ଓଡିଶା

odisha

ETV Bharat / state

ଭୁଲ ନମ୍ବର ରିଚାର୍ଜ ପଡିଲା ମହଙ୍ଗା, ଗାଏବ ହେଲା ପ୍ରାୟ ୪ ଲକ୍ଷ ଟଙ୍କା - BHUBANESWAR CYBER FRAUD

ସାଇବର ଠକେଇର ଶିକାର ହେଲେ ଛାତ୍ରୀ । ଆକାଉଣ୍ଟରୁ ଗାଏବ ହେଲା ପ୍ରାୟ ୪ ଲକ୍ଷ ଟଙ୍କା । ୧୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

BHUBANESWAR CYBER FRAUD
BHUBANESWAR CYBER FRAUD (ETV Bharat Odisha)

By ETV Bharat Odisha Team

Published : Nov 9, 2024, 10:03 PM IST

ଭୁବନେଶ୍ବର:ଭୁଲ ନମ୍ବର ରିଚାର୍ଜ କରିବା ପଡିଲା ମହାଙ୍ଗା । ଆକାଉଣ୍ଟରୁ ଚାଲିଗଲା ପ୍ରାୟ ୪ ଲକ୍ଷ ଟଙ୍କା । ୩୨୫ ଟଙ୍କା ରିଚାର୍ଜରୁ ଚାଲିଗଲା ୪ ଲକ୍ଷ ଟଙ୍କା । ଏଭଳି ଏକ ସାଇବର ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଛାତ୍ରୀ । ଉଷାରାଣୀ ବେହେରା ନାମକ ଜଣେ ଛାତ୍ରୀ ଭୁବନେଶ୍ୱରରେ କମ୍ପିଟେଟିଭ ପାଇଁ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ନାଁରେ ଘର ଲୋକ ରଖିଥିବା ଆରଡ଼ି ଟଙ୍କାକୁ ଠକି ନେଇଛନ୍ତି ସାଇବର ଠକ । ଠକେଇର ୧୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।


ଠକେଇର ଶିକାର ହେଲେ ଛାତ୍ରୀ:

BHUBANESWAR CYBER FRAUD (ETV Bharat Odisha)

ଅଭିଯୋଗକାରୀ ଛାତ୍ରୀ ଉଷାରାଣୀ ବେହେରା କହିଛନ୍ତି," ମୁଁ ଗତ ୨୭ ତାରିଖ ଦିନ ଗୋଟିଏ ଭୁଲ ନମ୍ବରରେ ୩୨୫ ଟଙ୍କା ଅନଲାଇନ ମାଧ୍ୟମରେ ରିଚାର୍ଜ କରିଥିଲି । ସେହି ଟଙ୍କାକୁ ଫେରି ପାଇବା ପାଇଁ ଗୁଗୁଲରୁ ଏକ ନମ୍ବର ନେଇ ଅନଲାଇନ କଷ୍ଟମ୍ବର କେୟାରରେ ଅଭିଯୋଗ କରିଥିଲି । ହେଲେ ସେହି ନମ୍ବରଟି ସାଇବର ଠକଙ୍କ ଥିଲା । ସେମାନେ ଯେଉଁ ଉପାୟର କହିଲେ ତାହା ମୁଁ କରିଥିଲି । ହେଲେ ଟଙ୍କା ଫେରସ୍ତ ବଦଳରେ ପ୍ରଥମେ ମୋର ୯୯ ହାଜର ୮୯୮ ଟଙ୍କା କଟିଥିଲା । ତେବେ ଏହା ଠିକ ନମ୍ବର ନୁହେଁ ଜାଣିପାରି ୨୮ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲି ।"

BHUBANESWAR CYBER FRAUD (ETV Bharat Odisha)

'ଆକାଉଣ୍ଟକୁ ଫ୍ରିଜ୍ କରିଥିଲି ହେଲେ..'

"ସେହି ମାମଲା ଆଧାରରେ ମୁଁ ପଟିଆ ସ୍ଥିତ ଏକ ବ୍ୟାଙ୍କକୁ ଯାଇ ମ୍ୟାନଜରଙ୍କୁ ଦେଖା କରିଥିଲେ । ଠକେଇ ପରେ ମୋ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଥିଲି । ଏହାପରେ ବ୍ୟାଙ୍କ ମ୍ୟାନେଜର କହିଥିଲେ ଫ୍ରିଜକୁ ଖୋଲି ଏଫଡ଼ି କରିଦିଅ । ଆଉ ଟଙ୍କା କଟିବ ନାହିଁ । ତେଣୁ ମୁଁ ଏଫଡ଼ି କରିଥିଲି । ହେଲେ ବ୍ୟାଙ୍କରୁ ଆସିବା ପରେ ୨୯ ଓ ୩୦ ତାରିଖରେ ୪ ଥରରେ ୩ ଲକ୍ଷ ଟଙ୍କା କଟିଯାଇଥିଲା । ଏହାପରେ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । "

ଏହା ମଧ୍ୟ ପଢନ୍ତୁ ...ସାଇବର ଠକେଇ: ଇଣ୍ଟରପୋଲ ସହାୟତାରେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ

ଏହା ମଧ୍ୟ ପଢନ୍ତୁ ...କ୍ରାଇମବ୍ରାଞ୍ଚ କବଜାରେ ବଡ଼ ସାଇବର ଠକେଇ, ୨୪ ଗିରଫ, JSW ଅଧିକାରୀ ହୋଇଥିଲେ ଶୀକାର

ଏହା ମଧ୍ୟ ପଢନ୍ତୁ ...ସାଇବର ଠକେଇର ଶିକାର 84ବର୍ଷୀୟ ବୃଦ୍ଧ; ହରାଇଲେ 2.88କୋଟି ଟଙ୍କା; ଘଟଣା କଣ ଜାଣନ୍ତୁ

ନିରାଶ ହୋଇ ଥାନାରୁ ଫେରିଲେ ଛାତ୍ରୀ :

ସେ ପୁଣି ସାଇବର ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ୫ ଲକ୍ଷ ଟଙ୍କାରୁ ତଳକୁ ଠକେଇ ହେଲେ ସାଇବର ଥାନାରେ ମାମଲା ରୁଜୁ ହୁଏ ନାହିଁ ବୋଲି କହି ତାଙ୍କୁ ପୋଲିସ ଫେରାଇ ଦେଇଥିବା ଅଭିଯୋଗ କରିଛନ୍ତି ସେ । ସେଠାରୁ ସେ ନିରାଶ ହୋଇ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଅଭିଯୋଗ ପଞ୍ଜିକରଣ ହୋଇନଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details