ଓଡିଶା

odisha

ETV Bharat / technology

ପୁରୁଣା ସ୍ମାର୍ଟଫୋନରୁ ସହଜରେ ହୋଇପାରିବ ହ୍ବାଟ୍ସଆପ ଚାଟ୍‌ ବ୍ୟାକ୍‌ଅପ୍‌; କେମିତି ଜାଣନ୍ତୁ - iPhone Whatsapp Data Transfer - IPHONE WHATSAPP DATA TRANSFER

iPhone WhatsApp Backup Tips: ଯେଉଁମାନେ ନୂଆ ଆଇଫୋନ 16 ବା ଅନ୍ୟ କୌଣସି ମଡେଲ କିଣୁଛନ୍ତି, ତେବେ ସେମାନେ ପୁରୁଣା ଫୋନରୁ ଡେଟା ସବୁ ନୂଆ ଫୋନକୁ ଟ୍ରାନ୍ସଫର କରିଥାନ୍ତି । ତେବେ ଏହା କିପରି କରିବେ ଜାଣନ୍ତୁ...

iPhone WhatsApp Backup Tips
iPhone WhatsApp Backup Tips (ETV Bharat)

By ETV Bharat Tech Team

Published : Sep 21, 2024, 2:49 PM IST

ହାଇଦ୍ରାବାଦ:ନୂଆ ସ୍ମାର୍ଟଫୋନଟିଏ କିଣିବା ପରେ, ପୁରୁଣା ଫୋନରୁ ଫଟୋ, ଭିଡିଓ ପରି ଡେଟା ଟ୍ରାନ୍ସଫର କରିବା କଷ୍ଟକର କାମ ହୋଇଥାଏ । ବିଶେଷ କରି iOSରୁ ଡେଟା ଟ୍ରାନ୍ସଫର କରିବାରେ ୟୁଜର୍‌ ବେଶ ସମସ୍ୟା ଭୋଗନ୍ତି । ଆପଣ ଯଦି ନୂଆ ଆଇଫୋନ କିଣିବାକୁ ଚାହୁଁଛନ୍ତି ଓ ଡେଟା ଟ୍ରାନ୍ସଫର ନେଇ ଚିନ୍ତିତ ଅଛନ୍ତି, ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ତଥ୍ୟ ଟ୍ରାନ୍ସଫର କରିବାର ସହଜ ଉପାୟ ସମ୍ପର୍କରେ କହିବୁ ।

ବ୍ୟାକଅପ୍‌ ପୂର୍ବରୁ କଣ କରିବେ ?

  • ପୁରୁଣା ଆଇଫୋନରୁ ନୂଆ ଆଇଫୋନକୁ ଡେଟା ଟ୍ରାନ୍ସଫର କରିବା ପୂର୍ବରୁ ପ୍ରଥମେ ମୋବାଇଲ Wi-Fi ଓ ବ୍ଲୁଟୁଥ ଅନ୍‌ କରନ୍ତୁ ।
  • ପୁରୁଣା ଓ ନୂଆ ସ୍ମାର୍ଟଫୋନ ଯେପରି ପରସ୍ପର ସହିତ ସଂଯୋଗ ଅଛି ତାହା ନିଶ୍ଚିତ କରନ୍ତୁ ।
  • ଏହାପରେ "Transfer from iPhone" ଅପସନ ଚୟନ କରନ୍ତୁ । ଏହାସହିତ ଆପଣ ପୁରୁଣା ଫୋନରୁ ନୂଆ ଫୋନକୁ ସହଜରେ ଡେଟା ଟ୍ରାନ୍ସଫର କରିପାରିବେ ।
iPhone WhatsApp Backup Tips (ETV Bharat)

Chatକୁ କିପରି ପରିବର୍ତ୍ତନ କରିବେ ?

'ଚାଟ୍ ଟ୍ରାନ୍ସଫର' ଅପସନ୍ ସହିତ iCloudର ସାହାଯ୍ୟ ବିନା ଆପଣ ବ୍ୟକ୍ତିଗତ ବାର୍ତ୍ତା, ଫଟୋ, ଭିଡିଓ ଏବଂ ଡକ୍ୟୁମେଣ୍ଟକୁ ସିଧାସଳଖ ହ୍ବାଟସଆପକୁ ସ୍ଥାନାନ୍ତର କରିପାରିବେ । ପୁରୁଣା ଫୋନର ସମସ୍ତ ହ୍ବାଟସ୍ ଆପ୍ ଡେଟାକୁ ନୂତନ ଆଇଫୋନକୁ ସ୍ଥାନାନ୍ତର କରିବା ଲାଗି ନିମ୍ନଲିଖିତ ଷ୍ଟେପକୁ ଫଲୋ କରନ୍ତୁ । ଏପରିକି ପୁରୁଣା ଡିଭାଇସରେ ବ୍ୟବହୃତ କଣ୍ଟାକ୍ଟ ନମ୍ବର ମଧ୍ୟ ନୂଆ ଫୋନକୁ ଟ୍ରାନ୍ସଫର ହୋଇପାରିବ ।

  • go to Settings > Chats > Transfer chats to iPhone > ପୁରୁଣା iPhoneର Start optionକୁ ଯାଆନ୍ତୁ ।
  • QR କୋଡ୍‌ ଅପସନ ଦୃଶ୍ୟମାନ ହେବ । ଏହାକୁ ସ୍କାନ କରିବା ପୂର୍ବରୁ ପ୍ରଥମେ ନୂଆ ଆଇଫୋନରେ ହ୍ବାଟ୍ସଆପ୍‌ ଖୋଲନ୍ତୁ ।
  • ପୁରୁଣା ହ୍ବାଟସଆପ୍ ଖୋଲନ୍ତୁ ଏବଂ 'Chat History Transfer' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଦେଖିବେ ଆପଣଙ୍କ ତଥ୍ୟ ସହଜରେ ସ୍ଥାନାନ୍ତରିତ ହେବ ।
  • ତା’ପରେ ଆପଣ ନୂଆ ଆଇଫୋନ୍ ହ୍ବାଟସଆପ୍ କ୍ୟାମେରା ସହିତ ପୁରୁଣା ଫୋନରେ QR କୋଡ୍ ସ୍କାନ୍ କରି ତଥ୍ୟ ସ୍ଥାନାନ୍ତର କରିପାରିବେ ।
Also Read:ବିନା ମୋବାଇଲ ନଂରେ ହ୍ବାଟ୍ସଆପ ମେସେଜ କରିହେବ କି ? ଗୋଟିଏ କ୍ଲିକରେ ଜାଣନ୍ତୁ

ବ୍ୟାକଅପ୍‌ (Backup) ଅପସନ:-

ଆମ ନିକଟରେ 3ଟି ବ୍ୟାକଅପ୍‌ ଅପସନ୍‌ ରହିଛି, ଯାହାକୁ ବ୍ୟବହାର କରି ହ୍ବାଟସଆପ ଡେଟା ଅତି ସହଜରେ ଟ୍ରାନ୍ସଫର ହୋଇପାରିବ । 'iCloud' ବ୍ୟବହାର କରି ଡେଟା ବ୍ୟାକଅପ୍‌ ହୋଇପାରିବ । ଯଦି ଆପଣଙ୍କ ନିକଟରେ MacOS ଅଛି, ଏଥିରେ ମଧ୍ୟ ଆପଣ ଡେଟା ଟ୍ରାନ୍ସଫର କରିପାରିବେ ।

  1. WhatsApp backup: WhatsApp > Settings > Chats > Chat Backup > create a backup ଏହି ଷ୍ଟେପ ଅନୁସରଣ କରିବା ଦ୍ବାରା ଆପଣ iCloudରେ ଡେଟା ସେଭ୍‌ କରି ରଖିପାରିବେ । ନୂଆ ଆଇଫୋନରେ ଏହି ସମାନ iCloud ଆକାଉଣ୍ଟ ଖୋଲିଲେ ଆପଣଙ୍କ ନୂଆ ଫୋନକୁ ସବୁ ଡେଟା ଆସିଯିବ ।
  2. iCloud Backup: ମୋବାଇଲରେ iPhone ସେଟିଂ ଖୋଲନ୍ତୁ ଏବଂ iCloud ଚୟନ କରନ୍ତୁ । ପରେ iCloud Backup ଚୟନ କରନ୍ତୁ ।
  3. Computer Backup: iTunes ଓ Finder app ବ୍ୟବହାର କରି ଆପଣ ଡେଟା ବ୍ୟାକଅପ୍‌ କରିପାରିବେ ।

ABOUT THE AUTHOR

...view details