ଓଡିଶା

odisha

ETV Bharat / technology

ସାଇବର ଠକେଇର ଶିକାର 84ବର୍ଷୀୟ ବୃଦ୍ଧ; ହରାଇଲେ 2.88କୋଟି ଟଙ୍କା; ଘଟଣା କଣ ଜାଣନ୍ତୁ

ସାଇବର ଠକଙ୍କ ଜାଲରେ ହାଇଦ୍ରାବାଦର 84ବର୍ଷୀୟ ବୃଦ୍ଧ । ହରାଇଲେ 2.88 ଲକ୍ଷ କୋଟି ଟଙ୍କା । ବିଭିନ୍ନ ଦିଗରୁ ଏତେ ସତର୍କତା ପରେ ବି କିପରି ହରାଇଲେ ଟଙ୍କା ? ଅଧିକ ପଢନ୍ତୁ

CYBER FRAUD
CYBER FRAUD (Photo- ETV Bharat)

By ETV Bharat Tech Team

Published : 5 hours ago

ହାଇଦ୍ରାବାଦ: ଦେଶରେ ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ । ନାନା ପ୍ରକାରର ଉପାୟରେ ଲୋକଙ୍କଠୁ କୋଟି କୋଟି ଟଙ୍କା ଠକି ନେଉଛନ୍ତି ସାଇବର ଠକ । ହାଇଦ୍ରାବାଦର ଜଣେ 84 ବର୍ଷୀୟ ବୃଦ୍ଧଙ୍କ କଷ୍ଟ ଅର୍ଜିତ 2.88 କୋଟି ଟଙ୍କା ଲୁଟ୍‌ ହୋଇଛି । ହାଇଦ୍ରାବାଦ ପୋଲିସ ସହାୟତାରେ ବୃଦ୍ଧ ଜଣକ ମାତ୍ର 53ଲକ୍ଷ ଫେରି ପାଇଛନ୍ତି । ସେପଟେ ଠକଙ୍କୁ ଧରିବା ଲାଗି ପୋଲିସ ତନାଘନା ଜାରି ରଖିଛି ।

ହାଇଦ୍ରାବାଦ ପୋଲିସ କମିଶନର ସିଭି ଆନନ୍ଦଙ୍କ କହିବାନୁସାରେ, ଠକମାନେ ବୃଦ୍ଧଙ୍କୁ ହ୍ବାଟ୍ସଆପ ଭିଡିଓ କଲ ମାଧ୍ୟମରେ ଯୋଗାଯୋଗ କରିଥିଲେ ଏବଂ ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଇଥିଲେ । ବୃଦ୍ଧ ଜଣକ 68କୋଟି ଟଙ୍କା ଆର୍ଥିକ ଠକେଇର ସମ୍ପୃକ୍ତି ଥିବା କହି ଜେଲ ପଠାଇଦେବାକୁ ଧମକ ଦେଇଥିଲେ । ଏହା ଶୁଣିବା ପରେ ବୃଦ୍ଧ ଜଣକ ଭୟଭୀତ ହୋଇପଡ଼ିଥିଲେ । ଠକଙ୍କ କହିବା ମୁତାବକ 2.88 କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ ।

ଏ ସମ୍ପର୍କରେ ସାଇବର ଥାନାରେ ଅଭିଯୋଗ ହେବା ପରେ ସାଇବର ପୋଲିସ ଆଇଟି ଆକ୍ଟ ଅନୁଯାୟୀ ସେକ୍ସନ 66(ସି), 66(ଡି) ଏବଂ ବିଏନଏସ ଧାରା 308(2), 318(4), 319(2), 336(3), 338, 340(2) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୋଲିସ ଅଧିକାରୀମାନେ ଠକଙ୍କୁ ଟଙ୍କା ପଠାଯାଇଥିବା ବ୍ୟାଙ୍କ ସହିତ ଯୋଗାଯୋଗ କରି ଉକ୍ତ ଟଙ୍କାକୁ ଅଟକାଇଦେବା ଲାଗି କହିଛନ୍ତି । ଏହାସହିତ ଟଙ୍କା ଫେରସ୍ତ ପାଇବା ଲାଗି କୋର୍ଟରେ ପିଟିସନ ଦାଖଲ କରିବାକୁ କୁହାଯାଇଛି ।

ଏହା ବି ପଢନ୍ତୁ
  1. ଏଇ ଭୁଲ ପାଇଁ ଶିକ୍ଷକ ହରାଇଲେ ଅଢେଇ କୋଟି... - Digital Arrest
  2. ଟ୍ରେଡିଂ ଆପ୍‌ରେ ଜାଲରେ ଡାକ୍ତର; ଲୁଟି ନେଲେ 87 ଲକ୍ଷ, ରାଜସ୍ଥାନରୁ ୨ ଠକଙ୍କୁ ଧରିଲା ଓଡ଼ିଶା ପୋଲିସ
  3. ସଫ୍ଟୱେୟାର ସର୍ଭିସ ଆଳରେ ଠକେଇ, ଭୁବନେଶ୍ବରରେ ଥାଇ ଆମେରିକା ଲୋକଙ୍କୁ ଲଗାଉଥିଲେ ଚୂନ

ପୋଲିସ କମିଶନରଙ୍କ କହିବାନୁସାରେ ଅଭିଯୋଗକାରୀଙ୍କୁ ଟଙ୍କା ଫେରାଇବା ଲାଗି କୋର୍ଟ ବ୍ୟାଙ୍କକୁ କହିଛନ୍ତି । ସୁରଟର ଆକ୍ସିସ ବ୍ୟାଙ୍କକୁ 53ଲକ୍ଷ ଟଙ୍କା ଓ କେରଳର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ 50 ଲକ୍ଷ ଟଙ୍କା ଫେରାଇବାକୁ କୁହାଯାଇଛି । ବ୍ୟାଙ୍କ କର୍ମଚାରୀଙ୍କ ସହିତ ଲଗାତାର ଭାବେ ଯୋଗାଯୋଗ ଯୋଗୁଁ ଠକେଇର ଶିକାର ହୋଇଥିବା ବୃ୍ଦ୍ଧ 53 ଲକ୍ଷ ଟଙ୍କା ଫେରି ପାଇଛନ୍ତି ।

ସତର୍କ କଲେ ପୋଲିସ କମିଶନର:-

  • ପୋଲିସ କମିଶନର ଲୋକଙ୍କୁ ସତର୍କ କରାଇ କହିଛନ୍ତି ଯେ ପୋଲିସ କେବେ ହେଲେ ଗିରଫ କରିବା ଲାଗି ଅଭିଯୁକ୍ତକୁ କଲ୍‌ କରେ ନାହିଁ । ଏପରି କେବଳ ଠକମାନେ ହିଁ କରନ୍ତି । ଏଣୁ ସେମାନଙ୍କୁ ଗୋଟିଏ ବି ଟଙ୍କା ଦେବା ଉଚିତ ନୁହେଁ ।
  • ତୁରନ୍ତ ଉକ୍ତ ନମ୍ବରକୁ ବ୍ଲକ୍‌ କରନ୍ତୁ ।
  • ତୁରନ୍ତ ହେଲ୍ପଲାଇନ ନମ୍ବର 1930 କିମ୍ବା ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ cybercrime.gov.in ମାଧ୍ୟମରେ ଏକ ଅନଲାଇନ ଅଭିଯୋଗ ଦାଖଲ କରନ୍ତୁ ।
  • ସାଇବର ଠକେଇ ସମ୍ପର୍କରେ ସତର୍କତା ପାଇଁ ହାଇଦ୍ରାବାଦ ସାଇବର କ୍ରାଇମ ପୋଲିସର ସୋସିଆଲ ମିଡିଆର ସହାୟତା ନେବାକୁ ସେ କହିଛନ୍ତି ।
  • ଆପଣ ଠକେଇର ଶିକାର ହୋଇଥିବା ଜାଣିବା ମାତ୍ରେ ତୁରନ୍ତ ସାଇବର ଥାନାରେ ଅଭିଯୋଗ କରନ୍ତୁ । ଫଳରେ ଆପଣ ଟଙ୍କା ଫେରି ପାଇବାର ଅଧିକ ସମ୍ଭାବନା ରହିଛି ।

ABOUT THE AUTHOR

...view details