ହାଇଦ୍ରାବାଦ: ଟେକ୍ ଜାଏଣ୍ଟ ଆପଲ୍ ଆନୁଷ୍ଠାନିକ ଭାବେ iOS 18.2 ଲଞ୍ଚ କରିଛି । ଯେଉଁଥିରେ iPhones, iPads ଓ Macsରେ ମିଳିବ ଅନେକ ଅତ୍ୟାଧୁନିକ ଫିଚର । ଏହି ନୂଆ ଅପଡେଟରେ ଆପଲ୍ ଇଣ୍ଟେଲିଜେନ୍ସର ଦ୍ବିତୀୟ ପର୍ଯ୍ୟାୟ ସାମିଲ । ଏହି ଅପଡେଟ କ୍ରିଏଟିଭିଟି ଓ ପ୍ରଡକ୍ଟିଭିଟିକୁ ପୂର୍ବାପେକ୍ଷା ଅଧିକ ଉନ୍ନତ କରିବ । ଆପଲ୍ର ଏଆଇ ଫିଚର ସହିତ ଲାଟେଷ୍ଟ ସଫ୍ଟୱେୟାର ଅପଡେଟରେ ଆପଣଙ୍କୁ କଣ କଣ ସୁବିଧା ମିଳିବ ଜାଣିବା ।
ଏହି ୟୁଜରଙ୍କୁ ମିଳିଲା AI ଅପଡେଟ:-
ଆପଲ୍ ୟୁକେ, କାନାଡା, ଆୟରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଥିବା ୟୁଜରଙ୍କ ଲାଗି AI ସୁବିଧା ମିଳୁଥିବା ଫିଚର ପ୍ରଦାନ କରିଛି । ଆପଲ୍ ଇଣ୍ଟେଲିଜେନ୍ସ ବର୍ତ୍ତମାନ କେବଳ iPhone 15 Pro, Pro Max ଓ iPhone 16 ସିରିଜ ପାଇଁ ଉପଲବ୍ଧ, କିନ୍ତୁ iOS 18.2 ଅପଡେଟ ସମସ୍ତ ୟୁଜରଙ୍କ ଲାଗି କିଛି ନା କିଛି ଅଫର ପ୍ରଦାନ କରୁଛି ।
ନୂଆ ଅପଡେଟରେ କଣ ମିଳୁଛି ସୁବିଧା ?
- ନୂଆ ଫିଚରରେ Find MY App ଅପଗ୍ରେଡ ସାମିଲ, ଯାହାକି ଏବେ ଟ୍ରଷ୍ଟେଡ କଣ୍ଟାକ୍ଟସ୍ ସହିତ Air Tag ଲୋକେସନ ସେୟାର ସୁବିଧା ମଧ୍ୟ ସାମିଲ । ଉଦାହରଣସ୍ବରୂପ ଯଦି ଆପଣ ଏୟାରପୋର୍ଟରେ ଆପଣଙ୍କ ଲଗେଜ୍ ପାଉନାହାନ୍ତି ତେବେ ଏୟାର ଟ୍ୟାଗ ଲୋକେସନ ଏୟାରଲାଇନ୍ ସହିତ ସେୟାର କରି ଆପଣଙ୍କ ହଜିଲା ଜିନିଷ ଫେରିପାଇବେ ।
- ଏହାବ୍ୟତୀତ ଫଟୋ ଆପ୍କୁ ଫୁଲ୍ ସ୍କ୍ରିନ ଭିଡିଓ ପ୍ଲେବ୍ୟାକ୍ ସକ୍ଷମ କରିବା ଲାଗି ନୂଆ ଲୁକ୍ ପ୍ରଦାନ କରାଯାଇଛି ।
- ଆପଲ୍ ନୂଆ ଅପଡେଟ ସହିତ ବସ୍ତୁ ଚିହ୍ନଟ କରିବା ଲାଗି ନୂଆ ଟୁଲ୍ ପ୍ରଦାନ କରିଛି । ଯାହାକି QR କୋଡ୍ ସ୍କାନ ଓ କ୍ୟାମେରା ଜରିଆରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିପାରିବ ।
- Notes Appକୁ ଅପଡେଟ କରି ଆପଲ୍ Image Wand ଟୁଲ୍କୁ ସାମିଲ କରିଛି । ଏହି ଟୁଲ୍ ଯେକୌଣସି ସ୍କେଚ୍କୁ ଇମେଜ୍ରେ ପରିଣତ କରିପାରିବ । ଯୁଜରଙ୍କୁ ଏଥିରେ ଅନେକ ପ୍ରକାର ସେଟିଂ ମିଳିଥାଏ । ଯାହାଦ୍ବାରା ସ୍କେଚ୍କୁ ଆନିମେସନ, ଇଲିଷ୍ଟ୍ରେସନ ରୂପରେ ବଦଳାଯାଇପାରିବ ।