ହାଇଦ୍ରାବାଦ:ଖୁବଶୀଘ୍ର ଆସୁଛି ମୋବାଇଲ ଅପରେଟିଂ ସିଷ୍ଟମ ଆଣ୍ଡ୍ରଏଡ୍ର ନୂଆ ଭର୍ସନ ଆଣ୍ଡ୍ରଏଡ 16 । ଏ ନେଇ ବିଧିବଦ୍ଧ ଭାବେ ଗୁଗଲ୍ ସ୍ପଷ୍ଟ କରିଛି । ନିକଟରେ ଏକ ଡେଭଲପର ବ୍ଲଗରେ ଗୁଗଲ୍ ଆଣ୍ଡ୍ରଏଡ ଅପଡେଟକୁ ରୋଲଆଉଟ୍ କରିବା ନେଇ ନିଜ ଷ୍ଟ୍ରାଟେଜି ସମ୍ପର୍କରେ ସୂଚନା ଦେଇଥିଲା । ଯେଉଁଥିରେ SDK(ସଫ୍ଟୱେୟାର ଡେଭଲପମେଣ୍ଟ କିଟ) ରିଲିଜ ସାମିଲ । ଏହାର ଉଦ୍ଦେଶ୍ୟ ହେଉଛି ୟୁଜରଙ୍କୁ ଏକ ନିଆରା ଅଭିଜ୍ଞତା ସହ ଡେଭଲପର ସପୋର୍ଟକୁ ଅଧିକ କ୍ରିୟାଶୀଳ କରିବା ।
ଆଣ୍ଡ୍ରଏଡ ରିଲିଜକୁ ଆହୁରି ପ୍ରଭାବଶାଳୀ କରିବା ଲାଗି ଗୁଗଲ୍ ପ୍ରୋଜେକ୍ଟ ଟ୍ରେବଲ ଓ ମେନଲାଇନ ଉପରେ କାମ କରୁଛି । ଯାହାଦ୍ବାରା ପୂରା ସିଷ୍ଟମ ଅପଡେଟ ବିନା ୟୁଜରଙ୍କ ନିକଟରେ ଅପଡେଟ ପହଞ୍ଚିପାରିବ । ଏବେ ଗୁଗଲ୍ 2025ରେ ଦୁଇଟି ଆଣ୍ଡ୍ରଏଡ ରିଲିଜ କରିବାକୁ ଯାଉଛି । ଏ ନେଇ ଗୁଗଲ୍ କନଫର୍ମ କରିଛି ।
ଏହା ବି ପଢନ୍ତୁ |
2025ରେ 2 ଆଣ୍ଡ୍ରଏଡ ରିଲିଜ:-
ଗୁଗଲ୍ ଆସନ୍ତା ବର୍ଷ 2025 ଦ୍ବିତୀୟ ତ୍ରୟମାସ (Q2) ଏକ ପ୍ରମୁଖ ରିଲିଜ ଓ ଚତୁର୍ଥ ତ୍ରୟମାସ (Q4)ରେ ଏକ ମାଇନର ରିଲିଜ ଜାରି କରିବ । Q2 ରିଲିଜରେ ନୂଆ ଡେଭଲପର API ଓ କିଛି ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । Q3ର ସାଧାରଣ କାର୍ଯ୍ୟସୂଚୀ ପରିବର୍ତ୍ତେ Q2କୁ ସ୍ଥାନାନ୍ତରର ଉଦ୍ଦେଶ୍ୟ ହେଉଛି ଡିଭାଇସ ନିର୍ମାତା ଆଣ୍ଡ୍ରଏଡର ନୂତନ ସଂସ୍କରଣକୁ ଅଧିକ ଡିଭାଇସରେ ଶୀଘ୍ର ରିଲିଜ କରିବାକୁ ଅନୁମତି ଦେବା ।