ହାଇଦ୍ରାବାଦ:ଟାଟା ମୋଟର୍ସ ଏହାର ଲୋକପ୍ରିୟ ସବ-କମ୍ପାକ୍ଟ ଏସୟୁଭି 2025 Tata Nexonକୁ ଭାରତରେ ଲଞ୍ଚ କରିଛି । 2025 ଟାଟା ନେକ୍ସନରେ କଣ ସବୁ ଅପଡେଟ୍ ହୋଇଛି ସେ ନେଇ କମ୍ପାନୀ ଏକ ତାଲିକା ଜାରି କରିଛି । ଏଥିରେ ନୂଆ ଭାରିଏଣ୍ଟ, ରଙ୍ଗ, ଅତ୍ୟଧୁନିକ ଫିଚରକୁ ଯୋଗ କରାଯାଇଛି । ଆଉ କଣ ଏଥିରେ ନୂଆ ବିସ୍ତୃତ ଭାବରେ ଆମେ ଏଠାରେ କହିବୁ ।
2025 Tata Nexon: ଦାମ
2025 ଟାଟା ନେକ୍ସନର ଦାମ 7.99 ଲକ୍ଷ (ଏକ୍ସ-ଶୋ'ରୁମ) ରଖାଯାଇଛି, ଯାହାକି ଏହାର ବର୍ତ୍ତମାନ ମଡେଲ ସହିତ ସମାନ । ଅପଡେଟେଡ୍ ଟାଟା ନେକ୍ସନଟି ନୂଆ ରଙ୍ଗ 'Grassland Beige'ରେ ଉପଲବ୍ଧ ହୋଇଛି । ବଜାରରେ ଏହି ସବ୍-କମ୍ପାକ୍ଟ ଏସୟୁଭି Hyundai Venue, Mahindra 3XO, Kia Sonet, Maruti Suzuki Breeza, Skoda Kylaq ଓ Maruti Suzuki Fronx ସହିତ ପ୍ରତିଦ୍ବନ୍ଦ୍ବିତା କରିବ ।
2025 Tata Nexon: କଣ ଏଥିରେ ନୂଆ ?
ନୂଆ ମଡେଲରେ ସାମାନ୍ୟ କିଛି ଫିଚର ବ୍ୟତୀତ ପ୍ରାୟତଃ ପୁରୁଣା ମଡେଲ ପରି ସମାନ ରହିଛି । ଏଥିରେ ଏକ ନୂଆ କଲର ଅପସନ ଦିଆଯାଇଛି । ଏହାସହିତ ନୂଆ ମଡେଲରେ ଭଏସ-ଆସିଷ୍ଟ ପେନାରୋମିକ୍ ସନରୁଫ୍, ଭେଣ୍ଟିଲେଟେଡ୍ ଲେଦର ସିଟ୍, 10.24 ଇଞ୍ଚର ଟଚସ୍କ୍ରିନ HARMAN ଇନଫୋଟେନମେଣ୍ଟ, 360 ଡିଗ୍ରୀ କ୍ୟାମେରା, 7-ସ୍ପିଡ୍ DCA ଟ୍ରାନ୍ସମିଶନ, 9 JBL ସ୍ପିକର ଦିଆଯାଇଛି । ନୂଆ ନେକ୍ସନରେ ତିନୋଟି ଭାରିଏଣ୍ଟ Pure+, Creative ଓ Creative+ ଯୋଗ କରାଯାଇଛି । ଏହି ନୂଆ ଭାରିଏଣ୍ଟର ଦାମ କେତେ ନିମ୍ନରେ ଜାଣନ୍ତୁ:
- New Pure+ - Rs 9.69 ଲକ୍ଷ (ଏକ୍ସ-ଶୋ'ରୁମ)
- New Creative - Rs 10.99 ଲକ୍ଷ (ଏକ୍ସ-ଶୋ'ରୁମ)
- New Creative +PS - Rs 12.29 ଲକ୍ଷ (ଏକ୍ସ-ଶୋ'ରୁମ)
2025 Tata Nexon: ସ୍ପେଶିଫିକେସନ ଓ ଫିଚର
ଅପଡେଟେଡ୍ ଟାଟା ନେକ୍ସନର ସ୍ପେଶିଫିକେସନ ଓ ଫିଚର କଥା କହିଲେ ଏହା ପୂର୍ବ ମଡେଲ ସହିତ ପ୍ରାୟତଃ ସମାନ ରହିଛି । ଏହା ଦୁଇଟି ଇଞ୍ଜିନ ଅପସନ- 1.2ଲିଟର ଟର୍ବୋଚାର୍ଜଡ୍ ରେଭୋଟ୍ରନ ପେଟ୍ରୋଲ ଇଞ୍ଜିନ ଓ 1.5ଲିଟର ଟର୍ବୋଚାର୍ଜଡ୍ ରେଭୋଟର୍କ ଡିଜେଲ ଇଞ୍ଜିନ ଦିଆଯାଇଛି । ପେଟ୍ରୋଲ ଇଞ୍ଜିନ 86.7bhp ଶକ୍ତି ଓ 170nm ଟର୍କ ସୃଷ୍ଟି କରୁଥିବା ବେଳେ ଡିଜେଲ ଇଞ୍ଜିନ 83.3bhp ପାୱାର ଓ 260nm ଟର୍କ ସୃଷ୍ଟି କରିଥାଏ । ନୂଆ ଟାଟା ନେକ୍ସନ CNG ପାୱାରଟ୍ରେନ ଅପସନ ମଧ୍ୟ ପ୍ରଦାନ କରୁଛି । ଯାହାକି 72.5bhp ପାୱାର ଓ 170nm ଟର୍କ ସୃଷ୍ଟି କରିଥାଏ ।