ହାଇଦ୍ରାବାଦ:ଦେଶର ଅନ୍ୟତମ ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନରେ ଏଥର ଫେଷ୍ଟିଭ ସେଲ୍ ଗ୍ରାହକଙ୍କ ପାଇଁ ପୈସା ବସୁଲ୍ ହେବାକୁ ଯାଉଛି । କାରଣ କମ୍ପାନୀ ଅନେକ ସ୍ମାର୍ଟଫୋନ ଉପରେ ବଡ଼ ରିହାତି ଘୋଷଣା କରିଛି । ସେପ୍ଟେମ୍ବର 27 ତାରିଖଠାରୁ ଏହାର ସେଲ୍ ଆରମ୍ଭ ହେଉଥିବା ବେଳେ ପ୍ଲସ ମେମ୍ବରଙ୍କ ଲାଗି 24ଘଣ୍ଟା ପୂର୍ବରୁ ଅର୍ଥାତ ସେପ୍ଟେମ୍ବର 26ତାରିଖଠାରୁ ସେଲ୍ ଆରମ୍ବ ହୋଇଯିବ । ଏହି ସ୍ମାର୍ଟଫୋନ ଅଫର ତାଲିକାରେ OnePlus, Samsung, Apple, iCoo, Realme, Xiaomi, Lava ଓ Techno ସାମିଲ ।
କେଉଁ ସ୍ମାର୍ଟଫୋନ ଉପରେ କେତେ ରିହାତି ?
iQOO Z9 Lite 5G: ବ୍ୟାଙ୍କ ଅଫର ସହିତ ଗ୍ରାହକ ଏହି ମୋବାଇଲକୁ Rs.9,499 କିଣିବେ । ଏଥିରେ No cost- EMI ସୁବିଧା ଉପଲବ୍ଧ । ଏଥିରେ ମିଡିଆଟେକ ଡାଇମେନସନ 6,300 ଥିବା ବେଳେ 5G ପ୍ରୋସେସର, 50MP ଏଆଇ କ୍ୟାମେରା ଓ IP64 ରେଟିଂ ମିଳିବ ।
iQOO Z9 5G:ଏହି ମୋବାଇଲଟି କର୍ଭଡ ସ୍କ୍ରିନ ସେଗମେଣ୍ଟରେ ଆସୁଛି । ଆମାଜନ ସେଲରେ ଏହା କମ ଦାମରେ ମିଳୁଛି । ଏଥିରେ ଗ୍ରାହକଙ୍କୁ 1,800 ନିଟ୍ସ ଡିସପ୍ଲେ, ଡୁଆଲ ଷ୍ଟେରିଓ ସ୍ପିକର, Sony IMX882 କ୍ୟାମେରା ରହିଛି । ଏହାର ଦାମ ରହିଛି Rs.15,999 ।
iQOO Z7 Pro 5G: IQOO Z7 Pro 5G ମୋବାଇଲକୁ 19,749 ଟଙ୍କାରେ ସେଲ୍ ସମୟରେ କିଣିହେବ । ଏହା ଏକ 3D କର୍ଭଡ 120Hz AMOLED ଡିସପ୍ଲେ, ମିଡିଆଟେକ ଡାଇମେନ୍ସନ୍ 7,200 5G ସଞ୍ଚାଳକ ସହିତ ଆସିଥାଏ ।
Lava Blaze 3 5G: ଲାଭା ବ୍ଲେଜ୍-3 5G ସ୍ମାର୍ଟଫୋନ୍ 9,899 ଟଙ୍କାରେ ଉପଲବ୍ଧ । ଏହା 50MP + 2MP AI କ୍ୟାମେରା, 90Hz ରିଫ୍ରେସ ରେଟ୍ ଏବଂ ମିଡିଆଟେକ D6300 ପ୍ରୋସେସର ସହିତ ଆସିଥାଏ ।
OnePlus 11R 5G: ୱାନପ୍ଲସ 11ଆର 5ଜି ସ୍ମାର୍ଟଫୋନ ଆପଣଙ୍କୁ Rs 26,749 ମିଳିଯିବ । ଏହାର ଫିଚର୍ସ ଦେଖିଲେ ଏଥିରେ ଆପଣଙ୍କୁ Qualcomm Snapdragon 8+ Gen1 ପ୍ରୋସେସର, 100W ଚାର୍ଜିଂ ଓ 120HZ ଫ୍ଲୁଇଡ ଡିସପ୍ଲେ ମିଳିବ ।