ହାଇଦ୍ରାବାଦ:ସ୍ବଦେଶୀ କାର ନିର୍ମାତା ମାରୁତି ସୁଜୁକି ଏହାର ଚତୁର୍ଥ ଜେନେରେସନର ମାରୁତି ଡିଜାୟାର କମ୍ପାକ୍ଟ ସେଡାନକୁ ଭାରତୀୟ ବଜାରରେ ଲଞ୍ଚ କରିଛି । କମ୍ପାନୀ ଏହି ସେଡାନକୁ ପ୍ରାରମ୍ଭିକ ମୂଲ୍ୟରେ 6.79 ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍) ଲଞ୍ଚ କରିଛି । ମାରୁତି ନୂତନ ଜେନେରେସନ ମାରୁତି ଡିଜାୟାରକୁ ଏକ ସମ୍ପୂର୍ଣ୍ଣ ନୂତନ ରୂପ ଦିଆଯାଇଥିବା ବେଳେ ପୂର୍ବ ମଡେଲ ତୁଳନାରେ ଏହାକୁ ଅଧିକ ଆଗ୍ରେସିଭ ଏବଂ ସ୍ପୋର୍ଟି ଲୁକ୍ ଦିଆଯାଇଛି । ଯେତେବେଳେ କି ଏହାର ଟପ୍ ମଡେଲର ମୂଲ୍ୟ 10.14 ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରେ ରଖାଯାଇଛି ।
- 7ଟି କଲର ଅପସନ ଓ 4ଟି ଭାରିଏଣ୍ଟରେ ଉପଲବ୍ଧ
- କମ୍ପାନୀର ଦାବି ଅନୁସାରେ ମିଳିବ 33.73 km/kg ମାଇଲେଜ୍
2024 Maruti Dzireର ପରିମାପ:-
ଚତୁର୍ଥ ପିଢି ମାରୁତି ଡିଜାୟାରର ଲମ୍ବ 4 ମିଟରରୁ କମ୍ । ଏହାର ଲମ୍ବ 3995 ମିମି, ମୋଟେଇ 1735 ମିମି ଏବଂ ଉଚ୍ଚତା 1525 ମିମି ଥିବାବେଳେ ଏହାର ହ୍ବିଲ ବେସ୍ 2450 ମିମି ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସ 163 ମିମି । ଏହାର ପେଟ୍ରୋଲ୍ ଭାରିଏଣ୍ଟରେ 382 ଲିଟରର ବୁଟ୍ ସ୍ପେସ୍ ମିଳିବ । ଗେଲେ ଏହାର CNG ବିକଳ୍ପ ଉପଲବ୍ଧ ହେବା ପରେ ଏହାର ବୁଟ୍ ସ୍ପେସ୍ ହ୍ରାସ ପାଇପାରେ ବୋଲି କୁହାଯାଉଛି ।
ଏହା ବି ପଢନ୍ତୁ |
2024 Maruti Dzireର ଡିଜାଇନ:-
ମାରୁତି ଡିଜାୟାରର 4ଟି ଭାରିଏଣ୍ଟ ଯଥାକ୍ରମେ LXI, VXI, ZXI ଏବଂ ZXI +ରେ ଉପଲବ୍ଧ । ଏହା ବ୍ୟତୀତ ଗାଲାଣ୍ଟ ରେଡ୍ ଏବଂ ଆଲୁରିଙ୍ଗ୍ ବ୍ଲୁ ସହିତ ମୋଟ 7ଟି କଲର ଅପସନ ଦିଆଯାଇଛି । ଏହାର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହା ନୂଆ ପିଢିର ମାରୁତି ସ୍ବିଫ୍ଟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି । ଭାରତରେ ବିକ୍ରି ହୋଇଥିବା ଡିଜାୟାରର ପୂର୍ବ ତିନି ପିଢି ତୁଳନାରେ ଏଥର ଏହାର ଡିଜାଇନରେ ବହୁତ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି ।
ନୂତନ ମାରୁତି ଡିଜାୟାରର ଡିଜାଇନ୍ ବହୁତ ସୁନ୍ଦର ଦେଖାଯାଏ, ଯେଉଁଥିପାଇଁ ଏହା ହୋଣ୍ଡା ଆମେଜ୍ ସହିତ ବହୁତ ସମାନ ଦେଖାଯାଉଛି । ମାରୁତି ସୁଜୁକି ନୂତନ ମାରୁତି ଡିଜାୟାର ସେଡାନକୁ ଏହାର ପୁରୁଣା ମଡେଲ ଅପେକ୍ଷା ଅଧିକ ପ୍ରିମିୟମ ଫିଚର ସହିତ ସଜାଯାଇଛି । ଏହାର ଇଣ୍ଟେରିଅର ଲାଟେଷ୍ଟ ଜେନେରେସନ ସ୍ବିଫ୍ଟ ସହିତ ସମାନ । କମ୍ପାନୀ ଏହି କାରରେ ନୂଆ ଅନୁଭବ ଦେବା ପାଇଁ ହାଲୁକା ରଙ୍ଗର ସାମଗ୍ରୀ ବ୍ୟବହାର କରିଛି ।