ଓଡିଶା

odisha

ETV Bharat / technology

ଆପଲ୍‌ 2025ରେ ଆଣିପାରେ ସ୍ମାର୍ଟ ଡୋରବେଲ୍‌; ବିନା ଚାବିରେ ଖୋଲିବ ଘର - APPLE SMART DOORBELL

ଏକ ରିପୋର୍ଟ ଅନୁଯାୟୀ ନୂଆବର୍ଷ 2025ରେ ଆପଲ୍‌ ସ୍ମାର୍ଟ ଡୋରବେଲ୍‌ ଲଞ୍ଚ କରିପାରେ । ଫଳରେ ବିନା ଚାବିରେ ଖୋଲିବ ଘର । ଅଧିକ ପଢନ୍ତୁ

Apple may launch smart doorbell in 2025
Apple may launch smart doorbell in 2025 (Photo Credit- X/@applehub)

By ETV Bharat Tech Team

Published : Dec 24, 2024, 7:59 PM IST

ହାଇଦ୍ରାବାଦ: ଗ୍ଲୋବାଲ ଟେକ୍‌ ଜାଏଣ୍ଟ ଆପଲ୍‌ ନୂଆବର୍ଷ 2025ରେ ସ୍ମାର୍ଟ ଡୋରବେଲ୍‌ ଲଞ୍ଚ କରି ସ୍ମାର୍ଟ ହୋମ ବଜାରରେ ପ୍ରବେଶ କରିପାରେ । ଏକ ରିପୋର୍ଟ ଅନୁସାରେ କମ୍ପାନୀ ଏକ ସ୍ମାର୍ଟ ହୋମ୍‌ ଡୋରବେଲ ଉପରେ କାମ କରୁଛି, ଯେଉଁଥିରେ ଗ୍ରାହକଙ୍କୁ ଫେସ ଆଇଡି (Face ID) ମିଳିବ । ଏହି ଡିଭାଇସ ୟୁଜରଙ୍କୁ ସେମାନଙ୍କ ଚେହେରାର ସ୍କାନିଂ ମାଧ୍ୟମରେ ଘର ଖୋଲିବାକୁ ଅନୁମତି ଦେବ । ଏହା ସମ୍ପୂର୍ଣ୍ଣ ଭାବେ iPhone ପରି ହୋଇପାରେ ।

ଆପଲ୍‌ ସ୍ମାର୍ଟ ଡୋରବେଲ୍‌

ବ୍ଲୁମବର୍ଗର ମାର୍କ ଗୁରମନଙ୍କ ଅନୁସାରେ ଆପଲ୍‌ ଏକ ସ୍ମାର୍ଟ ହୋମ ଡୋରବେଲ୍‌ ସିଷ୍ଟମ ଉପରେ କାମ କରୁଛି, ଯେଉଁଥିରେ ହାଇବ୍ରିଡ୍‌ ଫେସ ରେକଗ୍ନିସନ ଟେକନିକ ହେବ । ଯାହାକି ୱେୟାରଲେସ ଭାବେ ଡେଡବୋଲ୍ଟ ଲକ୍‌ ସହିତ ଯୋଡ଼ି ହେବ । ଆପଲ୍‌ ପୂର୍ବରୁ ହିଁ ନିଜ ଅନଲାଇନ ଷ୍ଟୋରରେ ଅନେକ ଥାର୍ଡ-ପାର୍ଟି ସ୍ମାର୍ଟ ହୋମ୍‌ ଲକ୍‌ ପ୍ରଦାନ କରିଥାଏ । କିନ୍ତୁ ଏବେ କମ୍ପାନୀ ନିଜର ସ୍ମାର୍ଟ ଡୋରବେଲ ଆଣୁଛି । ଏହାସହିତ କମ୍ପାନୀ ଆମାଜନର ରିଙ୍ଗ ଓ ଗୁଗଲ ନେଷ୍ଟ ଭଳି ବଡ଼ ବ୍ରାଣ୍ଡକୁ ଟକ୍କର ଦେଇପାରେ ।

ଚେହେରା ଦେଖିବା ମାତ୍ରେ ଖୋଲିବ କବାଟ

ଆପଲ୍‌ ପକ୍ଷରୁ ଦାବି କରାଯାଇଛି ଯେ ଏହି ନୂଆ ସ୍ମାର୍ଟ ଡୋରବେଲ୍‌ ଫେସ ଲକ୍‌ ସହିତ କାମ କରିବ । ଏହି ଡୋରବେଲ୍‌ ଆଗରେ ଚେହେରା ଦେଖାଇଲେ କବାଟ ଖୋଲିବ । ଏହା ସ୍ବୟଂଚାଳିତ ଭାବେ ଅନଲକ୍‌ ହୋଇପାରିବ । ଏହି ଡିଭାଇସଟି ଆପଣଙ୍କ ଚେହେରାକୁ ସ୍କାନ କରିବ । ଏହା ସମ୍ପୂର୍ଣ୍ଣ ଭାବେ ଆଇଫୋନ ପରି କାମ କରିବ ବୋଲି ଜଣାପଡ଼ିଛି । ଏହାକୁ କମ୍ପାନୀ 2025 ଶେଷ ସୁଦ୍ଧା ଲଞ୍ଚ କରିପାରେ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ଏହା ବି ପଢନ୍ତୁ
  1. 2026ରେ ଆପଲ୍‌ ଆଣିପାରେ ପ୍ରଥମ ଫୋଲ୍ଡେବଲ ଆଇଫୋନ୍‌
  2. ଭାରତ ରଚିଲା ଇତିହାସ; ସ୍ମାର୍ଟଫୋନ ରପ୍ତାନୀରେ 20କୋଟି ଟଙ୍କା ମୂଲ୍ୟ ପାର

ସ୍ମାର୍ଟ ହୋମ ହବ୍‌ ଉପରେ କାମ କରୁଛି ଆପଲ୍‌

ଆପଲ୍‌ ଏବେ କୃତ୍ରିମ ବୁଦ୍ଧିମତା AI ସହିତ ରୋବୋଟିକ୍ସ ଓ ସ୍ମାର୍ଟ ହୋମ ଉପରେ କାମ କରୁଛି । ଆପଲ୍‌ର ସ୍ମାର୍ଟ ହୋମ ହବ୍‌ରେ ଏଆଇ ଆଧାରିତ ଡିଭାଇସ ରହିବ । ରିପୋର୍ଟ ଅନୁଯାୟୀ ସ୍ମାର୍ଟ ହୋମ ହବ୍‌ରେ ଏକ 6 ଇଞ୍ଚର ଡିସପ୍ଲେ ଦିଆଯାଇପାରେ । ଏହାସିହତ ଏକ ନୂଆ ଅପରେଟିଂ ସିଷ୍ଟମ ଡିଜାଇନ କରାଯାଉଛି, ଯାହା ସାହାଯ୍ୟରେ ଘର ଉପକରଣକୁ ନିୟନ୍ତ୍ରଣ କରାଯିବ । ଏହାସହିତ କମ୍ପାନୀ ନୂଆ ହୋମ ସିକ୍ୟୁରିଟି କ୍ୟାମେରା ଉପରେ ମଧ୍ୟ କାମ କରୁଛି, ଯାହାକି ସ୍ମାର୍ଟ ହୋମ ହବ୍‌ ସହିତ କାମ କରିବ । କମ୍ପାନୀ ଏହି ହୋମ୍‌ କ୍ୟାମେରା ଉପରେ ଲମ୍ବା ସମୟ ଧରି କାମ କରୁଛି ।

ABOUT THE AUTHOR

...view details