ଓଡିଶା

odisha

By ETV Bharat Tech Team

Published : 5 hours ago

ETV Bharat / technology

ଫୋନ ଚାର୍ଜ ବେଳେ ଫଲୋ କରନ୍ତୁ ଏହି Rule; ବର୍ଷ ବର୍ଷ ଚାଲିବ ବ୍ୟାଟେରୀ - Smartphone Charging Rule

Smartphone Charging Rule: ମୋବାଇଲର ବ୍ୟାଟେରୀକୁ ଅଧିକ ସମୟ ଧରି ଠିକ୍‌ ରଖିବା ଲାଗି ଚାର୍ଜ ବେଳେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଉଚିତ । ଫଳରେ ମୋବାଇଲ ଅଧିକ ସମୟ ଧରି ଭଲ ଚାର୍ଜ ରଖିବ । ଅଧିକ ପଢନ୍ତୁ

Smartphone Charging Rule
Smartphone Charging Rule (ETV Bharat)

ହାଇଦ୍ରାବାଦ:ଆଜିକାଲି ମୋବାଇଲ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି । ଘରୁ ବାହାରିଲେ ଆଗ ମୋବାଇଲ ଖୋଜା ପଡୁଛି । କାରଣ ମୋବାଇଲରେ ଟଙ୍କା ପୈଠଠୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ସବୁକିଛି ଚୁଟକିରେ ହୋଇପାରୁଛି । ଏପରି ସ୍ଥଳେ ମୋବାଇଲ ବ୍ୟାଟେରୀ ଚାର୍ଜ ରଖିବା ଏକ ଗୁରୁତ୍ବପୂର୍ଣ୍ଣ କଥା । କାରଣ ମୋବାଇଲରେ ଚାର୍ଜ ନ ରହିଲେ ଆପଣ ଏହି ସମସ୍ତ କାର୍ଯ୍ୟ କରିପାରିବେ ନାହିଁ । ଆଉ ପ୍ରତିଟି ସ୍ଥାନକୁ ପାୱାରବ୍ୟାଙ୍କ ଧରି ଯିବା ମଧ୍ୟ ସମ୍ଭବ ହୋଇନଥାଏ । କିନ୍ତୁ ଆପଣ ଯଦି ଚାର୍ଜ ସମୟରେ କିଛି ନିୟମ ମାନନ୍ତି, ତେବେ ଆପଣଙ୍କ ମୋବାଇଲ ବ୍ୟାଟେରୀ ବହୁ ଦିନ ପର୍ଯ୍ୟନ୍ତ ଠିକ ଭାବେ ଚାର୍ଜ ରଖିବ ।

ଚର୍ଚ୍ଚାରେ 80/20 ରୁଲ୍‌:-

ନିକଟରେ ମୋବାଇଲ ଚାର୍ଜିଂକୁ ନେଇ 80/20 ନିୟମ ବେଶ ଚର୍ଚ୍ଚାରେ ରହିଛି । ଏହାର ଅର୍ଥ ହେଉଛି ଆପଣଙ୍କ ମୋବାଇଲକୁ 20%ରୁ 80% ମଧ୍ୟରେ ଚାର୍ଜ ରଖିବା ଉଚିତ । ଅର୍ଥାତ ଯେତେବେଳେ ମୋବାଇଲର ଚାର୍ଜ 20 ପ୍ରତିଶତ ଯାଏଁ ପହଞ୍ଚିବ, ସେତେବେଳେ ମୋବାଇଲକୁ ଚାର୍ଜ ବସାନ୍ତୁ । ଆଉ ଯେତେବେଳେ ମୋବାଇଲ 80% ଚାର୍ଜ ହୋଇଯିବ, ସେତେବେଳେ ଚାର୍ଜିଂ ପ୍ରକ୍ରିୟାକୁ ରୋକି ଦିଅନ୍ତୁ । ଏହି ରୁଲ୍‌କୁ ଫଲୋ କଲେ ଆପଣଙ୍କ ମୋବାଇଲର ବ୍ୟାଟେରୀ ଲାଇଫ୍‌ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ ।

Also Read:ଆପଣଙ୍କ ହ୍ବାଟ୍ସଆପ ଆକାଉଣ୍ଟ ଆଉ କିଏ ଚଲଉଥିଲେ କେମିତି ଜାଣିବେ ? - WhatsApp Security

କାହିଁକି ଜରୁରୀ ଏହି ରୁଲ୍‌ ?

  • ବ୍ୟାଟେରୀ ଲାଇଫ ବଢାଏ:-ବାରମ୍ବାର ଫୁଲ୍‌ ଚାର୍ଜ କରିବା ଓ ଡିସଚାର୍ଜ କରିବା ଦ୍ବାରା ବ୍ୟାଟେରୀ ସେଲ୍‌ ଉପରେ ପ୍ରଭାବ ପଡ଼ିଥାଏ । ଯାହାଦ୍ବାରା ସେମାନଙ୍କ କ୍ଷମତା ହ୍ରାସ ପାଇଥାଏ । 80/20 ରୁଲ୍‌ ଦ୍ବାରା ବ୍ୟାଟେରୀ ସେଲ୍‌ ଉପରେ କମ ପ୍ରଭାବ ପଡ଼େ । ଏହାସହିତ ବ୍ୟାଟେରୀର ଚାର୍ଜ ଧାରଣ କ୍ଷମତା ବଢିଥାଏ ।
  • ବ୍ୟାଟେରୀକୁ ଓଭରହିଟିଂରୁ ବଞ୍ଚାଏ:-ଲଗାତାର ଆପଣଙ୍କ ସ୍ମାର୍ଟଫୋନ ଫୁଲ୍‌ ଚାର୍ଜରେ ରହିବା ଦ୍ବାରା ଓଭରହିଟ୍‌ (Overheat)ର ସମସ୍ୟା ଉପୁଜେ । ଯାହାଦ୍ବାରା ବ୍ୟାଟେରୀ ଖରାପ ହେବାର ଆଶଙ୍କା ଅଧିକ ରହିଥାଏ । ଏହି ରୁଲ୍‌ ଦ୍ବାରା ବ୍ୟାଟେରୀ ତାପ ନିୟନ୍ତ୍ରଣରେ ରହିଥାଏ ।

ଅନ୍ୟ କିଛି ଜରୁରୀ ଟିପ୍ସ:-

  1. ଅରିଜିନାଲ ଚାର୍ଜରର ବ୍ୟବହାର କରନ୍ତୁ: ଯେତେ ସମ୍ଭବ ଆପଣଙ୍କ ଫୋନ ଲାଗି ଅରିଜିନାଲ ଚାର୍ଜର ବ୍ୟବହାର କରନ୍ତୁ । ଅନ୍ୟ କୌଣସି ମୋବାଇଲର ଚାର୍ଜରରେ ଚାର୍ଜ କଲେ ଏହା ବ୍ୟାଟେରୀ ଉପରେ ପ୍ରଭାବ ପକାଇଥାଏ ।
  2. ଫୋନକୁ ଥଣ୍ଡା ଜାଗାରେ ଚାର୍ଜ କରନ୍ତୁ:ଫୋନକୁ ସିଧା ସୂର୍ଯ୍ୟ କିରଣ ପଡୁଥିବା ବା ଗରମ ସ୍ଥାନରେ ଚାର୍ଜ ବସାନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ବ୍ୟାଟେରୀ ଓଭରହିଟ୍‌ ହୋଇପାରେ ।
  3. ବ୍ୟାଟେରୀକୁ ଥଣ୍ଡା ରଖନ୍ତୁ: ନିଜ ସ୍ମାର୍ଟଫୋନକୁ ଗରମ ଜାଗାରେ ରଖନ୍ତୁ ନାହିଁ, ଯେପରିକି କାରର ଡ୍ୟାସବୋର୍ଡ ଓ ସିଧାସଳଖ ସୂର୍ଯ୍ୟ କିରଣ ପଡୁଥିବା ସ୍ଥାନରେ ।
  4. ବ୍ୟାଟେରୀ Saver Modeର ବ୍ୟବହାର କରନ୍ତୁ:ଆଜିକାଲି ପ୍ରାୟ ସମସ୍ତ ଫୋନରେ ବ୍ୟାଟେରୀ ସେଭର ମୋଡ ରହୁଛି । ଯଦି ଆପଣଙ୍କ ବ୍ୟାଟେରୀ କମ ହୋଇଯାଇଛି, ତେବେ ଏହି ମୋଡର ବ୍ୟବହାର କରନ୍ତୁ । ଯାହାଦ୍ବାରା ଅଧିକ ସମୟ ପର୍ଯ୍ୟନ୍ତ ଫୋନରେ ଚାର୍ଜ ରହିବ ।
  5. ବ୍ୟାକଗ୍ରାଉଣ୍ଡ Apps ବନ୍ଦ କରନ୍ତୁ: ଯେତେବେଳେ ଆପଣ ସ୍ମାର୍ଟଫୋନର ବ୍ୟବହାର କରୁନାହାନ୍ତି, ତେବେ ଏହାର ବ୍ୟାକଗ୍ରାଉଣ୍ଡରେ ଚାଲୁ ଥିବା ଆପ୍‌କୁ ବନ୍ଦ ରଖନ୍ତୁ ।
  6. ଫୋନକୁ ସର୍ବଦା Update ରଖନ୍ତୁ: ଆପଣ ସ୍ମାର୍ଟଫୋନକୁ ନିୟମିତ ଭାବେ ଅପଡେଟ ରଖନ୍ତୁ । ସଫ୍ଟୱେର ଅପଡେଟ ହେବା ଦ୍ବାରା ବ୍ୟାଟେରୀ ଲାଇଫ ମଧ୍ୟ ଭଲ ରହିଥାଏ ।

ABOUT THE AUTHOR

...view details