ଓଡିଶା

odisha

ETV Bharat / state

ବିଭିନ୍ନ ଜିଲ୍ଲାରେ ସାବିତ୍ରୀ ବ୍ରତ ପାଳିତ, ସ୍ୱାମୀଙ୍କ ଦୀର୍ଘାୟୁ ମନାସିଲେ ସଧବା - Savitri Brata Rituals Celebration - SAVITRI BRATA RITUALS CELEBRATION

Savitri Brata Rituals Celebration: ଆଜି ପବିତ୍ର ସାବିତ୍ରୀ ବ୍ରତ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉତ୍ସାହର ସହ ଏହି ବ୍ରତ ପାଳନ କରିଛନ୍ତି ସଧବା । ଏହି ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ସଧବା ମହିଳାମାନେ । ଅଧିକ ପଢନ୍ତୁ

ବିଭିନ୍ନ ଜିଲ୍ଲାରେ ପବିତ୍ର ସାବିତ୍ରୀ ବ୍ରତ ପାଳିତ, ସ୍ୱାମୀଙ୍କ ଦୀର୍ଘାୟୁ ମନାସିଲେ ସଧବା
ବିଭିନ୍ନ ଜିଲ୍ଲାରେ ପବିତ୍ର ସାବିତ୍ରୀ ବ୍ରତ ପାଳିତ, ସ୍ୱାମୀଙ୍କ ଦୀର୍ଘାୟୁ ମନାସିଲେ ସଧବା (ETV Bharat Odisha)

By ETV Bharat Odisha Team

Published : Jun 6, 2024, 4:35 PM IST

ଭୁବନେଶ୍ୱର/ଭବାନୀପାଟଣା/ବୌଦ୍ଧ:ଆଜି ପବିତ୍ର ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ସହ ମଙ୍ଗଳମନାସୀ ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା ନାରୀ । ମନ୍ଦିରରେ ପୂଜାର୍ଚ୍ଚନା ସହ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛନ୍ତି ସଧବା ନାରୀ । ଯାହାକୁ ନେଇ ଚଳଚଞ୍ଚଳ ରହିଛି ପୁରା ରାଜ୍ୟ । ବିଭିନ୍ନ ଜିଲ୍ଲାରେ ଆଜି ମହିଳାଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ଉତ୍ସାହର ସହ ଏହି ବ୍ରତ ପାଳନ କରିଛନ୍ତି ସଧବା ନାରୀମାନେ ।

ବିଭିନ୍ନ ଜିଲ୍ଲାରେ ପବିତ୍ର ସାବିତ୍ରୀ ବ୍ରତ ପାଳିତ, ସ୍ୱାମୀଙ୍କ ଦୀର୍ଘାୟୁ ମନାସିଲେ ସଧବା (ETV Bharat Odisha)

ଭୁବନେଶ୍ୱରରେ ସାବିତ୍ରୀ ବ୍ରତ ପାଳନ

ରାଜଧାନୀର ବିଭିନ୍ନ ମନ୍ଦିରରେ ବ୍ରତଧାରୀଙ୍କ ଭିଡ ଲାଗିଥିବା ବେଳେ ୟୁନିଟ ୯ ସ୍ଥିତ ସାବିତ୍ରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ପୁରାଣରେ ଅଛି, ସାବିତ୍ରୀ ଯମ ରାଜଙ୍କ ଠାରୁ ନିଜ ନିଷ୍ଠା ଓ ଭକ୍ତି ବଳରେ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ । ଆଉ ଏହି ବିଶ୍ୱାସକୁ ନେଇ ପ୍ରତି ଓଡ଼ିଆ ଘରେ ଏହି ବ୍ରତକୁ ସଧବା ସ୍ତ୍ରୀମାନେ ଏକ ପବିତ୍ର ବ୍ରତ କରିଆସିଛନ୍ତି । ଏହି ଅବସରରେ ନୂଆ ଶାଢ଼ୀ, ସିନ୍ଦୁର, ଶଙ୍ଖ, ଫଳ ଓ ପୂଜାସାମଗ୍ରୀ ହାତରେ ଧରି ସାବିତ୍ରୀ ମା'ଙ୍କ ପୂଜାର୍ଚ୍ଚନା କରିଛନ୍ତି ରାଜଧାନୀର ମହିଳା ।



କଳାହାଣ୍ଡିରେ ସାବିତ୍ରୀ ବ୍ରତ ପାଳନ


ଆଜି ସାବିତ୍ରୀ ବ୍ରତ । ପ୍ରତ୍ୟେକଟି ଓଡ଼ିଆଣୀଙ୍କ ପାଇଁ ଉତ୍ସବର ଦିନ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି ଜିଲ୍ଲାର ପୁରପଲ୍ଲୀ । ସାବିତ୍ରୀ ଅମାବାସ୍ୟା ପାଳନ କରିବା ପାଇଁ ଆଜି ସମସ୍ତ ମନ୍ଦିରରେ ଓ ଘରେ ଘରେ ଭିଡ଼ ଦେଖିବାକୁ ମିଳିଛି । ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ସ୍ବାମୀ ଓ ପରିବାରର ମଙ୍ଗଳ କାମନା କରି ବ୍ରତ ପାଳନ କରିଛନ୍ତି ମହିଳା ମାନେ ।

ବୌଦ୍ଧରେ ସାବିତ୍ରୀ ବ୍ରତ ପାଳନ


ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ବୌଦ୍ଧ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ସଧବା ନାରୀମାନେ ନିଜ ସ୍ବାମୀଙ୍କ ମଙ୍ଗଳ କାମନା ତଥା ଦୀର୍ଘାୟୁ କାମନା କରି ବର ପିପ୍ପଳ ବୃକ୍ଷରେ ବ୍ରତ ବାନ୍ଧି ଉପବାସ ବ୍ରତ ପାଳନ କରିଛନ୍ତି । ବୌଦ୍ଧ ଜିଲ୍ଲା ଜେଲ ପରିସରରେ ଥିବା ମହିଳା ଅନ୍ତେବାସୀଙ୍କ ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ବ୍ରତ ସାମଗ୍ରୀ ଯୋଗାଇ ଦିଆଯାଇଥିବା ବେଳେ ସ୍ବାମୀଙ୍କ ପାଇଁ ବ୍ରତ ପାଳନ କରାଯାଇଛି । ସେହିପରି ବୌଦ୍ଧ ସହର ସମେତ ହରଭଙ୍ଗା,ଚାରିଛକ, ପୁରୁଣା କଟକ, ବୀରନରସିଂହପୁର, ବଘିଆପଡା,ଶଗଡା, ବାଉଁଶୁଣୀ, ଦହ୍ୟା, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ,ଘଣ୍ଟାପଡା ଭଳି ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀଙ୍କ ପୀଠରେ ସଧବା ନାରୀମାନେ ଏକତ୍ରିତ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ସ୍ବାମୀଙ୍କ ପାଇଁ ସାବିତ୍ରୀ ବ୍ରତ ପାଳିଲେ ସଧବା ନାରୀ

ଭୁବନେଶ୍ୱର, କଳାହାଣ୍ଡି, ବୌଦ୍ଧ, ଇଟିଭି ଭାରତ

ABOUT THE AUTHOR

...view details