ଓଡିଶା

odisha

ETV Bharat / state

ଦିଲ୍ଲୀରେ ପହଞ୍ଚିଲା ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାମଲା, ଜନ୍ତରମନ୍ତରରେ ଯୁବ କଂଗ୍ରେସର ବିକ୍ଷୋଭ

ଓଡ଼ିଶାରେ ଘଟଣା ଏବେ ଦିଲ୍ଲୀରେ ଉଠିଲା । ASOଙ୍କୁ ନ୍ୟାୟ ଦାବି କରି ଦିଲ୍ଲୀରେ ପ୍ରତିବାଦର ସ୍ବର ଉଠାଇଛି ଯୁବ କଂଗ୍ରେସ ।

By ETV Bharat Odisha Team

Published : 5 hours ago

Updated : 4 hours ago

YOUTH CONGRESS PROTEST IN DELHI
YOUTH CONGRESS PROTEST IN DELHI (ETV BHARAT ODISHA)

ଭୁବନେଶ୍ବର: ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ପୁଣି ରାସ୍ତାକୁ ଓହ୍ଲାଇ ଗର୍ଜିଲା ଯୁବ କଂଗ୍ରେସ । ରାଜ୍ୟପାଳଙ୍କ ପୁଅକୁ ଗିରଫ ଓ ASOଙ୍କୁ ନ୍ୟାୟ ଦାବି କରି ଗତକାଲି ଦିଲ୍ଲୀ ସ୍ଥିତ ଜନ୍ତରମନ୍ତରରେ ଧାରଣା ଦେଇଥିଲା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ଯୁବ କଂଗ୍ରେସ ପୂର୍ବତନ ସଭାପତି ରଞ୍ଜିତ ପାତ୍ର ଏବଂ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ୟାସିର ନୱାଜ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏଥିସହ ଶତାଧିକ ଯୁବ କଂଗ୍ରେସ ନେତା ଦିଲ୍ଲୀରେ ଏକାଠି ହୋଇ ଧାରଣା ଦେଇଥିଲେ । ପୁରୀରେ ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲେ ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ ପୋଲିସ । ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଲେ ହେଲେ ଓଡ଼ିଆ ଅସ୍ମିତା କଥା ଭୁଲିଗଲେ । ରାଜ୍ୟପାଳଙ୍କ ପୁଅ ବୋଲି ଆଇନ କ'ଣ ଅଲଗା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

କାହିଁକି ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରାଯାଉନାହିଁ ?

ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର କହିଛନ୍ତି, ''ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା 3 ମାସରୁ ଊର୍ଦ୍ଧ୍ବ ସମୟ ହୋଇଗଲାଣି । କିନ୍ତୁ ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯାଉନାହିଁ । କାହା ଚାପରେ ତାଙ୍କୁ ଗିରଫ କରାଯାଉନାହିଁ ? ତଦନ୍ତ ରିପୋର୍ଟ କୁଆଡେ ଗଲା ? ତା ପ୍ରତିବାଦରେ ଦିଲ୍ଲୀରେ ଧାରଣା ଦିଆଯାଇଛି । ଯେପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ତୀବ୍ରତର ହେବ । ଦିଲ୍ଲୀ ଓ ଓଡ଼ିଶାରେ ଏହି ଆନ୍ଦୋଳନ ଜାରି ରହିବ ।''

YOUTH CONGRESS PROTEST IN DELHI (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ASOଙ୍କୁ ମାଡ ଘଟଣା: ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ? ରାଷ୍ଟ୍ରପତିଙ୍କୁ ନ୍ୟାୟ ମାଗିଲା ପୂର୍ବତନ ସେନା କର୍ମଚାରୀ ସଙ୍ଘ - Governor Son Attack Case

ଏହା ମଧ୍ୟ ପଢନ୍ତୁ ....ଗୃହରେ ASO ମାଡ଼ ଝଡ: ନବୀନଙ୍କ ନିଶାନାରେ ମୋହନ ସରକାର, ଆଇନ ମନ୍ତ୍ରୀ କହିଲେ ଧୈର୍ଯ୍ୟ ଧର - ASO ASSAULT CASE In Assembly

ଏହା ମଧ୍ୟ ପଢନ୍ତୁ ....ASOଙ୍କୁ ଆକ୍ରମଣ ଘଟଣା: ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବି, ବିଧାନସଭା ଆଗରେ 'ସିପାହୀ ବିଦ୍ରୋହ' - ASO Assault case

କଣ ଥିଲା ଘଟଣା?

YOUTH CONGRESS PROTEST (ETV BHARAT ODISHA)

ସୂଚନା ଥାଉକି ଗୁଣ୍ଡିଚା ଯାତ୍ରା ସମୟରେ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ରାଜ୍ୟପାଳଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ASOଙ୍କୁ ମାଡ଼ ମାରିଥିଲେ । ଏ ଖବର ପ୍ରସାରିତ ହେବା ପରେ ଏଏସଓଙ୍କୁ ଅନ୍ୟତ୍ର ବଦଳି କରାଗଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ବିଧାନସଭାରେ ବିରୋଧୀ ଦଳ ନେତା ବଜେଟ ଅଧିବେଶନର ପ୍ରଥମ ଦିବସରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ରାଜ୍ୟପାଳଙ୍କ ପୁଅ ଏଏସଓକୁ ମାଡ଼ ମାରିବା ଘଟଣା କଥା ଉଠାଇଲେ । ଏହାର ଉତ୍ତରରେ ଆଇନମନ୍ତ୍ରୀ ଉତ୍ତର ରଖି କହିଥିଲେ, ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି,15 ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଘଟଣାକୁ 3 ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 4 hours ago

ABOUT THE AUTHOR

...view details