ଓଡିଶା

odisha

ETV Bharat / state

ଦିଲ୍ଲୀ ଗଲେ ପାଣ୍ଡିଆନ- ବବି ଦାସ, ଛିଡିବ ସିଟ ସେୟାରିଂ ଅଙ୍କ ! - BJD BJP Alliance

VK Pandian & Pranab Prakash Das leave for Delhi: ଦିଲ୍ଲୀ ଗଲେ କାର୍ତ୍ତିକ ପାଣ୍ଡଆନ- ପ୍ରଣବ ଦାସ । ୨ ଦିନ ହେଲା ଅଛନ୍ତି ବିଜେପି ନେତା । ମେଣ୍ଟ ନେଇ ଛିଡିପାରେ ଅଙ୍କ । ଅଧିକ ପଢନ୍ତୁ

ଦିଲ୍ଲୀ ଗଲେ କାର୍ତ୍ତିକ ପାଣ୍ଡିଆନ- ବବି ଦାସ, ଶୀର୍ଷ ବିଜେପି ନେତାଙ୍କୁ ଭେଟିବେ !
ଦିଲ୍ଲୀ ଗଲେ କାର୍ତ୍ତିକ ପାଣ୍ଡିଆନ- ବବି ଦାସ, ଶୀର୍ଷ ବିଜେପି ନେତାଙ୍କୁ ଭେଟିବେ !

By ETV Bharat Odisha Team

Published : Mar 7, 2024, 8:32 PM IST

Updated : Mar 7, 2024, 10:21 PM IST

ଭୁବନେଶ୍ବର:ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ମଧ୍ୟରେ ଅପରାହ୍ନରେ ଦିଲ୍ଲୀ ଗସ୍ତ କରିଥିବା ବିଜେଡିର ଦୁଇ ବରିଷ୍ଠ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି । ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ଉଭୟ ନେତା ଏକ ଚାଟାର୍ଡ ବିମାନରେ ଦିଲ୍ଲୀ ଗସ୍ତ କରିଥିଲେ । ଏହି ଦୁଇ ବିଜେଡି ନେତା ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଭେଟି ମେଣ୍ଟ ନେଇ ଆସନ ଭାଗବଣ୍ଟା ସ୍ପଷ୍ଟ କରିବା ପାଇଁ ଦିଲ୍ଲୀ ଯାଇଛନ୍ତି । ଗତକାଲି ଠାରୁ ରାଜ୍ୟ ବିଜେପି ନେତାମାନେ ଦିଲ୍ଲୀରେ ଡେରା ପକାଯାଇଛନ୍ତି । ଦଳର କୋର କମିଟି ବୈଠକ ଜାରି ରହିଛି । ମେଣ୍ଟ ଚୂଡାନ୍ତ ହେବା ନେଇ ଏହି ଦୁଇ ବିଜେଡି ନେତାଙ୍କ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି । ଗତକାଲି ନବୀନ ନିବାସ ବୈଠକ ପରେ ରାଜ୍ୟର ସ୍ବାର୍ଥଦୃଷ୍ଟିରୁ କୌଣସି ନିଷ୍ପତ୍ତି ନିଆଯାଇପାରେ ବୋଲି ବିଜେଡି କହିସାରିଛି । କୌଣସି ମୁହୂର୍ତ୍ତରେ ମେଣ୍ଟ ନେଇ ଆନୁଷ୍ଠାନିକ ଘୋଷଣା ସାମ୍ନାକୁ ଆସିପାରେ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି-ବିଜେପି ମେଣ୍ଟ ଫାଇଦା ନେବ କଂଗ୍ରେସ: ପିସିସି ସଭାପତି

ବିଧାନସଭା ଓ ଲୋକସଭା ଆସନ ବୁଝାମଣାରେ ଉଭୟ ଦଳ ମଧ୍ୟରେ ଦ୍ୱନ୍ଦ୍ବ ରହିଛି । ତେଣୁ କେଉଁ ଫର୍ମୂଲା ଓ କିଏ କେଉଁ ଆସନରେ ଲଢ଼ିବେ, ତାହା ଚୂଡ଼ାନ୍ତ କରିବା ପାଇଁ ବିଜେଡିର ଦୁଇ ନେତା ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇ ଆଲୋଚନା କରୁଛନ୍ତି । ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ଏହି ଆସନ ବୁଝାମଣା ଖୁବଶୀଘ୍ର ଚୂଡ଼ାନ୍ତ ହେବ ବୋଲି ସୂଚନା ମିଳିଛି । ତେଣୁ ଅପରାହ୍ନ ପ୍ରାୟ ୫ଟାରେ ଏକ ସ୍ୱତନ୍ତ୍ର ବିମାନରେ ଉଭୟ ବିଜେଡି ନେତା ଦିଲ୍ଲୀରେ ପହଞ୍ଚିଛନ୍ତି । ସେଠାରେ ସେମାନେ ଓଡ଼ିଶା ଦାୟିତ୍ୱରେ ଥିବା ବିଜେପିର ବରିଷ୍ଠ ନେତାଙ୍କ ବାସଭବନରେ ଆସନ ବୁଝାମଣାକୁ ନେଇ ଆଲୋଚନା କରୁଛନ୍ତି । ରାଜ୍ୟ ବିଜେପି ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଏକାଠି ହେବେ ପୁରୁଣା ସାଥୀ ! ୨୦୦୯ରେ ଭାଙ୍ଗିଥିଲା ୧୧ ବର୍ଷର ବିଜେପି-ବିଜେଡି ସମ୍ପର୍କ
ବଦଳୁଥିବା ରାଜନୈତିକ ଦୃଶ୍ୟପଟ୍ଟକୁ ଦୃଷ୍ଟିରେ ରଖି ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ମେଣ୍ଟ ନେଇ ଆନୁଷ୍ଠାନିକ ଘୋଷଣା ପାଇଁ ଉଭୟ ଦଳର ଶୀର୍ଷ ନେତୃତ୍ୱ ଚାହୁଁଥିବା ମଧ୍ୟ ଜଣାପଡ଼ିଛି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଯେଉଁ ଆସନ ବୁଝାମଣା ହେବ ତାହା ଉପରେ ସହମତି ହୋଇଛି । ବିଜେଡି ବିଧାନସଭାରେ ପ୍ରାୟ ୧୦୦ ଓ ଲୋକସଭାରେ ୮ରୁ ୧୦ ଆସନରେ ନିଜର ପ୍ରାର୍ଥୀ ଦେବ । ଉଭୟ ଦଳ ମଧ୍ୟରେ ଏନେଇ ଏକପ୍ରକାର ଅନୌପଚାରିକ ସହମତି ହୋଇସାରିଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 7, 2024, 10:21 PM IST

ABOUT THE AUTHOR

...view details