ଓଡିଶା

odisha

ETV Bharat / state

ଜାତିପ୍ରଥାର କରୁଣ ଚିତ୍ର, ପ୍ରେମ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ସମ୍ପର୍କୀୟ

ଜାତିପ୍ରଥା ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ । ପ୍ରେମ ବିବାହ କରିଥିବାରୁ ଯୁବକଙ୍କ ମୃତଦେହ ଛୁଇଁଲେନି ପରିବାର । ଶେଷ ସତ୍କାର କଲେ ସ୍ବେଚ୍ଛାସେବୀ ।

VOLUNTEERS CREMATE MAN
VOLUNTEERS CREMATE MAN (ETV BHARAT ODISHA)

By ETV Bharat Odisha Team

Published : Nov 7, 2024, 3:50 PM IST

ବଲାଙ୍ଗୀର:ପ୍ରେମ କରି ବିବାହ କରିଥିଲେ, ପରିବାର ଲୋକେ ଗ୍ରହଣ ନକରିବାକୁ ଅଲଗା ହୋଇ ରହୁଥିଲେ । ଭାବିଥିଲେ ସାତ ଜନ୍ମ ପାଇଁ ସାଥି ହୋଇ ରହିବେ । କିନ୍ତୁ ଏ ସ୍ବପ୍ନ ଏବେ ସ୍ବପ୍ନ ହୋଇ ରହିଯାଇଛି । ପତ୍ନୀକୁ ଏକୁଟିଆ କରି ଆରପାରିକି ଚାଲିଯାଇଛି ସ୍ବାମୀ । ଜାତି ପ୍ରଥା ଆଗରେ ତୁଚ୍ଛ ହୋଇଗଲା ସମ୍ପର୍କ । ପ୍ରେମ କରିଦେଲା ସାତ ପର । ପ୍ରେମ ବିବାହ କରିବାରୁ ଭୁଲିଗଲେ ପରିବାର ଲୋକ । ମୃତ୍ୟୁ ପରେ ବି ଯୁବକଙ୍କ ମୃତଦେହ ଛୁଇଁଲେନି ସମ୍ପର୍କୀୟ । ଶେଷରେ ଶେଷକୃତ୍ୟ କଲେ ସ୍ବେଚ୍ଛାସେବୀ । ଯୁବତୀଙ୍କୁ ପରିବାର ଲୋକେ ଗ୍ରହଣ ନକରିବାରୁ ସଖୀ ଗୃହରେ ଅସ୍ଥାୟୀ ଭାବରେ ରଖାଯାଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ ।

ଅଲଗା ଜାତିରେ ବିବାହ କରିବାରୁ ମୃତଦେହ ଛୁଇଁଲେନି ପରିବାର ଲୋକେ:

VOLUNTEERS CREMATE MAN (ETV Bharat Odisha)

ଜାତିପ୍ରଥା ଯୋଗୁଁ ପ୍ରେମୀ ଯୁଗଳଙ୍କୁ ପର କରି ଦେଇଛନ୍ତି ପରିବାର ଲୋକେ । ଅନ୍ୟ ଜାତିରେ ବିବାହ କରିଥିବାରୁ ନିଜ ପରିବାର ସହ ସମାଜ ସମସ୍ତେ ହାତ ଛାଡି ଦେଇଛନ୍ତି । ଏପରିକି ଏବେ ପ୍ରେମିକର ମୃତ୍ୟୁ ପରେ ମଧ୍ୟ ନା ଝିଅ ପରିବାର ନା ପୁଅ ପରିବାର କେହି ସାହା ହୋଇ ନାହାନ୍ତି । ସେପଟେ ଅସହାୟ ଅବସ୍ଥାରେ ପ୍ରେମିକାର ସାହାଯ୍ୟ ପାଇଁ ସ୍ବେଚ୍ଛାସେବୀ ସଂଗଠନ ସାହାଯ୍ୟର ହାତ ବଢ଼ାଇଛି । ପରିବାର ଲୋକଙ୍କ ସହ ଆଲୋଚନା କରି ବିଫଳ ହେବା ପରେ ଏମାନେ ନିଜେ ମୃତଦେହ ରୀତିନୀତିରେ ସତ୍କାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅନ୍ୟ ଜାତିରେ ବାହା ହେବାରୁ ମୃତଦେହ ଛୁଇଁଲେନି ସାହିଭାଇ, ଅନ୍ତିମ ସତ୍କାର କଲେ ସ୍ବେଚ୍ଛାସେବୀ

ଏହା ମଧ୍ୟ ପଢନ୍ତୁ-ଝିଅ ଅଜାତିରେ ବାହା ହେବାରୁ ମାଆର ମୃତଦେହକୁ ମିଳିଲାନି କାନ୍ଧ

3 ବର୍ଷ ହେଲା ଏକାଠି ରହୁଥିଲେ ଉଭୟ:

family refuse to cremate men dead body (ETV BHARAT ODISHA)

ବଲାଙ୍ଗୀର ବେଳପଡା ଗ୍ରାମର ରଞ୍ଜିତ ମିଶ୍ର ସେହି ଗ୍ରାମର ସବିତା ସିଂହ ଵାବୁଙ୍କୁ ପ୍ରେମ ବିବାହ କରିଥିଲେ । ଏହି କାରଣରୁ ଉଭୟ ଝିଅ ଓ ପୁଅ ପରିବାର ଭୟଙ୍କ ସମାଜ ଉଭୟଙ୍କୁ ଜାତିରୁ ବାସନ୍ଦ କରିଥିଲେ । ଏପରିକି ପରିବାର ଲୋକ ମଧ୍ୟ ଉଭୟଙ୍କୁ ପର କରି ଦେଇଥିଲେ । ଏହି କାରଣରୁ ଉଭୟ ବିବାହ କରି ଗତ ତିନି ବର୍ଷ ହେବ ବଲାଙ୍ଗୀର ସହରରେ ରହି ଆସୁଥିଲେ । ଦିନ ମଜୁରିଆ ଭାବେ କାମ କରି ଜୀବନ ବିତାଉଥିଲେ । ଗତ ଶନିବାର ରଞ୍ଜିତ ମିଶ୍ର ଅସୁସ୍ଥ ହୋଇପଡିଥିଲେ । ପରେ ପତ୍ନୀ ସବିତା ବଲାଙ୍ଗୀର ଭିମ୍ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର। ସାହାଯ୍ୟ ପାଇଁ ସବିତା ପରିବାର ଲୋକଙ୍କୁ କହିଥିଲେ । କିନ୍ତୁ କେହି ସାହାଯ୍ୟ କରିବାକୁ ରାଜି ହୋଇନଥିଲେ । ବୁର୍ଲା ହସ୍ପିଟାଲ ନେବା ବାଟରେ ରଞ୍ଜିତଙ୍କ ମୃତ୍ୟୁ ହୋଇଥିଲା ।

ମୃତଦେହ ସତ୍କାର କଲେ ସ୍ବେଚ୍ଛାସେବୀ ସଂଗଠନ:

family refuse to cremate men dead body (ETV BHARAT ODISHA)

ଉଭୟ ପରିବାରକୁ ସେ ଦୁଃଖ ଜଣାଇଥିଲେ ମଧ୍ୟ କେହି ତାଙ୍କ ଦୁଃଖ ଶୁଣିନଥିଲେ । ସେପଟେ ସ୍ବାମୀର ମୃତଦେହକୁ ଏକା ଧରି ଘରେ ଥିବା ବେଲେ ଏନେଇ ଖବର ପାଇ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ପହଞ୍ଚି ସାହାଯ୍ୟରେ ହାତ ବଢାଇଥିଲେ । ମୃତଦେହକୁ ସତ୍କାର କରାଇବା ସହ ମହିଳାଙ୍କୁ ସଖୀ କେନ୍ଦ୍ରରେ ଥଇଥାନ କରିଛନ୍ତି ।

ସ୍ବେଚ୍ଛାସେବୀ ସଂଗଠନର ସଭାପତି ସନ୍ତୋଷ ପଟ୍ଟନାୟକ ଓ ସମ୍ପାଦକ ଗୋବିନ୍ଦ ସତପଥି କହିଛନ୍ତି , "ଆଜିର ଆଧୁନିକ ଯୁଗରେ ମଧ୍ୟ ଜାତି ପ୍ରଥାକୁ ଜାବୁଡି ଧରିଛନ୍ତି ଲୋକେ । ପ୍ରେମ କରି ଏହି ଯୁବକ ଯୁବତୀ ବିବାହ କରିଥିଲେ । ଯାହା ପରେ ତାଙ୍କୁ ତାଙ୍କ ପରିବାର ସମାଜ ପର କରି ଦେଇଥିଲା । ମାନେ ଅନ୍ୟ ଉପାୟ ନପାଇ ବଲାଙ୍ଗୀର ଆସି ଦୀର୍ଘ ତିନି ବର୍ଷ ହେବ ରହି ଆସୁଥିଲେ । ଗତ ଶନିବାର ସବିତାଙ୍କ ସ୍ୱାମୀ ରଞ୍ଜିତ ମିଶ୍ର ଅସୁସ୍ଥ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲେ ଭର୍ତ୍ତି କରିଥିଲେ । ହେଲେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତରିତ କରିଥିଲେ । ବାଟରେ ତାଙ୍କ ଦେହାନ୍ତ ହୋଇଥିଲେ । ସାହାଯ୍ୟ ପାଇଁ ନିଜ ପରିବାର ଓ ସମ୍ପର୍କୀୟକୁ ଖବର ଦେଇଥିଲେ । ହେଲେ ସମସ୍ତେ ହାତ ଟେକି ଦେବାରୁ ସେ ଅସହାୟ ହୋଇ ଏକା ମୃତଦେହ ପାଖରେ ରହିଥିଲେ । ଆମେ ଖବର ପାଇବା ପରେ ତାଙ୍କ ମୃତଦେହକୁ ଆଣି ସ୍ଥାନୀୟ ଶ୍ମଶାନରେ ହିନ୍ଦୁ ରୀତିନୀତିରେ ଦାହ କରିଥିଲୁ । ''

ମୃତଦେହ ସତ୍କାରରେ ସ୍ବେଚ୍ଛାସେବୀ ସଂଗଠନର ସମସ୍ତ ସଦସ୍ୟ, ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ଉତ୍ତମ ନନ୍ଦ, ଲିଂକନ ସେଠ, ରବୀନ୍ଦ୍ର ସେଠ, ତନ୍ମୟୀ ପୁଟେଲ ଓ ପୌର କର୍ମଚାରୀ ସାମିଲ ଥିଲେ। ସେହିପରି ସ୍ବେଚ୍ଛାସେବୀ ସଂଗଠନର ଉପଦେଷ୍ଟା ଟୁନା ମିଶ୍ର ସହଯୋଗ କରିଥିଲେ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details