁଭା 2 5ଜି ମାର୍ବଲ ବ୍ଲାକ୍, ମାର୍ବଲ ହ୍ବାଇଟ୍ କଲର ଅପସନ ସହିତ ଆସିଛି ।
- ଏହି ଫୋନର ଦାମ 9,499 ଟଙ୍କା ରହିଛି ।
- ଏହି ଫୋନକୁ ଦେଶ ସାରା ରହିଥିବା ରିଟେଲ୍ ଆଉଟଲେଟ୍ସରୁ କିଣିୁପାରିବେ ।
- ପ୍ରଡକ୍ଟ ଉପରେ କମ୍ପାନୀ 1 ବର୍ଷର ୱାରେଣ୍ଟି ଓ ଘରେ ମାଗଣା ସେବା ଭଳି ସୁବିଧା ପ୍ରଦାନ କରିଛି ।
Presenting LAVA Yuva 2 5G: Ab Dunia ko Dikha! 🤩
— Lava Mobiles (@LavaMobile) December 27, 2024
Shop now at your nearest retail outlets!
Price: ₹9,499/-
✅ Stunning Notification Light
✅ 700Nits High Brightness Mode
✅ 50MP AI Dual Rear Camera
✅ 4GB+4GB* RAM I 128GB UFS 2.2 ROM
✅ Dual Stereo Speakers
✅ Octa-core… pic.twitter.com/ZEEj5TCvZj
Lava Yuva 2 5G: ଫିଚର ଓ ସ୍ପେଶିଫିକେସନ
ଲାଭା ୟୁଭା 2 5ଜିରେ 6.67 ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି, ଯାହାର ରିଜୋଲ୍ୟୁସନ 1600 x 720 ପିକ୍ସେଲ ରହିଛି । ଡିସପ୍ଲେରେ 700 ନିଟ୍ସ ପିକ୍ ବ୍ରାଇଟନେସ ଓ 90Hz ରିଫ୍ରେସ ରେଟ୍ ମିଳିଥାଏ । ଏଥିରେ ୟୁନିସକ୍ T760 ପ୍ରୋସେସର ରହିଛି । ଏହାସହ 4GB LPDDR4x RAM ଦିଆଯାଇଛି । ଇଣ୍ଟରନାଲ ଷ୍ଟୋରେଜ 128GB ରହିଛି । ଫୋନରେ SD କାର୍ଡ ଲଗାଇବା ଲାଗି ଅପସନ ମଧ୍ୟ ରହିଛି, ଯେଉଁଥିରେ RAMକୁ 1TB ପର୍ଯ୍ୟନ୍ତ ବିସ୍ତାର କରାଯାଇପାରିବ ।
ଏହା ବି ପଢନ୍ତୁ |
All eyes on Yuva 2 5G's Premium Marble Finish Design! 👀
— Lava Mobiles (@LavaMobile) December 26, 2024
Coming soon to your nearest retail outlet to grab the limelight.#Yuva25G #LavaMobiles #ProudlyIndian pic.twitter.com/DsV4ub0y7L
ଏହା ବ୍ୟତୀତ, ଏଥିରେ ଡୁଆଲ ସିମ୍ ସପୋର୍ଟ ସହିତ ଲାଟେଷ୍ଟ Android 14 ଉପରେ ଆଧାରିତ । ଏଥିରେ ଅନ୍ୟ କୌଣସି ୟୁଆଇ ଲେୟାର ନାହିଁ, ଫଳରେ ଏହା ପ୍ୟୁୟର ଆଣ୍ଡ୍ରଏଡ ଅନୁଭବ ପ୍ରଦାନ କରିଥାଏ । ଫୋନରେ 50MP ମେନ୍ ବ୍ୟାକ୍ କ୍ୟାମେରା ଦିଆଯାଇଛି । ଏହାସହ 2MP AI କ୍ୟାମେରା ଓ LED ଫ୍ଲାସ ସୁବିଧା ମଧ୍ୟ ରହିଛି । ଫୋନରେ 8MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏଥିରେ 5000mAh ବ୍ୟାଟେରୀ ଦିଆଯାଇଛି, ଯାହାକି 18W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ଅନ୍ୟ ସୁବିଧା କଥା କହିଲେ ଫୋନରେ ସାଇଡ-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର, 3.5mm ଅଡିଓ ଜ୍ୟାକ୍, FM ରେଡିଓ, ଷ୍ଟେରିଓ ସ୍ପିକର୍ସ ରହିଛି ।