ଓଡିଶା

odisha

ମୁଦିରୁ ବନ୍ଧୁକରେ ପରିଣତ ହେବ 'ନିର୍ଭୟ ରିଙ୍ଗ ଗନ୍‌'; ସାଜିବ ମହିଳାଙ୍କ ରକ୍ଷା କବଚ - Unique Defence Gadget For Women

By ETV Bharat Tech Team

Published : Sep 12, 2024, 11:45 AM IST

'Nirbhay Ring Gun': ଉତ୍ତର ପ୍ରଦେଶ ଗୋରଖପୁରରେ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ITM) ପକ୍ଷରୁ ଏକ ସେଫ୍ଟି ଗ୍ୟାଜେଟ 'ନିର୍ଭୟ ରିଙ୍ଗ ଗନ୍‌'କୁ ବିକଶିତ କରାଯାଇଛି । ଯାହାକି ମୁଦିରୁ ବନ୍ଧୁକରେ ପରିଣତ ହେବା ସହ ଫାୟାରିଂ କରିପାରିବ । ମହିଳା ଓ ଯୁବତୀଙ୍କ ସୁରକ୍ଷା ଲାଗି ଏହି ଗ୍ୟାଜେଟକୁ ଦୁଇ ଛାତ୍ରୀ ନିର୍ମାଣ କରିଛନ୍ତି । ଅଧିକ ପଢନ୍ତୁ

Nirbhay Ring Gun
Nirbhay Ring Gun (ETV Bharat)

ଲକ୍ଷ୍ନୌ: ଦେଶରେ ବଢି ଚାଲିଛି ମହିଳା ବିରୋଧୀ କାର୍ଯ୍ୟକଳାପ । ବାହାରକୁ ଗଲେ ଆଉ ସୁରକ୍ଷିତ ମନେ କରୁନାହାନ୍ତି ମହିଳା । ବିଶେଷ କରି କୋଲକାତା ଆରଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶ ଦୋହଲିଯାଇଛି । ଦେଶ ସବୁ କ୍ଷେତ୍ରରେ ଆଗେଇ ଚାଲିଥିବା ବେଳେ ମହିଳାଙ୍କ ସୁରକ୍ଷା ପାଇଁ କିଛି କରାଯାଉନଥିବା ଏପରି ଘଟଣାରୁ ମନେ ହେଉଛି । ଏଭଳି ସ୍ଥିତିରେ ଉତ୍ତର ପ୍ରଦେଶ ଗୋରଖପୁର ସ୍ଥିତ ITMର 2 ଛାତ୍ରୀ ଏକ ସେଫ୍ଟି ଗ୍ୟାଜେଟ ତିଆରି କରିଛନ୍ତି । ଯାହାର ନାମ ରହିଛି 'ନିର୍ଭୟ ରିଙ୍ଗ ଗନ୍‌' । ଏହା ଦୁଷ୍କର୍ମକାରୀ ଓ ଦୁର୍ବୃତ୍ତଙ୍କଠୁ ମହିଳାଙ୍କୁ ରକ୍ଷା କରିବ ବୋଲି ଉଭୟ ଦାବି କରିଛନ୍ତି ।

ବଟନ୍‌ ଚିପିଲେ ହେବ ବ୍ଲାଙ୍କ ଫାୟାରିଂ (ETV Bharat)

ମହିଳାଙ୍କ ପାଇଁ ସ୍ପେଶାଲ ଡିଭାଇସ:-

ITMର ଦୁଇ ବିସିଏ ଛାତ୍ରୀ ଅଙ୍କିତା ରାଏ ଓ ଅଂଶିକା ତିୱାରୀ ଏହି ଡିଭାଇସକୁ ତିଆରି କରିଛନ୍ତି । ସେମାନଙ୍କ କହିବା କଥା ଏହି ଡିଭାଇସଟି ଦୁଷ୍କର୍ମକାରୀ ଓ ମହିଳାଙ୍କୁ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କୁ ପାନେ ଦେବ । ଏହାର ସେ ପରୀକ୍ଷଣ କରିଥିବା ବେଳେ ଡିଭାଇସଟି ଉପଯୋଗକାରୀ ବୋଲି ମଧ୍ୟ ପ୍ରମାଣିତ ହୋଇଛି ।

ନିର୍ଭୟ ରିଙ୍ଗ ଗନ୍‌ ତିଆରି କରିଥିବା ଛାତ୍ରୀ (ETV Bharat)

କେମିତି କରିବ କାମ ?

  • ଏଭଳି ଏକ ଡିଭାଇସ ଉଦ୍ଭାବନ କରି ଦୁଇ ଛାତ୍ରୀ କହିଛନ୍ତି ୟେ ମୁଦି ବା ରିଙ୍ଗରେ 2ଟି ବଟନ୍‌ ଅଛି ।
  • ଗୋଟିଏ ବଟନ୍‌ ମୋବାଇଲର ବ୍ଲୁଟୁଥ (Bluetooth)ରେ କନେକ୍ଟ ହୋଇଛି । ଫଳରେ ଜରୁରୀ ସମୟରେ ଏହା କଲ୍‌ କରିବା ସହ ବନ୍ଧୁ ପରିବାର ବର୍ଗଙ୍କୁ ମହିଳାଙ୍କ ଲୋକେସନ୍‌ ପଠାଇବାରେ ସାହାଯ୍ୟ କରିବ ।
  • ଅନ୍ୟ ଏକ ବଟନ୍‌ ନାଲି ରଙ୍ଗର ରହିଛି । ଏହାକୁ ଦବାଇବା ମାତ୍ରେ ଖୁବ ଜୋରରେ ଶବ୍ଦ କରି ଏକ ବ୍ଲାଙ୍କ୍‌ ଫାୟାରିଂ (Loud Blank Firing) ହେବ । ଫଳରେ ଘଟଣା ସମ୍ପର୍କରେ ଲୋକେ ଜାଣିପାରିବେ ।
  • ଏହି ରିଙ୍ଗ ଗନ‌୍‌ର ଓଜନ 50ରୁ 60ଗ୍ରାମ ହୋଇଥିବା ବେଳେ ଏହା ମୋବାଇଲ ଚାର୍ଜରରେ ଚାର୍ଜ ହୋଇପାରିବ ।
ମୁଦିରୁ ବନ୍ଧୁକରେ ପରିଣତ ହେବ 'ନିର୍ଭୟ ରିଙ୍ଗ ଗନ୍‌' (ETV Bharat)

ଏହା ବି ପଢନ୍ତୁ-Safety Gadgets: ମହିଳାଙ୍କୁ ସୁରକ୍ଷିତ ରଖିବ ଏହି ଗ୍ୟାଜେଟ୍‌; ବିପଦ ଆସିବା ପୂର୍ବରୁ ଜାଣିନିଅନ୍ତୁ

ନିକଟରେ ଘଟିଥିବା କୋଲକାତା ଆରଜି କର ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ସମ୍ପର୍କରେ ଅଙ୍କିତା ରାଏ କହିଛନ୍ତି, "ଏହି ଘଟଣା ସାରା ଦୁନିଆ ଆଗରେ ଆମ ଦେଶର ମୁଣ୍ଡ ନୁଆଇଛି । ଏହା ପୁରା ଦେଶ ପାଇଁ ଲଜ୍ଜାଜନକ ବିଷୟ । କିନ୍ତୁ ଆମର ଏହି ଡିଭାଇସ ମହିଳାଙ୍କୁ ଏପରି ଅଘଟଣରୁ ମୁକ୍ତି ଦେଇପାରିବ । ଯାହାକି ଆଗାମୀ ଦିନରେ ନିଶ୍ଚିତ ପ୍ରମାଣିତ ହେବ । ମହିଳାମାନେ ଆତ୍ମରକ୍ଷା ଲାଗି ଏଭଳି ଡିଭାଇସକୁ ନିଜ ପାଖରେ ରଖିବା ଆବଶ୍ୟକ ।"

ନିର୍ଭୟ ରିଙ୍ଗ ଗନ୍‌ ତିଆରି କରିଥିବା ଛାତ୍ରୀ (ETV Bharat)

ଡିଭାଇସର ଦାମ କେତେ ?

ITM ନିର୍ଦ୍ଦେଶକ ଡକ୍ଟର ଏନ.କେ ସିଂ କହିଛନ୍ତି, "ଦୁଇ ଛାତ୍ରୀଙ୍କର ଏହି ଛୋଟ ଡିଭାଇସ ମହିଳାଙ୍କୁ ବଡ଼ ଅଘଟଣରୁ ରକ୍ଷା କରିବ । ମହିଳା କୌଣସି ବିପଦରେ ପଡ଼ିଲେ ନିର୍ଭୟ ରିଙ୍ଗ ବ୍ୟବହାର କରି ନିଜର ରକ୍ଷା କରିପାରିବେ । ଏଭଳି ସ୍ବତନ୍ତ୍ର ଡିଭାଇସ ଉପରେ ଅଧିକରୁ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି । ଏହି ରିଙ୍ଗକୁ ତିଆରି କରିବା ଲାଗି ଛାତ୍ରୀ ଦ୍ବୟଙ୍କୁ 2 ସପ୍ତାହ ଲାଗିଥିଲା । ଏହାର ଦାମ Rs 1,500 ରହିଛି । ଏଥିରେ 10mm ମେଟାଲ ପାଇପ୍‌, ବ୍ଲୁଟୁଥ୍‌ ମଡ୍ୟୁଲ, 3.7-volt ନାନୋ ବ୍ୟାଟେରୀ ଓ ମେଟାଲ ରିଙ୍ଗ ।"

ନିର୍ଭୟ ରିଙ୍ଗ ଗନ୍‌ (ETV Bharat)

ଏହା ବି ପଢନ୍ତୁ- ସୁରକ୍ଷାକୁ ପ୍ରାଥମିକତା; ପ୍ରତି ମହିଳା ଜାଣିନିଅନ୍ତୁ ଏହି ସେଫ୍ଟି APPs, ବିପଦ ବେଳେ ପାଖରେ ପହଞ୍ଚିବ ପୋଲିସ

ABOUT THE AUTHOR

...view details