ଓଡିଶା

odisha

ETV Bharat / technology

ଜାନୁଆରୀ 17ରୁ ଆରମ୍ଭ ହେବ Auto Expo 2025, କେଉଁଠୁ କରିବେ ଟିକେଟ୍‌ - BHARAT MOBILITY EXPO 2025 DATES

ଆସନ୍ତା 17 ଜାନୁଆରୀରୁ 22 ପର୍ଯ୍ୟନ୍ତ ଭାରତ ମୋବିଲିଟି ଏକ୍ସପୋ 2025 ଅନୁଷ୍ଠିତ ହେବ । ଏଥିରେ ଅନେକ ଯାନ ଲଞ୍ଚ ହେବାକୁ ଯାଉଛି । ଅଧିକ ପଢନ୍ତୁ

BHARAT MOBILITY EXPO REPRESENTATIONAL PHOTO
BHARAT MOBILITY EXPO REPRESENTATIONAL PHOTO (IANS Photo)

By ETV Bharat Tech Team

Published : Jan 15, 2025, 7:38 PM IST

ହାଇଦ୍ରାବାଦ:ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେଶର ସବୁଠୁ ବଡ଼ ଅଟୋ ଶୋ' ଭାରତ ମୋବିଲିଟି ଏକ୍ସପୋ ଆୟୋଜିତ ହେବାକୁ ଯାଉଛି । ଅଟୋ ଏକ୍ସପୋରେ ପ୍ରତିବର୍ଷ ଦେଶ ଓ ବିଦେଶର ଅନେକ ପ୍ରମୁଖ ଯାନ ନିର୍ମାତା କମ୍ପାନୀ ସାମିଲ ହୁଅନ୍ତି ଓ ନିଜର ପ୍ରଡକ୍ଟକୁ ପ୍ରଦର୍ଶିତ କରନ୍ତି । ଭାରତ ମୋବିଲିଟି ଏକ୍ସପୋ 2025ରେ ଅଟୋ ଏକ୍ସପୋ, ଟାୟର ଶୋ', ବ୍ୟାଟେରୀ ଶୋ', ମୋବିଲିଟି ଟେକ୍‌, ଷ୍ଟିଲ ଇନୋଭେସନ ଓ ଇଣ୍ଡିଆ ସାଇକେଲ ଶୋ' ସାମିଲ । ଏହି ଆର୍ଟିକଲରେ ଭାରତ ମୋବିଲିଟି ଏକ୍ସପୋ ସମ୍ପର୍କରେ ବିସ୍ତୃତ ଭାବରେ ଜାଣନ୍ତୁ ।

  • କେବେ ଆୟୋଜନ ହେବ ?

ଚଳିତ ବର୍ଷ ଭାରତ ମୋବିଲିଟି ଏକ୍ସପୋ 2025 ଜାନୁଆରୀ 17ରୁ ଆରମ୍ଭ ହେବ । କାର୍ଯ୍ୟକ୍ରମର ପ୍ରଥମ ଦିନ କେବଳ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି କାର୍ଯ୍ୟକ୍ରମ ରହିଛି । ଏହାପରେ 18 ଜାନୁଆରୀଠାରୁ ମିଡିଆ ଓ ଡିଲର୍‌ ଉଭୟ ଏଥିରେ ଅଂଶଗ୍ରହଣ କରିବେ । ଏହାପରେ 19 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଭାରତ ମୋବିଲିଟି ଏକ୍ସପୋ 2025ରେ ସାଧାରଣ ଜନତାଙ୍କ ଲାଗି ପ୍ରବେଶ ଅନୁମତି ମିଳିବ ।

  • କେଉଁଠୁ କରିବାକୁ ପଡ଼ିବ ଟିକେଟ୍‌ ?

ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025ରେ ଆଗନ୍ତୁକଙ୍କ ଲାଗି ପ୍ରବେଶ ସମ୍ପୂର୍ଣ୍ଣ ଭାବେ ନିଶୁଳ୍କ ବା ମାଗଣା ରହିବ । ରେଜିଷ୍ଟ୍ରେସନ ଲାଗି ଇଚ୍ଛୁକ ଆଗନ୍ତୁକ www.bharat-mobility.comର ଭିଜିଟର୍‌ ରେଜିଷ୍ଟ୍ରେସନ ସେକ୍ସନରେ ଯାଇ ନିଜର ବିବରଣୀ ପ୍ରଦାନ କରିପାରିବେ ।

  • କେଉଁଠି ଆୟୋଜିତ ହେବ କାର୍ଯ୍ୟକ୍ରମ ?

ଭାରତ ମୋବିଲିଟି ଏକ୍ସପୋ 2025 ଭାରତର ତିନୋଟି ଅଲଗା ଅଲଗା ସ୍ଥାନରେ ଆୟୋଜିତ କରାଯିବ । ପ୍ରଥମ ସ୍ଥାନ ଭାରତ ମଣ୍ଡପମ ପ୍ରଗତି ମୈଦାନ ଓ ଦ୍ବିତୀୟ ସ୍ଥାନ ଦ୍ବାରକାର ଯଶୋଭୂମି ଓ ତୃତୀୟ ସ୍ଥାନ ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ସେଣ୍ଟର ଆଣ୍ଡ ମାର୍ଟଠାରେ ଆୟୋଜିତ ହେବ । ପ୍ରଥମ ଦୁଇଟି ଲୋକେସନ ଦିଲ୍ଲୀରେ ଥିବା ବେଳେ ଦ୍ବିତୀୟ ଲୋକେସନଟି ଉତ୍ତର ପ୍ରଦେଶରେ ରହିଛି । ଧ୍ୟାନ ଦେବା କଥା ହେଉଛି ଏହି ସମସ୍ତ ସ୍ଥାନରେ ପବ୍ଲିକ ଟ୍ରାନ୍ସପୋର୍ଟ ସହଜରେ ଉପଲବ୍ଧ ।

ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଭାରତ ମଣ୍ଡପମରେ Auto Expo, Tyre Show, Battery Show, Mobility Tech, Steel Innovation ଓ India Cycle Show ଆୟୋଜିତ କରାଯିବ । ସେହିପରି ଦ୍ବାରକା ଯଶୋଭୂମିରେ Auto Expo Components Show 2025 ଆୟୋଜିତ କରାଯିବ । ଏହା 18 ଜାନୁଆରୀରୁ 21 ଜାନୁଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ । ସେପଟେ ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ସେଣ୍ଟର ଆଣ୍ଡ ମାର୍ଟଠାରେ Bharat Construction Equipments Show ଓ Urban Mobility & Infrastructure Show ଆୟୋଜିତ କରାଯିବ । ଯାହାକି 19 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଚାଲିବ ।

  • କେଉଁ କମ୍ପାନୀ ସାମିଲ ହେବେ ?

ଭାରତ ମୋବିଲିଟି ଏକ୍ସପୋ 2025ର ଅଟୋ ଏକ୍ସପୋରେ ସବୁଠୁ ଅଧିକ ଧ୍ୟାନ ଇଲେକଟ୍ରିକ ଯାନ, କନସେପ୍ଟ ଭେଇକିଲ, ସଷ୍ଟେନେବିଲିଟି ଓ ଆଡଭାନ୍ସ ଟେକନିକ ଉପରେ ରହିବ । କାର ନିର୍ମାତା କମ୍ପାନୀ Maruti Suzuki, Hyundai, Tata Motors, Mahindra, Porsche, Volkswagen, Skoda, Toyota, Mercedes Benz, BMW, Audi, VinFast, BYD, MG Motor ଓ ଅନ୍ୟ କମ୍ପାନୀ ଏଥିରେ ଅଂଶଗ୍ରହଣ କରିବେ ।

ସେପଟେ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ସମ୍ପର୍କରେ ଆଲୋଚନା କଲେ ଏହି ତାଲିକାରେ Suzuki, Hero MotoCorp, TVS Motor Company, Honda Motorcycle India, Bajaj Auto, KTM ଆଦି କମ୍ପାନୀଗୁଡ଼ିକ ସାମିଲ । ଏହି ସମସ୍ତ କମ୍ପାନୀ ନିଜର ଆଗାମୀ ପ୍ରଡକ୍ଟ ସହିତ କନସେପ୍ଟ ମଡେଲ ମଧ୍ୟ ପ୍ରଦର୍ଶିତ କରିବେ । ଏହା ବ୍ୟତୀତ କିଛି ଇଲେକଟ୍ରିକ୍‌ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ Ola Electric, Ather Energy, Ultraviolette ଓ Okinawa ଭଳି କମ୍ପାନୀ ସାମିଲ ।

  • ଏହି ପ୍ରଡକ୍ଟ ଉପରେ ଖାସ ନଜର

ଭାରତ ମୋବିଲିଟି ଏକ୍ସପୋ 2025ରେ ଅନେକ ଚାରି ଚକିଆ ଓ ଦୁଇ ଚକିଆ ଯାନ ଲଞ୍ଚ କରାଯିବ । ଏହି ଯାନଗୁଡ଼ିକ ଅଲଗା ଅଲଗା ସେଗମେଣ୍ଟରେ ଲଞ୍ଚ କରାଯିବ । ଚାରି ଚକିଆ ଯାନ କଥା କହିଲେ ଏହି ଇଭେଣ୍ଟରେ Maruti Suzuki e Vitara, Hyundai Creta Electric, Tata Sierra EV, VinFast VF7, VinFast VF9, BYD Sealion 7, MG Cyberster, MG M9 ସାମିଲ ।

ଦୁଇ ଚକିଆ ଯାନ ଲଞ୍ଚ ସମ୍ପର୍କରେ କହିଲେ Hero Xoom 125R, Hero Xoom 160R, TVSର ଅନେକ ଆଡଭେଞ୍ଚର ମୋଟରସାଇକେଲ ଏବଂ ବଜାଜ ଅଟୋର ଦ୍ବିତୀୟ CNG ମୋଟରସାଇକେଲ ଲଞ୍ଚ ହୋଇପାରେ ।

ଏହା ବି ପଢନ୍ତୁ
  1. ଭାରତ ମୋବିଲିଟି ଏକ୍ସପୋରେ ପ୍ରଦର୍ଶିତ ହେବ 3 ପେଟ୍ରୋଲ ସ୍କୁଟର, ଖୁବଶୀଘ୍ର ଲଞ୍ଚ
  2. 2025ରେ ଭାରତରେ ଲଞ୍ଚ ହେବ MGର ପ୍ରଥମ ଇଲେକ୍‌ଟ୍ରିକ ସ୍ପୋର୍ଟ୍ସ କାର୍‌; ଦିୱାନା କରୁଛି ଲୁକ୍‌
  3. ଅଟୋ ଏକ୍ସପୋ 2025 ତାରିଖର ଖୁଲାସା; ଏହି କମ୍ପାନୀ ହେବେ ସାମିଲ

ABOUT THE AUTHOR

...view details