ହାଇଦ୍ରାବାଦ:ଯଦି ଆପଣ BSNL ସିମ୍ ବ୍ୟବହାର କରୁଛନ୍ତି ଏବଂ ନେଟୱର୍କ କନେକ୍ଟିଭିଟିକୁ ନେଇ ସମସ୍ୟା ଭୋଗୁଛନ୍ତି, ତେବେ ଆପଣଙ୍କ ଚିନ୍ତା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ବିଏସଏନଏଲର କୋଟି କୋଟି ୟୁଜର 4G-5G ନେଟୱର୍କ ରୋଲଆଉଟ୍ କରିବା ଲାଗି ଚାହିଁ ବସିଛନ୍ତି । ଏହାରି ମଧ୍ୟରେ TCS ଏକ ବଡ଼ ଘୋଷଣା କରିଛି । ଯାହାଦ୍ବାରା କୋଟି କୋଟି ୟୁଜରଙ୍କୁ ଆଶ୍ବସ୍ତି ମିଳିବ ।
ଇଟିର ଏକ ରିପୋର୍ଟ ଅନୁଯାୟୀ, TCSର ବରିଷ୍ଠ ଅଧିକାରୀ ଏନ, ଗଣପତି ସୁବ୍ରମଣ୍ୟମଙ୍କ ପକ୍ଷରୁ କୁହାଯାଇଛି ଯେ BSNL 4ଜି-5ଜି ସେବା ଧାର୍ଯ୍ୟ ସମୟ ଅନୁସାରେ ରୋଲ ଆଉଟ୍ କରାଯିବ । ଏଠାରେ ଆପଣଙ୍କୁ ମନେ ପକାଇଦେବୁ ଯେ ଭାରତ ସରକାରଙ୍କ ଟେଲି ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ୟୁଏସ ଇଣ୍ଡିଆ ପାର୍ଟନରସିପ ଫୋରମରେ କହିଥିଲେ ଯେ ଆସନ୍ତା ବର୍ଷ ଅର୍ଥାତ 2025 ସୁଦ୍ଧା ଭାରତରେ ହାଇସ୍ପିଡ 4ଜି ଓ 5ଜି ସେବା ଲଞ୍ଚ ହେବ ।
BSNL 4G-5Gକୁ ନେଇ କଣ କହିଲା TCS ?
କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ, ବିଏସଏନଏଲର ପ୍ରାୟ 1 ଲକ୍ଷ ବେସ୍ ଷ୍ଟେସନରେ 4ଜି ସର୍ଭିସ 2025 ମେ ମାସ ପର୍ଯ୍ୟନ୍ତ ଓ 5ଜି ସେବା ଜୁନ ମାସ ମଧ୍ୟରେ ଆରମ୍ଭ କରାଯିବ । ଏବେ TCS ପକ୍ଷରୁ ଧାର୍ଯ୍ୟ ସମୟରେ ସେବା ରୋଲ୍ ଆଉଟ୍ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ଯାହା ପରେ କୋଟି କୋଟି ୟୁଜରଙ୍କୁ ଆଶ୍ବସ୍ତି ମିଳିଛି । ବିଏସଏନଏଲ 4ଜି-5ଜି ସେବାକୁ ନିର୍ଦ୍ଧାରିତ ସମୟରେ ଶୁଭାରମ୍ଭ କରିବା ପାଇଁ ଯୋଜନା ରହିଛି, ଏଥିଲାଗି କମ୍ପାନୀ ବିଦେଶୀ ଟେଲିକମ କମ୍ପାନୀ ସହିତ ସମ୍ପର୍କରେ ଅଛି ।