ହାଇଦ୍ରାବାଦ: ସନ୍ଦିଗ୍ଧ ଅପରାଧୀମାନଙ୍କୁ ଧରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଅପରାଧୀମାନଙ୍କୁ ଧରିବା ପାଇଁ ବର୍ତ୍ତମାନ ଆଲର୍ଟ ମୋଡରେ ପୋଲିସ । ଟେକ୍ନୋଲୋଜିକୁ ବ୍ୟବହାର କରିବେ ପୋଲିସ । ଅପରାଧକୁ ଚିହ୍ନଟ କରିବା ପାଇଁ ପୋଲିସ କ୍ରାଇମ ଜିପିଟି (Crime GPT) ଏଆଇର ସାହାଯ୍ୟ ନେଉଛନ୍ତି । ଏଆଇ ବିଶେଷଜ୍ଞଙ୍କ ଟିମ ଦ୍ବାରା ୨୦୧୫ ମସିହାରେ ଷ୍ଟାକ୍ ଟେକ୍ନୋଲୋଜି ଦ୍ବାରା ବିକଶିତ ହୋଇଥିବା Trinetra 1.0 ଏଆଇ ଟୁଲ କ୍ରାଇମ ଜିପିଟି (Crime GPT) ଏ କ୍ଷେତ୍ରରେ କାମ କରୁଛି । ଏହି ଆପ୍ ଜରିଆରେ ବିଭିନ୍ନ ଅପରାଧୀ ମାନଙ୍କୁ ଚିହ୍ନଟ କରାଯାଇପାରୁଛି । ୨୦୧୮ ମସିହାରେ କମ୍ପାନୀ ପକ୍ଷରୁ Trinetra 2.0 ନିର୍ମାଣ କରାଯାଇଥିଲା ।
କେମିତି କାମ କରେ କ୍ରାଇମ ଜିପିଟି:
କ୍ରାଇମ ଜିପିଟି (Crime GPT) ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ କାର୍ଯ୍ୟକ୍ଷମ ହୋଇଥାଏ । ଏହା ଜରିଆରେ ଖୁବ କମ୍ ସମୟ ମଧ୍ୟରେ ଅପରାଧୀମାନଙ୍କ ଚିହ୍ନଟ ସମ୍ଭବପର ହୋଇଥାଏ, ଯାହା ଫଳରେ ପୋଲିସକୁ ଗିରଫ କରିବା ସମୟରେ ବେଶୀ ସମସ୍ୟା ହୁଏ ନାହିଁ । କ୍ରାଇମ ଜିପିଟି ସାଧାରଣ ମଣିଷର ଭାଷାକୁ ବୁଝି ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଅନ୍ୟାନ୍ୟ ଅଣ-ସ୍ଥିରୀକୃତ ଡାଟା ଯଥା ଏଫଆଇଆର ଓ ରେକର୍ଡ ସମ୍ପର୍କରେ ସୂଚନା ପ୍ରଦାନ କରିବାରେ ସହାୟକ ହୋଇଥାଏ । ଏହା ସହ ଏଆଇ କ୍ରାଇମ ଜିପିଟି କ୍ରିମିନାଲ ଡାଟାବେସ ମଧ୍ୟ ପ୍ରଦାନ କରିଥାଏ ।