ହାଇଦ୍ରାବାଦ: ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲରେ ବ୍ୟାନ ହେଲା ମାଇକ୍ରୋବ୍ଲଗିଂ ସାଇଟ X (ପୂର୍ବରୁ ଟ୍ବିଟର) । ଏବେ ବ୍ରାଜିଲର ନାଗରିକମାନେ ଏକ୍ସକୁ ବ୍ୟବହାର କରିପାରିବେ ନାହିଁ । ଏଠାରେ ଏକ୍ସର ମୋବାଇଲ ଓ ୱେବ ଦୁଇଟି ଯାକ ଭର୍ସନ କାମ କରୁନାହିଁ । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏଠାରେ ଏଲନ ମସ୍କଙ୍କ ଏକ୍ସକୁ ବ୍ୟାନ କରାଯାଇଛି । ଦୀର୍ଘ ସମୟ ଧରି ବ୍ରାଜିଲ ସୁପ୍ରିମକୋର୍ଟ ଓ ଏଲନ ମସ୍କଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଏବେ ଏହି ଦେଶର ନାଗରିକ ଏକ୍ସ ବ୍ୟବହାରରୁ ବଞ୍ଚିତ ହୋଇଛନ୍ତି ।
କୋର୍ଟରେ ରାୟରେ କଣ କହିଲେ ?
ବ୍ରାଜିଲର ଶୀର୍ଷ କୋର୍ଟର ବିଚାରପତି ଏଲେକଜାନ୍ଦେ ଡି. ମୋରେସ ଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥଇଲେ । ବ୍ରାଜିଲରେ 'X' ମାଲିକ ଏଲନ୍ ମସ୍କ ତାଙ୍କ କମ୍ପାନୀର ଆଇନଗତ ପ୍ରତିନିଧୀ ନିଯୁକ୍ତ କରିବାକୁ ମନା କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଜଜ୍ କହିଛନ୍ତି ଯେ ବ୍ରାଜିଲର ସାର୍ବଭୌମତ୍ବ ଏବଂ ନ୍ୟାୟପାଳିକା ପ୍ରତି ମସ୍କ ସମ୍ପୂର୍ଣ୍ଣ ଅସମ୍ମାନ ପ୍ରଦର୍ଶନ କରିଛନ୍ତି ।
ପୂର୍ବରୁ ଚେତାବନୀ ଦେଇଥିଲେ କୋର୍ଟ ?
ବ୍ରାଜିଲରେ ଏକ୍ସକୁ ବ୍ୟାନ୍ କରିବା ଲାଗି ଜଜ୍ ଏଲନ ମସ୍କଙ୍କୁ ଚେତାବନୀ ଦେଇଥିଲେ । ମାତ୍ର ଏଲନ ମସ୍କ ଏହାକୁ ମାନି ନଥିଲେ । ଯଦି ଏଲନ ମସ୍କ ବ୍ରାଜିଲରେ କମ୍ପାନୀର ଆଇନଗତ ପ୍ରତିନିଧୀ ନିଯୁକ୍ତ ନ କରନ୍ତି ତେବେ ଏକ୍ସକୁ ବ୍ୟାନ କରାଯିବ ବୋଲି ସଫା ସଫା କହିଥିଲେ ବିଚାରପତି । ଏଥିଲାଗି କୋର୍ଟ ଏଲନ ମସ୍କଙ୍କୁ 24 ଘଣ୍ଟାର ସମୟ ପ୍ରଦାନ କରିଥିଲେ । ମାତ୍ର ଧାର୍ଯ୍ୟ ସମୟ ମଧ୍ୟରେ କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ପରେ କୋର୍ଟ ଏହି ରାୟ ଶୁଣାଇଥିଲେ ।
'X' ବ୍ୟବହାର କଲେ 8900 ଡଲାର ଜୋରିମାନା:-