ଓଡିଶା

odisha

ଦେଶରେ ପ୍ରଥମ ଥର ଦୌଡ଼ିବ ଏୟାର ଟ୍ରେନ; ଫ୍ରିରେ ଯାତ୍ରା କରିବେ ଯାତ୍ରୀ - Indias first air train

Delhi Air Train: ଦିଲ୍ଲୀ ବିମାନବନ୍ଦରରେ ଏଣିକି ଟର୍ମିନାଲରୁ ଟର୍ମିନାଲକୁ ଯିବା ସହଜ ହେବ । ଏଠାରେ ଆରମ୍ଭ ହେବାକୁ ଯାଉଛି ଦେଶର ପ୍ରଥମ ଏୟାର ଟ୍ରେନ ସୁବିଧା । ଏଥିଲାଗି ଖର୍ଚ୍ଚ ହେବ 2000କୋଟି ଟଙ୍କା । ଅଧିକ ପଢନ୍ତୁ

By ETV Bharat Tech Team

Published : Sep 26, 2024, 12:46 PM IST

Published : Sep 26, 2024, 12:46 PM IST

Delhi Air Train
Delhi Air Train (ETV Bharat)

ନୂଆଦିଲ୍ଲୀ:ଯଦି ସବୁ କିଛି ଠିକ ରହେ ତେବେ 2027 ସୁଦ୍ଧା ଭାରତରେ ପ୍ରଥମ ଥର ଲାଗି ଏୟାର ଟ୍ରେନ ବା ଅଟୋମେଟେଡ ପିପୁଲ ମୁଭର (APM) ସୁବିଧାର ଶୁଭାରମ୍ଭ ହେବ । ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (DIAL) ପକ୍ଷରୁ ଏଥିଲାଗି ଟେଣ୍ଡର ମଧ୍ୟ ଜାରି କରାଯାଇଛି । ଏହି ସୁବିଧା ଆରମ୍ଭ ହେବା ପରେ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଟର୍ମିନାଲ ମଧ୍ୟରେ ଯାତ୍ରା କରିବା ଲାଗି ବ୍ୟବହୃତ ଡିଟିସି ବସ୍‌ ଇତିହାସ ପାଲଟିବ । ଯାତ୍ରୀ ଏହି ଏୟାର ଟ୍ରେନ ମାଧ୍ୟମରେ ଗୋଟିଏ ଟର୍ମିନାଲରୁ ଅନ୍ୟ ଏକ ଟର୍ମିନାଲରେ ପହଞ୍ଚିପାରିବେ ।

2027 ସୁଦ୍ଧା କାର୍ଯ୍ୟକ୍ଷମ ଲକ୍ଷ୍ୟ:-

ଏପିଏମ ପ୍ରକଳ୍ପ ଅନୁସାରେ 7.7 କିଲୋମିଟର ପର୍ଯ୍ୟନ୍ତ ଏହି ଏୟାର ଟ୍ରେନ ଚାଲିବ । ଏହାର 4ଟି ଷ୍ଟପ୍‌ ହେବ ଟର୍ମିନାଲ-2/3, ଟର୍ମିନାଲ-1, ଏରୋସିଟି ଓ କାର୍ଗୋ ସିଟି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଟେଣ୍ଡର ଚୂଡ଼ାନ୍ତ ହେବ । ଏହାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହାର ନିର୍ମାଣ କାର୍ଯ୍ୟ 2027 ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି ।

Also Read: ଭୁଶୁଡିଲା ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ଛାତ: କାର୍ ଚୁରମାର୍, ଜଣେ ମୃତ, ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ
ଦିଲ୍ଲୀ ଏୟାରପୋର୍ଟ (ETV Bharat)

ଖର୍ଚ୍ଚ ହେବ 2000କୋଟି !

ଏୟାର ଟ୍ରେନର ନିର୍ମାଣ କାର୍ଯ୍ୟ ଲାଗି ପ୍ରାୟ 2000କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି । ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଏହାର ଟେଣ୍ଡର ଚୂଡ଼ାନ୍ତ ହେବ ।

ଏୟାର ଟ୍ରେନ କଣ ?

ଏୟାର ଟ୍ରେନ ଦୁନିଆ ପାଇଁ କୌଣସି ନୂଆ ଜିନିଷ ନୁହେଁ, ଅନେକ ଦେଶରେ ଏହାର ଶୁଭାରମ୍ଭ କରାଯାଇଛି । ଏବେ ଭାରତରେ ଏହି ସୁବିଧା ମିଳିବ । ଏୟାର ଟ୍ରେନ ସମସ୍ତ ଯାତ୍ରୀଙ୍କ ଲାଗି ମାଗଣା ହୋଇଥାଏ, ଯାହାକି ବିମାନବନ୍ଦରରେ ଟର୍ମିନାଲ ମଧ୍ୟରେ ଚାଲିଥାଏ । ବିଶେଷ କରି 2ଟି ଟର୍ମିନାଲକୁ କନେକ୍ଟ କରିବା ଲାଗି ଏହାର ବ୍ୟବହାର କରାଯାଏ ।

ଦିଲ୍ଲୀ ଏୟାରପୋର୍ଟ ଟର୍ମିନାଲ (ETV Bharat)

କାହିଁକି ଦିଲ୍ଲୀ ବିମାନବନ୍ଦରରେ ଚାଲିବ ଏୟାର ଟ୍ରେନ ?

ଦିଲ୍ଲୀ ଏୟାରପୋର୍ଟ ଦେଶର ସବୁଠୁ ବ୍ୟସ୍ତବହୁଳ ଏୟାରପୋର୍ଟ । ପ୍ରତିବର୍ଷ ଏହି ଏୟାରପୋର୍ଟ ଦେଇ 7କୋଟି ଯାତ୍ରୀ ଯାତାୟାତ କରିଥାନ୍ତି । ଆଗାମୀ କିଛି ବର୍ଷରେ ଏହି ସଂଖ୍ୟା ଆହୁରି ବଢିପାରେ । ଏଥିଲାଗି ଟର୍ମିନାଲ ମଧ୍ୟରେ ଭଲ କନେକ୍ଟିଭିଟି ଲାଗି ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ସୂଚନା ଥାଉ କି ଦିଲ୍ଲୀ ବିମାନବନ୍ଦରରେ ଟର୍ମିନାଲ 1,2 ଓ 3 କିଛି ଦୂରତା ମଧ୍ୟରେ ରହିଛି । କିନ୍ତୁ ଗୋଟିଏ ଟର୍ମିନାଲରୁ ଅନ୍ୟ ଏକ ଟର୍ମିନାଲକୁ ଯିବା ଲାଗି ଯାତ୍ରୀ ବସ୍‌ର ବ୍ୟବହାର କରନ୍ତି । ଚାଲି ଚାଲି ଗଲେ ଜଣେ ଯାତ୍ରୀକୁ 20ମିନିଟରୁ ଅଧିକ ସମୟ ଲାଗେ । ସେହିପରି ବସ୍‌ରେ ମଧ୍ୟ ବେଳେବେଳେ ଅଧିକ ସମୟ ଲାଗେ । ଏଥିଲାଗି ଖୁବଶୀଘ୍ର ବିମାନବନ୍ଦରରେ ଏହି ସୁବିଧା ଆରମ୍ଭ ହେବ ।

ABOUT THE AUTHOR

...view details