ଓଡିଶା

odisha

ETV Bharat / state

ଆଉ ଦିନକ ପରେ ବିଦାୟ ନେବ ୨୦୨୪, ସେଲିବ୍ରେଟିଙ୍କ ଗହଣରେ ଝୁମିବ ରାଜଧାନୀ - NEW YEAR CELEBRATION PREPARATION

ନୂଆବର୍ଷକୁ ସ୍ୱାଗତ କରିବାକୁ ଉତ୍ସାହିତ ରାଜଧାନୀବାସୀ, ଡିଜେ, ନାଚ-ଗୀତରେ ଝୁମିବ ଭୁବନେଶ୍ୱର ।

New year celebration Preparation in Bhubaneswar
New year celebration Preparation in Bhubaneswar (ETV Bharat Odisha)

By ETV Bharat Odisha Team

Published : Dec 30, 2024, 10:58 PM IST

ଭୁବନେଶ୍ୱର:ଆଉ ଦିନକ ପରେ ବିଦାୟ ନେବ ବର୍ଷ-୨୦୨୪ । ସ୍ମୃତି ହୋଇଯିବ ଘଟଣା, ଦୁର୍ଘଟଣା, ସଫଳତା, ବିଫଳତା, ଉଲ୍ଲାସ ଓ ଅବସାଦ ମିଶା ସବୁ ଅନୁଭୂତି । ନୂଆ ସମ୍ଭାବନା ଭରା ଉତ୍ସାହ ସହ ବର୍ଷ-୨୦୨୫କୁ ସ୍ବାଗତ କରିବ ସମଗ୍ର ବିଶ୍ବ । ଏଥିପାଇଁ ରାଜଧାନୀ ଭୁବନେଶ୍ବର ମଧ୍ୟରେ ସଜେଇ ହେଲାଣି । ଜିରୋ-ନାଇଟ୍‌ ସେଲିବ୍ରେସନ ଓ ସେଲିବ୍ରେଟିଙ୍କ ଗହଣରେ ଝୁମିବ ଭୁବନେଶ୍ୱର । ନିଜ ଗ୍ରାହକମାନଙ୍କ ପାଇଁ ହୋଟେଲଗୁଡିକ ମଧ୍ୟ ଆକର୍ଷଣୀୟ ଅଫର ସହ ବିଭିନ୍ନ ଡିଜେ, ନାଚ-ଗୀତର ବ୍ୟବସ୍ଥା କରିଛନ୍ତି ।

  • ନୂଆବର୍ଷକୁ ସ୍ୱାଗତ କରିବାକୁ ଉତ୍ସାହିତ ରାଜଧାନୀବାସୀ

ବିଦାୟ ନେବ ୨୦୨୪ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବେ ରାଜଧାନୀବାସୀ । ହସ ଖୁସି ଓ ଉତ୍ସବର ଆସର ଭିତରେ ପୁରୁଣା ବର୍ଷର ବିଦାୟ ଦେବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ସେଲିବ୍ରେସନର ମାହୋଲ । ଭୁବନେଶ୍ବରରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସଜେଇ ହୋଇଛି ଷ୍ଟାର ହୋଟେଲ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିଛି ଆକର୍ଷଣୀୟ ଅଫର । କିଏ ଖାଇବା ପିଇବା ପାଇଁ ଅନଲିମିଟେଡ୍ ଅଫର ଦେଉଛି ତ ପୁଣି କିଏ ଲାଇଭ ମ୍ୟୁଜିକ୍ ନାଇଟ ସହ ରହିବା ଏବଂ ମସାଜ ପାଇଁ ଦେଉଛନ୍ତି ଫୁଲ ପ୍ୟାକେଜ୍ । କପଲ, ଶିଶୁ ଓ ଏକୁଟିଆ ଲୋକମାନଙ୍କ ପାଇଁ ଅଲଗା ଅଲଗା ପ୍ୟାକେଜ୍ ବି ରହିଛି ।

New year celebration Preparation in Bhubaneswar (ETV Bharat Odisha)

ହୋଟେଲଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା

ଲୋକମାନଙ୍କୁ ନଚେଇବା, ଝୁମିବା ପାଇଁ ବଲିଉଡ୍, ଓଲିଉଡ୍ ସହ ଡିଜେ କଳାକାରମାନେ ଏବେ ହୋଟେଲରେ ଚଳାଇଛନ୍ତି ଅଭ୍ୟାସ । ୮ ଟାରୁ ୧୨ ଯାଏ ସେଲିବ୍ରେସନ ଚାଲିବାକୁ ଥିବା ବେଳେ ଜିରୋ ନାଇଟ ସେଲିବ୍ରେସନ ପାଇଁ ରାଜଧାନୀବାସୀ ବେଶ ଉତ୍ସାହ ରହିଛି । ସମସ୍ତେ ସୁରକ୍ଷିତ ଭାବରେ ଉପଭୋଗ କରିବା ପାଇଁ ହୋଟେଲଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏହାମଧ୍ୟ ପଢନ୍ତୁ...

ନୂଆବର୍ଷ ପୂର୍ବରୁ ଜନସମୁଦ୍ର ଶ୍ରୀମନ୍ଦିର, ଦଳାଚକଟାରେ ୪ ଆହତ

ଜିରୋ ନାଇଟରେ ଝୁମିବ କଟକ, ବଲିଉଡ କଣ୍ଠଶିଳ୍ପୀଙ୍କ ଗୀତରେ ମତୁଆଲା ହେବେ ଦର୍ଶକ

ନୂଆବର୍ଷ ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା, ଏମିତି ରହିବ ଟ୍ରାଫିକ୍‌ ଗାଇଡଲାଇନ୍‌

ଭୁବନେଶ୍ବରରେ ଜିରୋ ନାଇଟ ସେଲିବ୍ରେସନ କଟକଣା, ଏସବୁ କଲେ କଡ଼ା କାର୍ଯ୍ୟନୁଷ୍ଠାନ

  • ବ୍ୟବସ୍ଥା ନେଇ କଣ କହୁଛନ୍ତି ହୋଟେଲିୟର

ଏମ୍ପାୟାର୍ସ ହୋଟେଲ ଭିପି ସଞ୍ଜୟ ମିଶ୍ର କହିଛନ୍ତି, "ଜିରୋନାଇଟ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି ଜୋରଦାର ରହିଛି । ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ରୁମ୍ ବୁକିଂ ସରିଛି । ଗ୍ରାହକମାନଙ୍କ ପାଇଁ ନାଚ, ଗୀତ, ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରାଯାଇଛି । ଏଥିସହ ଖାଇବା ପାଇଁ ୭୦ରୁ ୮୦ ପ୍ରକାର ବ୍ୟଞ୍ଜନର ଆୟୋଜନ କରାଯାଇଛି ।"

ହୋଟେଲ ସ୍ବସ୍ତି ଗ୍ରୁପ୍ ମ୍ୟାନେଜର ସୌଭାଗ୍ୟ ମଞ୍ଜରୀ ପଣ୍ଡା କହିଛନ୍ତି, " ଜିରୋ ନାଇଟ ସେଲିବ୍ରେସନ ପାଇଁ ଡିଜେ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇ ସିସିଟିଭି, ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details