ହାଇଦ୍ରାବାଦ:ବିଶ୍ବ ସମେତ ଭାରତରେ ଲୋକପ୍ରିୟ ନାଭିଗେସନ ଆପ୍ ଭାବେ ଗୁଗଲ୍ ମ୍ୟାପ (Google Maps) ବହୁଳ ଭାବରେ ବ୍ୟବହାର କରାଯାଏ । ଫଳରେ ବ୍ୟବହାରକାରୀ କୌଣସି ଅଜଣା ସ୍ଥାନକୁ ଗଲେ ମଧ୍ୟ ଚିନ୍ତା ନଥାଏ । କାରଣ ବାଟ ଦେଖାଏ ଗୁଗଲ୍ ମ୍ୟାପ୍ । ଖାଲି ସେତିକି ନୁହେଁ ଆପ୍ରେ ଉକ୍ତ ସ୍ଥାନର ଫଟୋ ରହିଥିବାରୁ ଜାଗାକୁ ଚିହ୍ନିବା ଆହୁରି ସହଜ ହୋଇଯାଏ । ଏବେ ଚାରିଆଡେ ଏଆଇ କ୍ରେଜ ଥିବା ବେଳେ ଏହି ଟେକ୍ନୋଲୋଜିକୁ ନିଜ ଆପ୍ରେ ବ୍ୟବହାର କରିଛି କମ୍ପାନୀ । ଫଳରେ ପୂର୍ବାପେକ୍ଷା ଆହୁରି ଅଧିକ ସୁବିଧା ପାଇବେ ୟୁଜର ।
ବୈପ୍ଳବିକ ଏଆଇ ଟେକ୍ନୋଲୋଜିକୁ ବ୍ୟବହାର କରିବା ଲାଗି ଗୁରୁବାର କମ୍ପାନୀ ଘୋଷଣା କରିଛି । ଏହା ପୂର୍ବରୁ ଏହାର ସର୍ଚ୍ଚ ଇଞ୍ଜିନ ଏଆଇ ଟେକ୍ନୋଲୋଜିର ବ୍ୟବହାର ହୋଇସାରିଛି । ଧିରେ ଧିରେ କମ୍ପାନୀ ଏହାର ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଏଆଇ ଫିଚର ଆଣୁଛି । ଗତ 20 ବର୍ଷ ପୂର୍ବେ ଲଞ୍ଚ ହୋଇଥିବା ଗୁଗଲ ମ୍ୟାପ୍ସରେ ବ୍ୟବହାରକାରୀ ଅତ୍ୟାଧୁନିକ ସୁବିଧା ପାଇବାକୁ ଯାଉଛନ୍ତି ।
ଏହା ବି ପଢନ୍ତୁ |
ନିକଟରେ ଗୁଗଲ୍ ମ୍ୟାପ୍ସ ବିଶ୍ବବ୍ୟାପୀ 2 ବିଲିୟନ ୟୁଜର ମାଇଲଷ୍ଟୋନ ଅତିକ୍ରମ କରିଛି । ଏଥୁରି ସ୍ପଷ୍ଟ ଯେ ସାରା ବିଶ୍ବରେ କିପରି ଲୋକେ ଏହି ଆପ୍ ଉପରେ ନିର୍ଭରଶୀଳ । ଗୁଗଲ୍ର ଏଆଇ-ଆଧାରିତ Gemini ଟେକ୍ନୋଲୋଜି ବ୍ୟବହାର ପରେ ଗୁଗଲ୍ ମ୍ୟାପ୍ସରେ ୟୁଜର ପୂର୍ବାପେକ୍ଷା ଅଧିକ ସୁବିଧା ପାଇବେ ।