ହାଇଦ୍ରାବାଦ:ସାରା ବିଶ୍ବରେ ପ୍ରାୟ 2500 କୋଟିରୁ ଅଧିକ କ୍ରୋମ ୟୁଜର୍ସ ରହିଛନ୍ତି । ଆଣ୍ଡ୍ରୋଏଡ ସ୍ମାର୍ଟଫୋନ, ଲାପଟପ୍ କିମ୍ବା କମ୍ୟୁଟର ସବୁଥିରେ ବ୍ରାଉଜରର ବ୍ୟବହାର ହେଉଛି । ଏହା ଦ୍ବାରା ୟୁଜର୍ସ ଅନେକ ସୂଚନା, ସୋସିଆ ମିଡିଆକୁ ସ୍କ୍ରୋଲ କରିପାରୁଛନ୍ତି । ଏହାରି ଭିତରେ ଗୁଗଲ ଓ୍ବେବ ବ୍ରାଉଜରରେ 3 ନୂଆ ଏଆଇ ଫିଚର ଯୋଡିଛି । ଯାହାକୁ ୟୁଜର ଏକ୍ସପେରିୟନ୍ସକୁ ବୃଦ୍ଧି କରିବା ନେଇ ଅନୁମାନ କରାଯାଉଛି ।
ସୂଚନା ଅନୁସାରେ, ବର୍ତ୍ତମାନ ଏହି ଫିଚର କ୍ରୋମ ଭର୍ସନ M121ରେ ଉପଲବ୍ଧ ରହିଛି । ଏହାକୁ ନ୍ୟୁ ଏଆଇ ଏକ୍ସପେରିମେଣ୍ଟାଲ ଅପ୍ସନ ଦ୍ବାରା ଅନ୍ କରିବାକୁ ହେବ । ଏହା ସାଇଡରେ ରହିଥିବା 3 ଡଟ୍ ମେନ୍ୟୁରେ ପାଇବେ ୟୁଜର୍ସ । ତେବେ ଖୁବଶୀଘ୍ର କମ୍ପାନୀ ଏହାକୁ ଷ୍ଟେବଲ ଭର୍ସନରେ ମଧ୍ୟ ରୋଲଆଉଟ କରିବା ନେଇ ଆଶା କରାଯାଉଛି ।
ପ୍ରଥମ ଫିଚରରେ ଟ୍ୟାବ୍ ଅର୍ଗାନାଇଜ କରିବାର ସୁବିଧା ମିଳିବ । ଯେଉଁମାନେ ଅଧିକ ଟ୍ୟାବ ଖୋଲିଥାଆନ୍ତି ସେମାନଙ୍କ ପାଇଁ ଏହି ଫିଚର ଅଧିକ ସୁବିଧା ପ୍ରଦାନ କରିବା ନେଇ କୁହାଯାଇଛି । ଏହି ଅପ୍ସନ ସାହାଯ୍ୟରେ ଅଲଗା ଅଲଗା ଟ୍ୟାବକୁ ଗୋଟିଏ ସ୍ଥାନରେ ଟପିକ ହିସାବରେ ଆର୍ଗାନାଇଜ କରିବାର ସୁବିଧା ମିଳିବ । ଟ୍ୟାବକୁ ଅର୍ଗାନାଇଜ କରିବା ପାଇଁ କ୍ରୋମ ସ୍କ୍ରିନର ବାମରେ ରହିଥିବା ଡାଇମବର୍ଡ ଏରୋ ଉପରେ କ୍ଲିକ କରିବାକୁ ହେବ ଏବଂ ଏହା ପରେ ଅର୍ଗାନାଇଜ ଟ୍ୟାବ ଅପ୍ସନ ଉପରେ କ୍ଲିକ କରିବାକୁ ହେବ । ଏହାପରେ ଗୁଗଲ ଏକା ଭଳି ଟପିକର ଟ୍ୟାବକୁ ଦେଖାଇବ । ଏହାକୁ ଗୋଟିଏ ସ୍ଥାନରେ ଅର୍ଗାନାଇଜ କରିପାରିବେ ।