ଜଗତସିଂହପୁର:ବିରହ ବେଦନା ସହିନପାରି ଜୀବନ ହାରିବାକୁ ଉଦ୍ୟମ କଲେ ଯୁବତୀ ।ମହାନଦୀକୁ ଡେଇଁ ଯୁବତୀ ନିଖୋଜ ଥିବା ଜଣାପଡିଛି । ଜଗତସିଂହପୁର ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ତିର୍ତ୍ତୋଲ ଥାନା ଅଧୀନ ତାରତୋଲ ନିକଟ ବ୍ରିଜ ଉପରୁ ଯୁବତୀ ଜଣଙ୍କ ଡେଇଁ ପଡିଥିବାବେଳେ ତାଙ୍କର ପତ୍ତା ମିଳୁନାହିଁ । ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି । ତିର୍ତ୍ତୋଲ ଅଗ୍ନିଶମ ବିଭାଗର ୬ ଜଣିଆ ଟିମ ବୋଟ ସାହାଯ୍ୟରେ ଖୋଜାଖୋଜି କରୁଥିବାବେଳେ ଯୁବତୀଙ୍କ ସନ୍ଧାନ ମିଳିପାରିନାହିଁ । ଯୁବତୀ ଜଣକ ନଦୀକୁ ଡେଇଁବାର କାରଣ ମଧ୍ୟ ଅସ୍ପଷ୍ଟ ଥିବାବେଳେ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାରତୋଳ ନିକଟରେ ଜଣେ ଯୁବତୀ ମହାନଦୀକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିବା ଜାଣିବାକୁ ମିଳିଥିଲା । ତେବେ ମହାନଦୀକୁ ଡେଇଁ ପଡିବା ପରେ ସେ ନିଖୋଜ ଅଛନ୍ତି । ସ୍ଥାନୀୟ ଗ୍ରାମବାସୀମାନଙ୍କ କହିବା କଥା ଯେ, ସମ୍ପୃକ୍ତ ଯୁବତୀ ଜଣଙ୍କ ଚାରତୋଳ ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଗତକାଲି (ବୁଧବାର) ପ୍ରେମିକ ଜଣଙ୍କ କୌଣସି କାରଣକୁ ନେଇ ଜୀବନ ହାରିଥିବା ଜଣାପଡିଥିଲା । ଫଳରେ ପ୍ରେମିକର ବିରହକୁ ନେଇ ଯୁବତୀ ଜଣଙ୍କ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଆଉ ଆଜି ଯୁବତୀ ଜଣଙ୍କ ନଦୀକୁ ଡେଇଁ ନିଖୋଜ ହେବା ଘଟଣା ସାମନାକୁ ଆସିଛି ।
ଏହା ବି ପଢନ୍ତୁ...ଭାଙ୍ଗିଗଲା ବାହାଘର, ଶେଷ ରଜରେ ଜୀବନ ହାରିଲେ ଯୁବତୀ - Young Woman Died