ହାଇଦ୍ରାବାଦ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଦିନକୁ ଦିନ ସାରା ବିଶ୍ବରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଭାରତରେ ମଧ୍ୟ ଏହାର ଚାହିଦା ବୃଦ୍ଧି ପାଉଛି । ତେବେ ଅନେଇ ନିକଟରେ ଆଡୋବ୍ ରିପୋର୍ଟ ପ୍ରକାଶ ପାଇଛି । ଭାରତୀୟମାନେ ମନୁଷ୍ୟଙ୍କ ଅପେକ୍ଷା ଏଆଇ ଉପକରଣ ଉପରେ ଅଧିକ ଭରସା କରୁଥିବା ନେଇ ତଥ୍ୟରେ ଦର୍ଶାଯାଇଛି । ବିଶ୍ବର ଅନ୍ୟଦେଶ ତୁଳନାରେ ଭାରତରେ 57 ପ୍ରତିଶତ ଉପଭୋକ୍ତା ମନୁଷ୍ୟ ଅପେକ୍ଷା ଏଆଇ ଉପରେ ଭରସା କରୁଥିବା ଜଣାପଡିଛି । ନୂତନ ବିଷୟ ଏବଂ ସେବା ବିଷୟରେ ସୂଚନା ପାଇବା ପାଇଁ ଏଆଇ ଉପକରଣ ଉପରେ ଲୋକଙ୍କ ଭରସା ଅଧିକ ରହିଥାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇନେବେଲ୍ଡ ଟୁଲ୍ସ ଯେପରିକି ଚାଟଜିପିଟି ଏବଂ ଚାଟବୋଟର ସଂଖ୍ୟା ଅଧିକ ଅଟେ । ଆଡୋବ ଦ୍ବାରା କରାଯାଇଥିବା ସର୍ଭେରେ ଏହି ରିପୋର୍ଟ ପ୍ରକାଶ ପାଇିଛି ।
ଷ୍ଟେଟ ଅଫ ଡିଜିଟାଲ କଷ୍ଟମର ଏକ୍ସପେରିୟନ୍ସର ସର୍ଭେରେ ଭାରତୀୟ ଉପଭୋକ୍ତାଙ୍କୁ କଷ୍ଟମର ସପୋର୍ଟ, ରିଟର୍ଣ୍ଣ ଏବଂ କେନ୍ସିଲେସନ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଇଥିଲା । ତେବେ 39 ପ୍ରତିଶତ ଉପଭୋକ୍ତା ଉଭୟ ମନୁଷ୍ୟ ଏବଂ ଏଆଇ ଚାଟବୋଟ ସହିତ ଯୋଗାଯୋଗ କରିବା ପାଇଁ ପସନ୍ଦ କରିଥିଲେ । ଅନ୍ୟପଟେ 57 ପ୍ରତିଶତ ଉପଭୋକ୍ତା ମନୁଷ୍ୟ ଅପେକ୍ଷା ଏଆଇ ଉପରେ ଭରସା କରିଥିଲେ । ନୂଆ ଉତ୍ପାଦ କିମ୍ବା ସେବା ବିଷୟରେ ସୂଚନା ପାଇବା ପାଇଁ ଅଧିକ ଭାରତୀୟଙ୍କର ପସନ୍ଦ ରହିଥିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।