ଓଡିଶା

odisha

ETV Bharat / state

କାଲିଠୁ ଖସିବ ପାରଦ, ଥରିବ ସାରା ଓଡିଶା - WEATHER UPDATE

୫ ଦିନ ଯାଏଁ ସମଗ୍ର ରାଜ୍ୟରେ ପାଗ ଶୁଖିଲା । ଅନୁଭୂତ ହେବ ପ୍ରବଳ ଥଣ୍ଡା । କିଛି ଜିଲ୍ଲାକୁ ଘନକୁହୁଡି ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।

କାଲିଠୁ ଖସିବ ପାରଦ, ବଢିବ ଶୀତ
କାଲିଠୁ ଖସିବ ପାରଦ, ବଢିବ ଶୀତ (ETV Bharat Odisha)

By ETV Bharat Odisha Team

Published : Dec 29, 2024, 6:41 PM IST

ଭୁବନେଶ୍ବର:କିଛି ଦିନର ବିରତି ପରେ ପୁଣି ଫେରିବ ଶୀତ ।ଆସନ୍ତାକାଲିଠୁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଏହାର ପ୍ରଭାବରେ ହ୍ରାସ ପାଇବ ତାପମାତ୍ରା । ପ୍ରାୟ ୨ ରୁ ୪ ଡିଗ୍ରୀ ଯାଏଁ ପାରଦ ଖସିବ । ଫଳରେ ସାରା ରାଜ୍ୟରେ ଶୀତ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

  • କାଲିଠୁ ବଦଳିବ ପାଗର ମୁଡ:-

ସେପଟେ ଆଜି କାଁଭାଁ ସ୍ଥାନରେ ହାଲୁକା ବର୍ଷା ସହ ମେଘୁଆ ପାଗ ରହିଥିବା ଦେଖିବାକୁ ମିଳିଥିଲା । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବରଗଡ଼, ଝାରସୁଗୁଡା ସୁନ୍ଦରଗଡ, କେନ୍ଦୁଝର ମୟୁରଭଞ୍ଜ, ସମ୍ବଲପୁର ଓ ଦେଓଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ । ଆସନ୍ତା ୫ ଦିନ ଯାଏଁ ସମଗ୍ର ରାଜ୍ୟରେ ପାଗ ଶୁଖିଲା ରହିବା ସହ ସୁନ୍ଦରଗଡ ଝାରସୁଗୁଡା କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେରେ ଘନକୁହୁଡ଼ି ଦେଖାଯିବା ପୂର୍ବାନୁମାନ ସହ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

  • ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ

ସେପଟେ ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ଇଂରାଜୀ ନବବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ । ଆସନ୍ତା ୩୦ ରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ ରହିବ । ବିଗତ କିଛିଦିନ ହେବ ପାଗରେ ପରିବର୍ତ୍ତନ ଆସିବା କାରଣରୁ ରାତ୍ରିକାଳୀନ ତାପମାତ୍ରା ଅଚାନକ ବଢ଼ିଥିଲା । ମେଘୁଆ ପାଗ ରହିବା ସହ ଶୀତ ଉଭାନ ହୋଇଯାଇଥିଲା । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କିନ୍ତୁ ଆସନ୍ତାକାଲି ପରେ ୨ ରୁ ୪ ଡିଗ୍ରୀ ତାପମାତ୍ରା କମିବ ଆଉ ଅନୁରୂପ ଭାବେ ଶୀତର ମାତ୍ରା ବଢିବ ।

  • ଆଭ୍ୟନ୍ତରୀଣ ଓ ଉପକୂଳରେ ପ୍ରଭାବ ବେଶୀ:-

ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗର ପୂର୍ବାନୂମାନ କହୁଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୩ ଡିଗ୍ରୀ ଓ ପାହାଡିଆ ଅଞ୍ଚଳ ଜି.ଉଦୟଗିରିରେ ୧୦.୦୮ ଡ଼ିଗ୍ରୀ ରେକର୍ଡ ହୋଇଛି ।

ABOUT THE AUTHOR

...view details