ହାଇଦ୍ରାବାଦ:ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା କୃତ୍ରିମ ବୁଦ୍ଧିମତାର ଡିମାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଭାରତ ମଧ୍ୟ ଏହି କ୍ଷେତ୍ରରେ ବୈଶ୍ବିକ ଲିଡର ହେବା ପାଇଁ ଲକ୍ଷ୍ୟ ରଖିଛି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଦେଶରେ ଏହି ପ୍ରତିଭାର ଡିମାଣ୍ଡ 2027 ସୁଦ୍ଧା ବୃଦ୍ଧି ପାଇବାକୁ ଯାଉଛି । ଆଗାମୀ 3ବର୍ଷ ମଧ୍ୟରେ ଏହି ସଂଖ୍ୟା 6.5ଲକ୍ଷରୁ ବୃଦ୍ଧି ପାଇ 12.5 ଲକ୍ଷରେ ପହଞ୍ଚିବାକୁ ଯାଉଛି । ଏଆଇ ସାହାଯ୍ୟରେ ଖୁବ କମ ସମୟରେ ଜଟିଳ କାର୍ଯ୍ୟ ହୋଇପାରୁଥିବାରୁ ଆଜିକାଲି ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଏହାର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଲାଣି । ଆଗାମୀ 2027 ସୁଦ୍ଧା ଦେଶରେ ଏଆଇ କୌଶଳ ଶିଖିଥିବା କର୍ମଚାରୀଙ୍କ ଆବଶ୍ୟକ ପଡ଼ିବାକୁ ଯାଉଛି ।
ବଢୁଛି AIର ଉପଯୋଗିତା:-
ଗତ 1 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରର କାର୍ଯ୍ୟରତ 43 ପ୍ରତିଶତ ଭାରତୀୟ କାର୍ଯ୍ୟବଳ ନିଜ ସଂଗଠନରେ ଏଆଇର ଉପଯୋଗକୁ ବୃଦ୍ଧି କରାଇଛନ୍ତି । ପ୍ରାୟ 60 ପ୍ରତିଶତ କର୍ମଚାରୀ ଏହା ହୃଦୟଙ୍ଗମ କରିଛନ୍ତି ଯେ ଏଆଇ ଶିଖିବା ପରେ ସେମାନଙ୍କ କ୍ୟାରିଅରରେ ସମ୍ଭାବନ ବୃଦ୍ଧି ପାଇଛି । ଏଆଇ ଟେକ୍ନୋଲୋଜି ଦ୍ବାରା କମ ସମୟରେ ଅଧିକ କାର୍ଯ୍ୟ ହୋଇପାରୁଛି । ଏଥିଲାଗି ଏହାର ବ୍ୟବହାର ଏବେ ବୃଦ୍ଧି ପାଇବାରେ ଲାଗିଛି ।
ବୈଶ୍ବିକ AI ପାୱାରହାଉସ ହେବ ଭାରତ:-