ଓଡିଶା

odisha

ETV Bharat / state

ବୀରତ୍ବକୁ ମନେ ପକାଉଛି ସାରା ରାଜ୍ୟ, କିନ୍ତୁ ଅବହେଳିତ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ - VEER SURENDRA SAI MEMORIAL

ଉଚିତ ସମ୍ମାନ ମିଳିନଥିବା ପରିବାରର ଅଭିଯୋଗ । ଆଦର୍ଶ ଗାଁ ହେବା ନେଇ ଜୟ ନାରାୟଣଙ୍କ ପ୍ରତିଶ୍ରୁତି ।

Veer Surendra Sai Memorial
Veer Surendra Sai Memorial (ETV Bharat Odisha)

By ETV Bharat Odisha Team

Published : Jan 23, 2025, 10:55 PM IST

ସମ୍ବଲପୁର: ରାଜ୍ୟବ୍ୟାପୀ ପାଳନ ହୋଇଛି ମହାନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ 217ତମ ଜନ୍ମଜୟନ୍ତୀ । ଏହି ଅବସରରେ ଆଜି ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାଗାଁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୁତିଚାରଣ କରିଛନ୍ତି । ଅନ୍ୟପଟେ ସୁରେନ୍ଦ୍ର ସାଏଙ୍କ ପଣନାତୁଣୀ ଅନିତା ସିଂ ନିଜ ଅସନ୍ତୋଷ ଜାହିର କରିଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠର ଉନ୍ନତିକରଣ ହୋଇନଥିବା କହି ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

  • ଉନ୍ନତିକରଣ ନେଇ କ୍ଷୋଭ ପ୍ରକାଶ କଲେ ସୁରେନ୍ଦ୍ର ସାଏଙ୍କ ପରିବାର:

ଅନିତା ସିଂ କହିଛନ୍ତି, "ଏହି ସ୍ମୃତିପୀଠର ବିଗତ ଦିନ ଅପେକ୍ଷା ବର୍ତ୍ତମାନ କିଛି ପରିମାଣରେ ଉନ୍ନତିକରଣ ହୋଇଛି । କିନ୍ତୁ ଆଶାନୁରୂପ ଭାବରେ ଉନ୍ନତି ହୋଇନାହିଁ l ସୁରେନ୍ଦ୍ର ସାଏ ତାଙ୍କର ଯୌବନ ଅବସ୍ଥାରେ ଇଂରେଜମାନଙ୍କ ସହ ସ୍ୱାଧୀନତା ସଂଗ୍ରାମ କରି ହଜାରୀବାଗ ଓ ଅଶୀରଗଡ଼ ଜେଲରେ 37 ବର୍ଷ ରହିଥିଲେ । ହେଲେ ତାଙ୍କୁ ବା ତାଙ୍କ ପରିବାରକୁ ଯେତିକି ସମ୍ମାନ ମିଳିବା କଥା ସେତିକି ମିଳିନାହିଁ ।"

Veer Surendra Sai Memorial (ETV Bharat Odisha)
  • 'ଅବହେଳିତ ସୁରେନ୍ଦ୍ର ସାଏଙ୍କ ସ୍ମୃତି ପୀଠ'

ସେହିପରି ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ପିତାମ୍ବର ବିଶ୍ୱାଳକହିଛନ୍ତି," ସମସ୍ତେ ବର୍ଷକରେ କେବଳ ଗୋଟିଏ ଦିନ ଏଠାକୁ ଆସନ୍ତି । ପରବର୍ତ୍ତୀ ସମୟରେ ବର୍ଷ ତମାମ ଭୁଲି ଯାଆନ୍ତି l ତେବେ ସୌଭାଗ୍ୟବଶତଃ ଗତବର୍ଷ ଭିକେ ପାଣ୍ଡିଆନ ଖିଣ୍ଡା ଗସ୍ତ କରିଥିବାବେଳେ ସୁରେନ୍ଦ୍ର ସାଏଙ୍କ ସ୍ମୃତିପୀଠରେ ଏତିକି ଉନ୍ନତିକରଣ ହୋଇପାରିଛି । ଆଗରୁ କଂଗ୍ରେସ ସରକାର ଅମଳରେ ଜାନକୀ ବଲ୍ଲବ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଯାହା ହୋଇଥିଲା । 1984 ମସିହାରେ ଏହି ସ୍ମୃତିପୀଠକୁ ପ୍ରଥମେ ମାନ୍ୟତା ମିଳିଥିଲା ।"

Veer Surendra Sai Memorial (ETV Bharat Odisha)
Veer Surendra Sai Memorial (ETV Bharat Odisha)
  • 'କେନ୍ଦ୍ରର ଦୋଷ ଦେଲେ ରୋହିତ ପୂଜାରୀ'

ଅନ୍ୟପଟେ ସ୍ମୃତିପୀଠର ଉନ୍ନତିକରଣ ନେଇ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି, "ସୁରେନ୍ଦ୍ର ସାଏ ଙ୍କୁ ଯେତିକି ସମ୍ମାନ ମିଳିବା କଥା ଦେଶରେ ସେତିକି ସମ୍ମାନ ମିଳିନାହିଁ । କିନ୍ତୁ ଗତ ବିଜେଡି ସରକାର ଏହି ସ୍ମୁତିପୀଠର ଉନ୍ନତିକରଣ ପାଇଁ 6 କୋଟି 41ଲକ୍ଷ ତାଙ୍କ ଅନୁଦାନ ଦେଇଥିଲେ । ଏହି ଅନୁଦାନ ରେ ହିଁ ଯାହାକିଛି ଉନ୍ନତିକରଣ ହୋଇଛି l ତେବେ ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନା କରିବା ପାଇଁ ଆମର ଯେଉଁ ଦାବି ରହିଥିଲା ତାହାକୁ କେନ୍ଦ୍ରରେ ଥିବା କଂଗ୍ରେସ ସରକାର କି ବିଜେପି ସରକାର ପୂରଣ କରିନାହାନ୍ତି ।"

Veer Surendra Sai Memorial (ETV Bharat Odisha)

ଏହା ବି ପଢନ୍ତୁ...

ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିଲା ଜନ୍ମମାଟି ସମ୍ବଲପୁର

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିଲା ଝାରସୁଗୁଡା

ବାଲୁକାକଳାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

  • ଉନ୍ନତିକରଣ ହୋଇନି: ଜୟ ନାରାୟଣ ମିଶ୍ର

ଅନ୍ୟପଟେ ଏହି ସ୍ମୃତି ପୀଠର ଉନ୍ନତି କରଣ ହୋଇନଥିବା କଥାକୁ ସମ୍ବଲପୁର ବିଧାୟକଜୟନାରାୟଣ ମିଶ୍ର ମଧ୍ୟ ସ୍ୱୀକାର କରିଛନ୍ତି l ସେ କହିଛନ୍ତି, "ପ୍ରକୃତରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠର ଉନ୍ନତିକରଣ ହୋଇନାହିଁ । ଏହି ଗାଁରେ ମଧ୍ୟ ବିଶେଷ ସୁବିଧା ନାହିଁ । ଆଗାମୀ ଦିନରେ ଏହାର ବିକାଶ ହେବ ଓ ଏହା ଏକ ଆଦର୍ଶ ଗାଁ ହେବ ବୋଲି ଯୋଜନା ଚାଲିଛି ।" ଏହି ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି, "3 ମାସ ପୂର୍ବରୁ ସେଠାରେ କାମ ଆରମ୍ଭ ହୋଇସାରିଛି ଓ ଉନ୍ନତିକରଣ ପକ୍ରିୟା ଜାରି ରହିଛି । ବିଶେଷ କରି ଆଗାମୀ ଦିନରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଠାରେ ଏକ ବଡ଼ ପରିଯୋଜନା ହୋଇଛି । ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରେ ହେବାକୁ ଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।"

Veer Surendra Sai (ETV Bharat Odisha)
ଇଟିଭି ଭାରତ , ସମ୍ବଲପୁର

ABOUT THE AUTHOR

...view details