ଓଡିଶା

odisha

ETV Bharat / technology

ଉଡାଣ ଭରିବା ପୂର୍ବରୁ କଣ କହିଲେ ସୁନୀତା ଓ୍ବିଲିୟମ୍ସ, ହେଉଛି ଭାଇରାଲ - Sunita Williams

NASA's Boeing Starliner: ତୃତୀୟ ଥର ପାଇଁ ମହାକାଶ ଯାତ୍ରା କଲେ ସୁନୀତା ଓ୍ବିଲିୟମ୍ସ । ଉଡାଣ ଭରିବା ପୂର୍ବରୁ କଣ କହିଲେ ସେ..

SUNITA WILLIAMS
SUNITA WILLIAMS (ANI)

By ETV Bharat Odisha Team

Published : Jun 6, 2024, 1:08 PM IST

ହାଇଦ୍ରାବାଦ: ଆଉ ଏକ ବଡ ସଫଳତା ହାତେଇଲେ ଭାରତୀୟ ବଂଶୋଦ୍ଭବ ସୁନୀତା ଓ୍ବିଲିୟମ୍ସ । ପୁଣିଥରେ ଅନ୍ତରୀକ୍ଷ ଉଡାଣ ଭରିଲେ ସୁନୀତା । ତେବେ ଅନ୍ତରୀକ୍ଷକୁ ଯିବା ପୂର୍ବରୁ ଦେଇଥିବା ପ୍ରତିକ୍ରିୟା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଉଡାଣ ଭରିବା ପୂର୍ବରୁ ସେ କହିଥିଲେ, ମୋତେ ଅନ୍ତରୀକ୍ଷ ନେଇ ପୁଣି ଫେରାଇ ଆଣନ୍ତୁ । ପ୍ରକାଶଥାଉକି, ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସ ତାଙ୍କ ସହକର୍ମୀ ବେରୀ ବୁଚଙ୍କ ସହିତ ତୃତୀୟ ଥର ପାଇଁ ମହାକାଶକୁ ଯାତ୍ରା କରିଛନ୍ତି । ଆମେରିକାର ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନରେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ସେମାନେ ଉଡାଣ ଭରିଛନ୍ତି ।

ଭାଇରାଲ ହେଉଛି ତାଙ୍କ ପ୍ରତିକ୍ରିୟା:ସୁନୀତା ଉଡାଣ ଭରିବା ପୂର୍ବରୁ କଣ୍ଟ୍ରୋଲକୁ ଏକ ବାର୍ତ୍ତା ପଠାଇଥିଲେ । ସେ କହିଥିଲେ, "କେଲିପ୍ସୋ ଚାଲ ଯିବା । ମୋତେ ଅନ୍ତରୀକ୍ଷଣକୁ ନେଇ ଚାଲନ୍ତୁ ଏବଂ ପୁଣିଥରେ ଫେରାଇ ଆଣନ୍ତୁ । "ତେବେ ଅନ୍ତରୀକ୍ଷ ସ୍ସେସ ଷ୍ଟେସନ ଅଭିମୁଖେ ଝିଅର ଉଡାଣ ପରେ ମାଙ୍କର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ତାଙ୍କ ମା ବୋନୀ ପାଣ୍ଡ୍ୟା ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଟେକ୍ ଅଫ୍ ହେବାର କିଛି ଘଣ୍ଟା ପୂର୍ବରୁ ମୋ ଝିଅ ପଜିଟିଭ ଏବଂ ଖୁସି ରହିଥିଲା ।" ଅନ୍ୟପକ୍ଷରୁ ନାସା ପକ୍ଷରୁ କୁହାଯାଇଛି, ଉଭୟ ସୁନୀତା ଏବଂ ବୁଚ୍ କକ୍ଷପଥରେ ଷ୍ଟାରଲିନ ମହାକାଶଯାନ ଉଡାଣ ନେଇ କଠିନ ପରିଶ୍ରମ କରିଛନ୍ତି । ପ୍ରଥମ 6 ଘଣ୍ଟା ପ୍ରଥମ 6 ଘଣ୍ଟା ଗୁରୁତ୍ବପୂର୍ଣ୍ଣ ରହିଥିଲା ।"

ଏହା ମଧ୍ୟ ପଢନ୍ତୁ: ସ୍ଥଗିତ ହେଲା ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା, ଏହା କାରଣ କହିଲା ନାସା - Sunita Williams 3rd Space Mission

5ଜୁନରୁ ଆରମ୍ଭ ସ୍ସେସ ମିଶନ:ଜୁନ୍ 5 ତାରିଖ ଦିନ କେପ୍ କାନାଭରାଲରୁ ଆରମ୍ଭ ହୋଇଛି ସୁନୀତା ଓ୍ବିଲିୟମ୍ସଙ୍କ ମହାକାଶ ଯାତ୍ରା । ଭାରତୀୟ ସମୟ ଅନୁସାରେ, ରାତି ପ୍ରାୟ 8ଟା 22 ଅନୁସାରେ ସେ ଉଡାଣ ଭରିଛନ୍ତି । ଏହି ଯାନ ଅନ୍ତରୀକ୍ଷ ସ୍ସେସ ଷ୍ଟେସନରେ ଆଜି ରାତି 9ଟା 45 ମିନିଟରେ ପହଞ୍ଚିବ । ଏହି ଅଭିଯାନରେ ସୁନୀତା ଓ୍ବିଲିୟମ୍ସଙ୍କ ସହ ରହିଛନ୍ତି ବୁଚ୍ ଓ୍ବିଲମୋର ।

ବିଭିନ୍ନ କାରଣରୁ ବୋଇଙ୍ଗ ଷ୍ଟାରଲିନରର ବିମାନ ଅନେକ ଥର ବ୍ୟାହତ ହେଉଥିବା ଖବର ସାମ୍ନାକୁ ଆସିଥାଏ। ତେବେ ଫ୍ଲୋରିଡାର କେପ କାର୍ଣ୍ଣିଭାଲ ସ୍ସେସ ଫୋର୍ସ ଷ୍ଟେସନରୁ ଏହି ଯାନ ଉଡାଣ ଭରିଛି । ଏଭଳି ମିଶନରେ ଯାଇ ସୁନୀତା ୱିଲିୟମ୍ସ ବିଶ୍ୱର ପ୍ରଥମ ମହିଳା ମହାକାଶଚାରୀ ହୋଇଛନ୍ତି । 1987 ମସିହାରେ ସେ ଆମେରିକାର ନାଭାଲ ଏକାଡେମୀରୁ ପ୍ରଶିକ୍ଷଣ ନେଇଥିଲେ । ଏହାପରେ ସେ ଆମେରିକା ନୌସେନା ସହିତ ଯୋଡି ହୋଇ ରହିଛନ୍ତି । 1998 ରେ ସେ ନାସା ଦ୍ୱାରା ଜଣେ ମହାକାଶଚାରୀ ଭାବରେ ମନୋନୀତ ହୋଇଥିଲେ । ଏହା ପୂର୍ବରୁ ସୁନୀତା ଓ୍ବିଲିୟମ୍ସ 2006 ଏବଂ 2012 ରେ ମହାକାଶ ମିଶନର ଏକ ଅଂଶ ହୋଇଥିଲେ ।

ABOUT THE AUTHOR

...view details