ଓଡିଶା

odisha

ETV Bharat / technology

BSNL ଆଣିଲା 13ମାସର ଶସ୍ତା ପ୍ଲାନ; ଅନଲିମିଟେଡ କଲିଂ ସାଙ୍ଗକୁ ମିଳିବ 790GB ଡେଟା - BSNL RS 2399 PLAN FOR 395 DAYS

ବିଏସଏନଏଲ 13 ମାସିକିଆ ରିଚାର୍ଜ ପ୍ଲାନ ଆଣିଛି । ଯାହାଦ୍ବାରା ଏବେ ୟୁଜର ବାରମ୍ବାର ରିଚାର୍ଜରୁ ମୁକ୍ତି ପାଇବା ସହ ଅନେକ ସୁବିଧା ପାଇପାରିବେ । ଅଧିକ ପଢନ୍ତୁ

BSNL introduces Rs 2399 Plan with 395 days Validity
BSNL introduces Rs 2399 Plan with 395 days Validity (File Photo)

By ETV Bharat Tech Team

Published : Dec 23, 2024, 7:33 PM IST

ହାଇଦ୍ରାବାଦ: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏବେ Jio, Airtel, Vi ତୁଳନାରେ ଏହାର ୟୁଜର କମ ସତ, କିନ୍ତୁ କମ୍ପାନୀ ଏବେ ଶସ୍ତା ପ୍ଲାନ ଆଣି ପ୍ରମୁଖ କମ୍ପାନୀଗୁଡ଼ିକର ନିଦ ହଜାଇଛି । ନିକଟରେ ୟୁଜରଙ୍କୁ ଆକୃଷ୍ଟ କରୁଥିବା ବିଏସଏନଏଲ ଏବେ ଆଉ ଏକ ଶସ୍ତା ପ୍ଲାନ ଆଣିଛି । ଯାହାଦ୍ବାରା ୟୁଜର ଅନଲିମିଟେଡ କଲିଂ ସାଙ୍ଗକୁ ଅନେକ ସୁବିଧା ପାଇପାରିବେ । ଏହି ପ୍ଲାନର ବୈଧତା 13 ମାସ ରହିଛି ।

BSNLର ଶସ୍ତା 13 ମାସିକିଆ ରିଚାର୍ଜ ପ୍ଲାନ

ବିଏସଏନଏଲ 13 ମାସିକିଆ ପ୍ଲାନ ଆଣିଛି, ଅର୍ଥାତ ୟୁଜର 395 ଦିନ ପର୍ଯ୍ୟନ୍ତ ଅନେକ ସୁବିଧାର ଲାଭ ଉଠାଇପାରିବେ । BSNLର ଏହି ପ୍ଲାନର ଦାମ 2399 ଟଙ୍କା ରହିଛି । ଏହି ପ୍ଲାନ ଦ୍ବାରା ୟୁଜର ଯେକୌଣସି ନେଟୱର୍କକୁ ମାଗଣା ଅନଲିମିଟେଡ କଲିଂ ସୁବିଧା ପାଇବେ । ଯଦି ପ୍ରତିଦିନ ଖର୍ଚ୍ଚ ହିସାବ କରିବା ତେବେ ୟୁଜର ଦିନକୁ 6ଟଙ୍କା ଖର୍ଚ୍ଚ କରିବେ ।

BSNLର ଶସ୍ତା 13 ମାସିକିଆ ରିଚାର୍ଜ ପ୍ଲାନ (ETV Bharat)

କେତେ ମିଳିବ ଡେଟା ?

ଏହି ପ୍ଲାନରେ କଲିଂ ସହିତ ପ୍ରତିଦିନ 100 ମାଗଣା SMS ଓ 2GB ଡେଟା ମିଳିବ । ଏହି ପ୍ଲାନରେ ଆପଣ 395 ଦିନ ପର୍ଯ୍ୟନ୍ତ ମୋଟ 790GB ଡେଟାର ବ୍ୟବହାର କରିପାରିବେ । ଡେଟା ସୀମା ସରିବା ପରେ ଆପଣ 40kbpsରେ ଇଣ୍ଟରନେଟ ଚଲାଇପାରିବେ । ଯଦି ଆପଣ ବର୍ଷକ ପାଇଁ ରିଚାର୍ଜ କରିବାକୁ ଶସ୍ତା ପ୍ଲାନ ଅନ୍ବେଷଣରେ ଅଛନ୍ତି ତେବେ ଏହି ପ୍ଲାନ ଆପଣଙ୍କ ପାଇଁ ଭଲ ଅପସନ ହୋଇପାରେ ।

BSNL Rs. 1999 ପ୍ଲାନ

ଯଦି ଆପଣ 13 ମାସ ବଦଳରେ କେବଳ ବର୍ଷିକିଆ ବା 365 ଦିନ ପାଇଁ ରିଚାର୍ଜ ପ୍ଲାନ ଖୋଜୁଛନ୍ତି, ତେବେ ବିଏସଏନଏଲ 1999ଟଙ୍କାରେ ବର୍ଷିକିଆ ରିଚାର୍ଜ ପ୍ଲାନ ଅଫର କୁଛି । ଏହି ପ୍ଲାନରେ କମ୍ପାନୀ 600GB ହାଇ ସ୍ପିଡ ଡେଟା ପ୍ରଦାନ କରୁଛି । ଏହାସହ ଅନଲିମିଟେଡ ଭଏସ କଲିଂ ସାଙ୍ଗକୁ ଦିନକୁ 100ଟି ମାଗଣା SMS ସୁବିଧା ରହିଛି ।

ଏହା ବି ପଢନ୍ତୁ
  1. ନେଟୱର୍କ ସମସ୍ୟାକୁ କରନ୍ତୁ ବାଏ ବାଏ; BSNL ଆଣିଲା D2D ସେବା
  2. ବିନା SIM କାର୍ଡରେ କରିହେବ ମେସେଜ ଓ ଫୋନକଲ୍‌; BSNL ଆଣୁଛି ନୂଆ ସେବା

ସୂଚନା ଥାଉ କି ନିକଟରେ ଘରୋଇ ଟେଲିକମ କମ୍ପାନୀ (Jio, Airtel, Vi) ଜୁଲାଇ ମାସରୁ ଏହାର ମୋବାଇଲ ରିଚାର୍ଜ ପ୍ଲାନ ମହଙ୍ଗା କରିଥିଲେ । ଯାହାଦ୍ବାରା କମ୍ପାନୀ ଅନେକ କ୍ଷତିର ସାମ୍ନା କରିଥିଲା । ଯାହାର ସିଧାସଳଖ ଫାଇଦା ଉଠାଇଲା ସରକାରୀ ଟେଲିକମ କମ୍ପାନୀ BSNL । ଘରୋଇ ଟେଲିକମ କମ୍ପାନୀର ଅନେକ ୟୁଜର ନାରାଜ ହୋଇ ବିଏସଏନଏଲକୁ ସିଫ୍ଟ କରିଥିଲେ । ଏହି କ୍ରମରେ ବିଏସଏନଏଲ ଆଉ ଏକ ଶସ୍ତା ପ୍ଲାନ ରିଚାର୍ଜ କରି ଗ୍ରାହକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଛି ।

ABOUT THE AUTHOR

...view details