ଓଡିଶା

odisha

ETV Bharat / technology

Spam କଲ୍‌ ଓ SMSକୁ ନେଇ ଚିନ୍ତିତ କି ? ଗୋଟିଏ କ୍ଲିକ୍‌ରେ କରନ୍ତୁ ସବୁଦିନ ପାଇଁ ବ୍ଲକ୍‌ - SPAM CALLS SMS BLOCK TRICK

ଆପଣ ଜାଣନ୍ତି କି My Jio ଆପ୍‌ରେ ଏପରି ଏକ ସେଟିଂ ରହିଛି ଯାହାକୁ ବ୍ୟବହାର କରି ଆପଣ ମାତ୍ର ଗୋଟିଏ କ୍ଲିକ୍‌ରେ ସ୍ପାମ କଲ୍‌ ଓ SMSକୁ ବ୍ଲକ୍‌ କରିପାରିବେ । ଜାଣନ୍ତୁ...

SPAM CALLS SMS BLOCK TRICK
SPAM CALLS SMS BLOCK TRICK (ETV Bharat Tech Team)

By ETV Bharat Tech Team

Published : Nov 25, 2024, 3:53 PM IST

ହାଇଦ୍ରାବାଦ:ଟେକ୍ନୋଲୋଜିର ଅଗ୍ରଗତି ସାଙ୍ଗକୁ ସ୍ପାମ୍‌ କଲ୍‌ ଓ ମେସେଜର ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ସାଇବର ଠକମାନେ ଅତ୍ୟାଧୁନିକ ଟେକ୍ନୋଲୋଜି AIର ବ୍ୟବହାର କରି ଏପରି ଠକେଇ କରୁଛନ୍ତି । ଆତ୍ମୀୟସ୍ବଜନଙ୍କ ଭଏସରେ କଲ୍‌ କରି ଟଙ୍କା ଲୁଟିନେଉଛନ୍ତି । ଫଳରେ ନିରୀହ ଲୋକେ ନିଜର କଷ୍ଟ ଅର୍ଜିତ ଧନକୁ ହରାଉଛନ୍ତି । ଯଦି ଆପଣ ଜଣେ ଜିଓ ୟୁଜର ତେବେ ଆପଣ ଏଭଳି ଠକେଇରୁ ବର୍ତ୍ତି ପାରିବେ । ଏଥିଲାଗି ଆପଣଙ୍କୁ ମାତ୍ର ଗୋଟିଏ କ୍ଲିକ୍‌ କରିବାକୁ ପଡ଼ିବ ।

HOW TO PERMANENTLY BLOCK SPAM CALLS (STEP-1) (ETV Bharat Tech Team)

ଜିଓ ନେଟୱର୍କ ବ୍ୟବହାର କରୁଥିବା ୟୁଜର ସବୁଦିନ ଲାଗି ଏପରି ସ୍ପାମ୍‌ କଲ୍‌ ଓ ମେସେଜକୁ ବ୍ଲକ୍‌ କରିପାରିବେ । ଏଥିଲାଗି MYJio Appରେ ଏକ ବଟନ୍‌ ରହିଛି । ଏହି ବଟନ୍‌ ଉପରେ କ୍ଲିକ୍‌ କରି ସ୍କାମ ଜନିତ କଲ୍‌କୁ ଆପଣ ବ୍ଲକ୍‌ କରିପାରିବେ । ଏହି ବଟନ୍‌କୁ ଅନ୍‌ କରିବା ପରେ ଆପଣଙ୍କୁ ମୋବାଇଲକୁ ଏପରି ଫୋନକଲ୍‌ କିମ୍ବା ମେସେଜ ଆସିବ ନାହିଁ ।

ଏହା ବି ପଢନ୍ତୁ
  1. ଭାରତରେ ପ୍ରତିଦିନ ଆସୁଛି 1.35କୋଟି ଫ୍ରଡ୍‌ କଲ୍‌; ଅଧିକାଂଶ ବିଦେଶରୁ
  2. Caller ID ଆପ୍‌ ବିନା କିପରି ଚିହ୍ନିବେ Scam କଲ୍‌; ଜାଣନ୍ତୁ
HOW TO PERMANENTLY BLOCK SPAM CALLS (STEP-2) (ETV Bharat Tech Team)

ସ୍ପାମ୍‌ କଲ୍‌କୁ ବ୍ଲକ୍‌ କରିବାକୁ କଣ କରିବାକୁ ହେବ ଜାଣନ୍ତୁ...

  • ଯଦି ଆପଣ ଜଣେ Jio ନେଟୱର୍କ ୟୁଜର, ତେବେ MY Jio ଆପ୍‌ ଖୋଲନ୍ତୁ ।
  • ଆପ୍‌ ଖୋଲିବା ପରେ ଗୋଟିଏ ଥର Scroll କରିବା ପରେ ଆପଣ ଡାହାଣ ପାର୍ଶ୍ବରେ ଥିବା 'More' ଅପସନ ପାଇବେ, ଏହାକୁ ଚୟନ କରନ୍ତୁ ।
  • ଏଥିରେ ଆପଣ 'Do Not Disturb' ଅପସନ୍‌ ପାଇବେ । ଏଥିରେ ୟୁଜର ବ୍ୟାଙ୍କିଂ, ରିଅଲ ଇଷ୍ଟେଟ୍‌, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ସେକ୍ଟରରୁ ଆସୁଥିବା ମେସେଜ ଓ କଲ୍‌କୁ ନିଜ ପସନ୍ଦ ମୁତାବକ ବ୍ଲକ୍‌ କରିବାକୁ ଅପସନ ପାଇବେ ।
  • ଏହାପରେ 'Fully Blocked' ଓ 'Promotional Communication Blocked' ଅପସନକୁ ଅନ୍‌ କରନ୍ତୁ ।
  • 'Fully Blocked' ଅପସନକୁ ଅନ୍‌ କରିବା ପରେ ଆପଣଙ୍କ ନିକଟକୁ କୌଣସି ସ୍ପାମ୍‌ କଲ୍‌ ଓ SMS ଆସିବ ନାହିଁ । କିନ୍ତୁ ଏହାପରେ ବି ଆପଣଙ୍କ ସେବା ପ୍ରଦାନକାରୀ ପକ୍ଷରୁ ଟ୍ରାଞ୍ଜାକ୍ସନ ଜନିତ କଲ୍‌/ମେସେଜ ଓ ସରକାରୀ ଏଜେନ୍ସିଠାରୁ ଆପଣଙ୍କୁ କଲ୍‌ ଆସିବ ।
HOW TO PERMANENTLY BLOCK SPAM CALLS (STEP-3) (ETV Bharat Tech Team)

ଆପଣ ଜାଣନ୍ତି କି ନିକଟରେ ଭାରତୀୟ ସରକାରଙ୍କ ଏକ ସୂଚନା ଅନୁସାରେ, ଭାରତକୁ ପ୍ରତିଦିନ 1.35କୋଟି ଫ୍ରଡ୍‌ କଲ୍‌ ଆସୁଛି । ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୂଚନା ଅନୁସାରେ, ଅଧିକାଂଶ ସ୍ପାମ୍ କଲ୍ ଦେଶ ବାହାରେ ଥିବା ସର୍ଭରରୁ ଆସିଥାଏ ଏବଂ ଏଭଳି ଜାଲିଆତିକାରୀ କଲ୍ ମଧ୍ୟରୁ ଅଧିକାଂଶକୁ ରୋକିବାରେ ଭାରତ ସରକାର ସକ୍ଷମ ହୋଇଛନ୍ତି । ଆମର DoT ଜାଲିଆତି ଚିହ୍ନଟ ନେଟୱାର୍କ 'ସଞ୍ଚାର ସାଥୀ ଓ ଚକ୍ଷୁ' ମାଧ୍ୟମରେ ପ୍ରାୟ 2500 କୋଟି ଟଙ୍କା ଠକଙ୍କ ଜାଲରୁ ରକ୍ଷା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ।

ABOUT THE AUTHOR

...view details