ଓଡିଶା

odisha

ETV Bharat / technology

ଟାଟା ମୋଟର୍ସକୁ ଶକ୍ତ ଧକ୍କା; କାର ଗ୍ରାହକଙ୍କୁ ଫେରାଇବ 16.95ଲକ୍ଷ ଟଙ୍କା - Hyderabad Nexon EV fire case - HYDERABAD NEXON EV FIRE CASE

Hyderabad Nexon EV fire case: ସ୍ବଦେଶୀ କାର ନିର୍ମାତା କମ୍ପାନୀ ଟାଟା ମୋଟର୍ସକୁ ଖାଉଟି ଅଦାଲତଙ୍କ ଶକ୍ତ ଧକ୍କା । ଟାଟା ନେକ୍ସନ ଇଲେକ୍ଟ୍ରିକ୍‌ କାର ନିଆଁ ଲାଗିବା ଘଟଣାରେ ଗ୍ରାହକଙ୍କୁ 16.95 ଲକ୍ଷ ଟଙ୍କା ଫେରାଇବାକୁ ଦେଲେ ନିର୍ଦ୍ଦେଶ । କଣ ପୂରା ଘଟଣା ଜାଣନ୍ତୁ...

Hyderabad Nexon EV fire case
Hyderabad Nexon EV fire case (ETV Bharat)

By ETV Bharat Tech Team

Published : Sep 27, 2024, 2:15 PM IST

ହାଇଦ୍ରାବାଦ:ଟାଟା ନେକ୍ସନ ଇଲେକ୍ଟ୍ରିକ କାର ଅଗ୍ନିକାଣ୍ଡ ଘଟଣା । ଟାଟା ମୋଟର୍ସ ପ୍ରତି ହାଇଦ୍ରାବାଦ ଖାଉଟି ଅଦାଲତଙ୍କ କଠୋର ଆଭିମୁଖ୍ୟ । କାର ମାଲିକଙ୍କୁ ଯଥାଶ୍ରୀଘ୍ର 16ଲକ୍ଷ 95ହଜାର ଟଙ୍କା ଫେରାଇବାକୁ ଦେଲେ ନିର୍ଦ୍ଦେଶ । ଗତ କିଛି ଦିନ ତଳେ ଟାଟା ନେକ୍ସନର ଇଲେକ୍ଟ୍ରିକ କାରରେ ନିଆଁ ଲାଗିଥିବା ଯୋଗୁଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଗ୍ରାହକ ।

କଣ ପୂରା ଘଟଣା ?

ଅଭିଯୋଗକାରୀ କାର ମାଲିକଙ୍କ ନାଁ ଜୋନାଥନ ବ୍ରେନର୍ଡ ବୋଲି ଜଣାପଡ଼ିଛି । ସେ ଟାଟା ମୋଟର୍ସର ଲୋକପ୍ରିୟ ଇଲେକ୍ଟ୍ରିକ କାର ଟାଟା ନେକ୍ସନ (Tata Nexon) ଜୁନ 2023ରେ କିଣିଥିଲେ । କିଣିବାର କିଛି ମାସ ପରେ ହଠାତ ଥରେ କାରରେ ନିଆଁ ଲାଗିଯାଇଥିଲା । ଖୁବ ଜୋରରେ ବିସ୍ଫୋରଣ ଘଟି କାରରେ ଅଗ୍ନିକାଣ୍ଡ ଘଟିଥିଲା । ସେହି ସମୟରେ କାର ମାଲିକ ଘଣ୍ଟା ପ୍ରତି 38କିମି ବେଗରେ କାର ଚଲାଉଥିଲେ । ଏହି ଘଟଣାଟି 2023 ମସିହା ଜୁନ 1 ତାରିଖରେ ଘଟିଥିଲା । କାରରେ ନିଆଁ ଲାଗିବା ପରେ ସେ ତତକ୍ଷଣାତ କାରରୁ ବାହାରିବାକୁ ଉଦ୍ୟମ କରିଥିଲେ ।

Also Read: ବିଶ୍ବ ପରିବେଶ ଦିବସରେ TPCODL ପଦକ୍ଷେପ, ଅଫିସିଆଲ୍ ବ୍ୟବହାର‌ ପାଇ ଆପଣାଇଲେ EV

ମାତ୍ର କାରରେ ନିଆଁ ଲାଗିବା କାରଣରୁ ଏହାର ଡୋର୍‌ ଜାମ ହୋଇ ଖୋଲିନଥିଲା । ଏହାପରେ ସେ ନିଜ ଜୀବନ ବଞ୍ଚାଇବା ଲାଗି କାରର ସାଇଡ ଡୋରରୁ ବାହାରକୁ ବାହାରିଥିଲେ । ଏହି ଭିଡିଓଟି କ୍ଷିପ୍ର ଗତିରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥଇଲା । ଏହି ଘଟଣା ପରେ କାର ମାଲିକ ଜଣକ ଟାଟା ମୋଟର୍ସ କମ୍ପାନୀ ବିରୋଧରେ ଆଇନର ଦ୍ବାରସ୍ଥ ହୋଇଥିଲେ । କାରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ଘଟଣା ଘଟିଥିବା କାର ମାଲିକ ଜଣକ ଅଭିଯୋଗ କରିଥିଲେ ।

ଶୀଘ୍ର ବ୍ୟାଟେରୀ ଡିସଚାର୍ଜ ଅଭିଯୋଗ:-

କାର ମାଲିକ ଜଣଖ ଅଭିୟୋଗ କରିଥିଲେ ଯେ କାରର ବ୍ୟାଟେରୀ ଖୁବଶୀଘ୍ର ଡିସଚାର୍ଜ ହୋଇଯାଉଛି । ସେ ଆହୁରି ଅଭିଯୋଗ କରିଥିଲେ ଯେ କାରଟି 18 ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହେବା ପରେ ମଧ୍ୟ ଷ୍ଟାର୍ଟ ହେଉନଥିଲା । ଯେତେବେଳେ ସେ କାରର ସର୍ଭିସ ସେଣ୍ଟରରେ ନେଇ ଦେଖାଇଥିଲେ, ସେଠାରେ ଥିବା କର୍ମଚାରୀ କହିଥିଲେ ଯେ କାରର HV ବ୍ୟାଟେରୀ ଭାଙ୍ଗିଯାଇଛି । କିନ୍ତୁ କାର ମାଲିକ ଅଭିଯୋଗ କରିଥିଲେ ଯେ କାରରେ ନୂଆ ବ୍ୟାଟେରୀ ସ୍ଥାନରେ ଏକ ପୁରୁଣା ବ୍ୟାଟେରୀ ଲଗାଯାଇଛି ।

16.95ଲକ୍ଷ ଫେରାଇବାକୁ ନିର୍ଦ୍ଦେଶ:- ହାଇଦ୍ରାବାଦର ଖାଉଟି ଅଦାଲତ ଏହି ଘଟଣା ନେଇ ଅବଗତ ହେବା ପରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ । ଟାଟା ମୋଟର୍ସ କ୍ଷତି ସହିଥିବା କାର ମାଲିକଙ୍କୁ ତୁରନ୍ତ କାରର ପୂରା ଦାମ 16ଲକ୍ଷ 95 ହଜାର ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ ଏହାସହିତ ମାଲିକଙ୍କୁ କ୍ଷତି ପୂରଣ ବାବଦକୁ ଅତିରିକ୍ତ ଟଙ୍କା ଦେବା ଲାଗି କୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।

Also Read: ଚଳିତ ମାସର ଶେଷରେ ଲଞ୍ଚ ହେବାକୁ ଯାଉଛି 2ଟି ଦମଦାର କାର, ଜାଣନ୍ତୁ ଫିଚର୍ସ

ABOUT THE AUTHOR

...view details