ଓଡିଶା

odisha

ETV Bharat / state

ବରକନ୍ଦାରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ - Firing in Kendrapada

Firing in Kendrapada: ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଗଲେ ଯୁବକ । ଗତକାଲି ସାଠିଏବାଟି ଗ୍ରାମରେ ଗୁଳିକାଣ୍ଡ ଘଟିଛି । ଅଧିକ ପଢ଼ନ୍ତୁ

ବରକନ୍ଦାରେ ଗୁଳିକାଣ୍ଡ
ବରକନ୍ଦାରେ ଗୁଳିକାଣ୍ଡ

By ETV Bharat Odisha Team

Published : Mar 9, 2024, 9:29 PM IST

ବରକନ୍ଦାରେ ଗୁଳିକାଣ୍ଡ

କେନ୍ଦ୍ରାପଡା: ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଗଲେ ଯୁବକ । ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଧିନ ବରକନ୍ଦା ପଞ୍ଚାୟତ ସାଠିଏବାଟି ଗ୍ରାମ । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଗ୍ରାମରେ ଆତତାୟୀଙ୍କ ଗୁଳିକାଣ୍ଡ ହୋଇଛି । ଏକ କାରରେ ଆସିଥିବା ପାଞ୍ଚରୁ ଛଅ ଜଣ ଯୁବକ ସାଠିଏବାଟି ଗ୍ରାମରେ ଗୁଳି ଫୁଟାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତେବେ ସେମାନଙ୍କ ମଧ୍ୟରୁ ଜଣେ ଆତତାୟୀ ଧରାପଡିଛି ।

ଅଭିଯୋଗ ଅନୁଯାୟୀ, ସାଠିଏବାଟି ଗାଁର ରାଜୁ ସ୍ବାଇଁଙ୍କ ସହିତ ଉକ୍ତ ଦୁର୍ବୃତ୍ତଙ୍କ କୌଣସି କାରଣକୁ ନେଇ ପୁର୍ବରୁ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣା ପ୍ରଶମିତ ହେବା ପରେ ସନ୍ଧ୍ୟାରେ ରାଜୁ କୌଣସି କାମରେ ବାହାରକୁ ଯାଇଥିବା ବେଳେ ତାଙ୍କୁ ଫୋନ କରି ଗାଁକୁ ଡାକିଥିଲେ ଦୁର୍ବୃତ୍ତ। ତେବେ ଫୋନ କଲ ପାଇବାର କିଛି ସମୟ ବ୍ୟବଧାନରେ ରାଜୁ ଘଟଣାସ୍ଥଳରେ ପହଞ୍ଚିବା ପରେ ଗାଡ଼ିରେ ଥିବା ଯୁବକ ଏବଂ ରାଜୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ସେମାନଙ୍କ ମଧ୍ଯରୁ ଜଣେ ରାଜୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଫାୟାରିଙ୍ଗ କରିଥିଲେ। ତେବେ ଦୁର୍ବୃତ୍ତ ମାନଙ୍କ ମଧ୍ୟରୁ ଫାୟରିଙ୍ଗ ସମୟରେ ରାଜୁ ବସି ପଡିବାରୁ ରାଜୁଙ୍କ ମୁଣ୍ଡରେ ସାମାନ୍ୟ ଘଷି ହୋଇ ଉପରେ ଗୁଳି ଚାଲି ଯାଇଥିଲା । ଘଟଣାସ୍ଥଳରେ ରାଜୁ ଆହତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ସାପ୍ତାହିକ ହାଟରେ ଗୁଳିକାଣ୍ଡ, ତିନି ଗିରଫ

ରାଜୁ ଚିତ୍କାର କରି ଗାଁ ଲୋକଙ୍କୁ ଡାକିବା ପରେ ସାଠିଏବାଟି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଗୁଳିକାଣ୍ଡ ଘଟାଇ କାରରେ ଫେରାର ହେବାକୁ ଉଦ୍ୟମ କରୁଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣକୁ କାବୁ କରିଥିଲେ ଗ୍ରାମବାସୀ । ପରେ ଏନେଇ ମହାକାଳପଡ଼ା ଥାନାକୁ ଖବର ଦିଆଯିବା ପରେ ଖବର ପାଇ ମହାକାଳପଡା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିଥିଲା । ପରେ ଗ୍ରାମବାସୀ ଧରି ଅଟକ ରଖିଥିବା ଯୁବକକୁ ଉଦ୍ଧାର କରିଥିଲେ । ଏନେଇ ରାଜୁଙ୍କ ପରିବାର ପକ୍ଷରୁ ମହାକାଳପଡା ଥାନାରେ ଲିଖିତ ଅଭିଯୋଗ ପରେ ମହାକାଳପଡା ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାରେ କେଉଁମାନେ ସମ୍ପୃକ୍ତ ଓ ବାସ୍ତବିକ କେଉଁ ଘଟଣା ପାଇଁ ଏଭଳି ଗୁଳିକାଣ୍ଡ ଘଟିଲା ସେନେଇ ତଦନ୍ତ ପ୍ରକ୍ରିୟାକୁ ଜାରି କରିଛି ମହାକାଳପଡ଼ା ପୋଲିସ । ଅନ୍ୟପଟେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ପୋଲିସ ଗାଡି ଆଗରେ ଧାରଣା ଦେବାକୁ ଚେତାବନୀ ଦେଇ ଶେଷରେ ପୋଲିସ ଗାଡି ଆଗରେ ଧାରଣାରେ ବସିଥିଲେ ରାଜୁ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details