ହାଇଦ୍ରାବାଦ: Jaguar Land Rover India ଭାରତୀୟ ବଜାରରେ ନିଜର ଲୋକପ୍ରିୟ Land Rover Defender ଏସୟୁଭିର ଅପଡେଟେଡ୍ ମଡେଲ ଲଞ୍ଚ କରିଛି । ଏହି ନୂଆ ମଡେଲରେ କମ୍ପାନୀ 5.0 ଲିଟରର V8 ଇଞ୍ଜିନକୁ ପୁଣି ଥରେ ଆଣି ସବୁଠୁ ବଡ଼ ପରିବର୍ତ୍ତନ କରିଛି । ଏହାକୁ 2024ରେ କିଛି ସମୟ ଲାଗି ବିକ୍ରିରୁ ହଟାଇ ଦିଆଯାଇଥିଲା । ଏହି ଅପଡେଟେଡ୍ ଭର୍ସନର ଦାମ ଓ ଫିଚର କଣ ମିଳିବ ଜାଣିବା ।
ଲ୍ୟାଣ୍ଡ ରୋଭର ଡିଫେଣ୍ଡର କିଛି ସମୟ ମଧ୍ୟରେ ଭାରତୀୟ ବଜାରରେ ଲୋକପ୍ରିୟ SUVରେ ପରିଣତ ହୋଇଛି । ଏହି SUV ତିନୋଟି ବଡି ଷ୍ଟାଇଲ (90, 110, 130), ଏକାଧିକ ଇଞ୍ଜିନ ଅପସନ ଏବଂ ଭାରିଏଣ୍ଟ ସହିତ ଆସିଥାଏ । ଏବେ ଲ୍ୟାଣ୍ଡ ରୋଭର କମ୍ପାନୀ Defenderକୁ ଅପଡେଟ କରାଇଛି । ଏଥିରେ ଅନେକ ନୂଆ ଫିଚରକୁ ଯୋଗ କରାଯାଇଥିବା ବେଳେ V8 ଇଞ୍ଜିନକୁ ବି କିଛି ଭାରିଏଣ୍ଟରେ ପ୍ରଦାନ କରିଛି ।
Land Rover Defender: କଣ ହୋଇଛି ପରିବର୍ତ୍ତନ ?
- 2025 ଅପଡେଟେଡ୍ ଡିଫେଣ୍ଡର ସମ୍ପର୍କରେ କହିଲେ, କମ୍ପାନୀ ଏଥିରେ ଯେଉଁ ସବୁଠୁ ବଡ଼ ପରିବର୍ତ୍ତନ କରିଛି ତାହା ହେଉଛି ଏହାର ସବୁଠୁ ଅଧିକ ସ୍ପେସିଅସ୍ କାର Defender 130ର ଦ୍ବିତୀୟ ଧାଡ଼ିରେ ଏକ କ୍ୟାପ୍ଟେନ ଚେୟାର ପ୍ରଦାନ କରାଯାଇଛି । ଫଳରେ ଏହି କାର ଏବେ 7-ଆସନ ବିଶିଷ୍ଟ କାର ହୋଇପାରିଛି । କିଛି ମାସ ପୂର୍ବେ ଏହି କ୍ୟାପ୍ଟେନ ସିଟ୍ Defender 110ରେ ପ୍ରଦାନ କରାଯାଇଥିଲା, କିନ୍ତୁ Defender 130ରେ ଦିଆଯାଇନଥିଲା ।
- ଅନ୍ୟ ପ୍ରମୁଖ ପରିବର୍ତ୍ତନ ହେଉଛି, V8 ଇଞ୍ଜିନକୁ ଅନ୍ୟ ଭାରିଏଣ୍ଟରେ ମଧ୍ୟ ପ୍ରଦାନ କରାଯାଇଛି । ଏହା ସହିତ 5.0 ଲିଟର V8 ଇଞ୍ଜିନର ବିକ୍ରି ପୁଣି ଥରେ ଆରମ୍ଭ ହୋଇଛି । 2024ରେ କିଛି ସମୟ ପାଇଁ ଏହାକୁ ସେଲ୍ରୁ ହଟାଇଥିଲା କମ୍ପାନୀ । ଏହି SUVର 5.0 ଲିଟର V8 ଇଞ୍ଜିନ ଏବେ 419 bhp ପାୱାର ଓ 550nm ଟର୍କ ପ୍ରଦାନ କରୁଛି ।
- ଏହି SUVରେ ପୂର୍ବରୁ ମିଳୁଥିବା V8 ଇଞ୍ଜିନ ତୁଳନାରେ ଏହି ନୂତନ ଇଞ୍ଜିନରେ 98 ବିଏଚପି କମ ପାୱାର ମିଳୁଛି, ଯାହା ପୂର୍ବରୁ 517 ବିଏଚପି ପାୱାର ଯୋଗାଉଥିଲା । ଏହା ବ୍ୟତୀତ ଏହି SUVକୁ 3.0-ଲିଟର ଡିଜେଲ ଇଞ୍ଜିନ ମଧ୍ୟ ପ୍ରଦାନ କରାଯାଇଛି, ଯାହାକି 251 ବିଏଚପି ଏବଂ 2.0 ଲିଟର ପେଟ୍ରୋଲ ଇଞ୍ଜିନ ମିଳିପାରେ, ଯାହାକି 296 ବିଏଚପି ଶକ୍ତି ଯୋଗାଇବ ।