ହାଇଦ୍ରାବାଦ:ଗତ କିଛି ଦିନ ତଳେ ସ୍ବଦେଶୀ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ Bajaj Auto ନୂଆ ବାଇକ୍ର ଟିଜର ଜାରି କରିଥିଲା । ଏହି ନୂଆ ବାଇକ୍ ଏକ ଫ୍ରେସେଡ୍ RS200 କିମ୍ବା ଏକ ନୂଆ RS400 ମଡେଲ୍ ବୋଲି ଚର୍ଚ୍ଚା ହେଉଥିଲା । ଶେଷରେ ବଜାଜ 2025 Bajaj Pulsar RS200କୁ ଲଞ୍ଚ କରି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି । ଏହି ଅପଡେଟେଡ୍ ବାଇକରେ କଣ ଖାସ ସୁବିଧା ମିଳୁଛି ଓ ଏହାର ଦାମ କେତେ ଜାଣିବା ।
ଏହି ମୋଟରସାଇକେଲର ପ୍ରଥମ ଜେନେରେସନ ବର୍ଷ 2015ରେ ଲଞ୍ଚ କରାଯାଇଥିଲା । ଏବେ ଏହି ବାଇକରେ ବ୍ୟାପକ ଅପଡେଟ ଦିଆଯାଇଛି । ଅପଡେଟ ସହିତ ଏହି ମୋଟରସାଇକେଲରେ ଅନେକ କସମେଟିକ୍ ପରିବର୍ତ୍ତନ ମଧ୍ୟ କରାଯାଇଛି । ଏହାସହିତ ବାଇକରେ ଅନେକ ଅପ-ଟୁ-ଡେଟ୍ କରିବା ଲାଗି ଅନ୍ୟ ଫିଚର ମଧ୍ୟ ଯୋଡ଼ାଯାଇଛି ।
2025 Bajaj Pulsar RS200 (Photo Credit- Bajaj Auto) - 2025 Bajaj Pulsar RS200ର ଡିଜାଇନ
ମୋଟରସାଇକେଲର ଡିଜାଇନରେ ବିଶେଷ କରିଛି ପରିବର୍ତ୍ତନ କରାଯାଇନାହିଁ । ଏଥିରେ ପୂର୍ବାପେକ୍ଷା ଏଜି ସ୍ପିଲ୍ଟ ହ୍ୟାଣ୍ଡଲ୍ୟାମ୍ପ ସେଟଅପ ମଧ୍ୟ ଦିଆଯାଇଛି । ଏବେ ଏଥିରେ LED ପ୍ରୋଜେକ୍ଟର ଲାଇଟ୍ ପ୍ରଦାନ କରାଯାଇଛି । ଏହାର ଟ୍ୟାଙ୍କ୍ ଓ ତଳ କାଉଲ୍ (ବାଇକର ଆଗରେ ଲଗାଯାଉଥିବା ଏକ ସୁରକ୍ଷା ଆବରଣ) ଡିଜାଇନ ମଧ୍ୟ ପୂର୍ବ ପରି ରହିଛି । କିନ୍ତୁ ବାଇକର ପଛ ଭାଗରେ ଏକ ନୂଆ ଏଲଇଡି ଲ୍ୟାମ୍ପ ସେଟଅପ ଦିଆଯାଇଛି ।
ଏହି ଅପଡେଟେଡ୍ ଭର୍ସନରେ ତିନୋଟି କଲର ଅପସନ ଦିଆଯାଇଛି, ଯେଉଁଥିରେ Glossy Racing Red, Pearl Metallic White ଓ Active Satin Black ରଙ୍ଗ ସାମିଲ । ଫିଚର ସମ୍ପର୍କରେ କହିଲେ ଏହି ମୋଟର ସାଇକେଲରେ ଏବେ ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ, କଲ୍ ଓ SMS ଆଲର୍ଟ ସହିତ ଏକ ନୂଆ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନ୍ସୋଲ ଦିଆଯାଇଛି । ଏହା ସେହି TFT ଯୁନିଟ ଯଆହାକି Pulsar NS200 ଓ N250 ଭଳି ମଡେଲ ବ୍ୟବହାର କରାଯାଇଛି ।
2025 Pulsar RS 200 ବାଇକର ଦାମ Rs 1,84,115 (ଏକ୍ସ-ଶୋ'ରୁମ, ଦିଲ୍ଲୀ) ରଖାଯାଇଛି । ଏହାର ଦାମ ପୂର୍ବ ମଡେଲଠାରୁ 10ହଜାର ଟଙ୍କା ବୃଦ୍ଧି ପାଇଛି ।
2025 Bajaj Pulsar RS200 (Photo Credit- Bajaj Auto) - 2025 Bajaj Pulsar RS200 ହାର୍ଡୱେୟାର
ଏହି ବାଇକର ମେକାନିକାଲ୍ ପାର୍ଟ୍ସ ସମ୍ପର୍କରେ ଆଲୋଚନା କଲେ, ବାଇକର ଆଗରେ ଟେଲିସ୍କୋପିକ୍ ଫୋର୍କ ସେଟଅପ୍ ଓ ପଛ ଭାଗରେ ମୋନୋସକ୍ ସେଟଅପ୍ ଦିଆଯାଇଛି । ଏହାର ବ୍ରେକିଂ ସିଷ୍ଟମକୁ ଉନ୍ନତ କରାଯାଇଛି । ଏହାବାଦ ମୋଟରସାଇକେଲର 300ମିମି ଫ୍ରଣ୍ଟ ଡିସ୍କ ଓ 230ମିମି ରିଅର ଡିସ୍କ ଦିଆଯାଇଛି । ମୋଟରସାଇକେଲର ଡୁଆଲ ଚ୍ୟାନେଲ ABS ଦିଆଯାଇଛି, ଯେଉଁଥିରେ ତିନୋଟି ABS ମୋଡ୍- ରୋଡ୍, ରେନ୍ ଓ ଅଫରୋଡ୍ ଅଛି । ବାଇକରେ 17 ଇଞ୍ଚର ହ୍ବିଲ ଲଗାୟାଇଥିବା ବେଳେ ଟାୟାର ଚଉଡ଼ା ବଢିଛି ।
- 2025 Bajaj Pulsar RS200ର ପାୱାରଟ୍ରେନ୍
ଏହାର ପାୱାରଟ୍ରେନ ସମ୍ପର୍କରେ କହିଲେ, ବାଇକ୍ରେ ସିଙ୍ଗଲ-ସିଲିଣ୍ଡର 199.5cc ଇଞ୍ଜିନ ଲଗାଯାଇଛି, ଯାହାକି 9750rpmରେ 24bhp ପାୱାର ଓ 8000rpmରେ 18.7nmର ଟର୍କ ପ୍ରଦାନ କରିଥାଏ । ଇଞ୍ଜିନକୁ 6-ସ୍ପିଡ୍ ଗିଅରବକ୍ସ ସହିତ ଯୋଡ଼ାଯାଇଛି, ଯେଉଁଥିରେ ଏବେ ଆସିଷ୍ଟ ଓ ସ୍ଲିପର କ୍ଲଚ ସପୋର୍ଟ ପ୍ରଦାନ କରାଯାଇଛି ।