ଓଡିଶା

odisha

By ETV Bharat Odisha Team

Published : Aug 19, 2024, 3:59 PM IST

ETV Bharat / state

ରାୟଗଡ଼ାରେ ଅଜଣା ରୋଗ ଭୟ: ଝାଡାବାନ୍ତି ପରେ ବଢୁଛି ମାଂସ ପିଣ୍ଡୁଳା, ଏବେ ସୁଦ୍ଧା ଗଲାଣି ୫ ଜୀବନ - Unknown Disease Fear

Unknown Disease Fear: ପ୍ରଥମେ ଝାଡାବାନ୍ତି ଓ ପରେ ଦେହରେ ମାଂସ ପିଣ୍ଡୁଳା ବଢୁଛି । ଆଉ ତା'ପରେ ଜୀବନ ଯାଉଛି । ରାୟଗଡ଼ା ଜିଲ୍ଲାରେ ଏଭଳି ସ୍ଥିତି ଉପୁଜିଥିବାବେଳେ ସବୁଠି ଆତଙ୍କ ଖେଳିଯାଇଛି । ଅଧିକ ପଢନ୍ତୁ

Unknown Disease Fear
Unknown Disease Fear (ETV Bharat Odisha)

ରାୟଗଡା:ଜିଲ୍ଲାର ଯୁବାଗୁଡ଼ି ଗାଁରେ ଅଜଣା ରୋଗ ଆତଙ୍କ । ପ୍ରଥମେ ଝାଡାବାନ୍ତି ଓ ପରେ ଦେହରେ ମାଂସ ପିଣ୍ଡୁଳା ବଢିବା ପରେ ଯାଉଛି ଜୀବନ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

Unknown Disease Fear (ETV Bharat Odisha)

ଅଜଣା ରୋଗ ଆତଙ୍କ:

ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତ ଯୁବାଗୁଡ଼ି ଗାଁରେ ସ୍ଥିତି ଅଣାୟତ୍ତ ହୋଇଛି । ଚନ୍ଦ୍ରପୁର ବ୍ଲକରେ ଅଜଣା ରୋଗରେ ପୁଣି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗ୍ରାମରେ ଆତଙ୍କ ଦେଖାଦେଇଛି। ଗତ ୧୨ ଦିନ ମଧ୍ୟରେ ଜୁବାଗୁଡ଼ି ଗ୍ରାମର 4 ଜଣ ଓ ମୋଟ 5 ଜଣଙ୍କ ଜୀବନ ଯାଇଥିବାବେଳେ ଆଜିବି ବହୁ ଆକ୍ରାନ୍ତ ଗ୍ରାମରେ ଅଛନ୍ତି । ଯଦିଓ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ସହ ନମୁନା ସଂଗ୍ରହ କରିଛନ୍ତି ତେବେ ରୋଗ ଚିହ୍ନଟ ହୋଇପାରିନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

ଅଜଣା ରୋଗର ଲକ୍ଷଣ:

ପ୍ରଥମେ ଝାଡା ବାନ୍ତି ଓ ପରେ ଦେହରେ ମାଂସ ପିଣ୍ଡୁଳା ବଢିବା ଭଳି ଦେଖାଯାଉଛି । ଯାହାପରେ ରୋଗୀ ମୃତ୍ୟୁବରଣ କରୁଛନ୍ତି । ପ୍ରଥମେ ରାଜେନ୍ଦ୍ର ଦିବାକା ନାମକ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖାଯାଇଥିଲା । ପରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆଉ ସେ ଗାଁକୁ ଫେରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଅଜଣା ରୋଗରେ ୫ ମୃତ:

ଗତ ୧୨ ଦିନ ମଧ୍ୟରେ ସମାନ ଲକ୍ଷଣ ଥିବା ଅନୁମଲ ଦିବାକା, ନିଲୁ ଦିବାକା ଓ ଧର୍ମୀ ଦିବାକାଙ୍କ ମୃତ୍ୟ ଘଟିଛି । ଗତକାଲି (ରବିବାର) ରାତିରେ 74ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଆଜି ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଯାହାକୁ ନେଇ ଏବେ ଗ୍ରାମରେ ଭୟର ବାତାବରଣ ଦେଖାଦେଇଛି । ଗ୍ରାମରେ ଡାକ୍ତରୀ ଟିମ୍ ପହଞ୍ଚି ପାଣି ଓ ମଳ ନମୁନା ସଂଗ୍ରହ କରିନେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ...ଅନ୍ଧବିଶ୍ବାସ ପାଇଁ ଯାଉନଥିଲେ: ନିଜ ଗାଡିରେ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କଲେ ବିଡିଓ - DIARRHEA DISEASE

ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରୟାସ:

ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଜୋରଦାର ପ୍ରୟାସ କରୁଥିବାବେଳେ ମୃତ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସମସ୍ତଙ୍କ ନିଦ ହଜାଇ ଦେଇଛି । ଆଜି ସୁଦ୍ଧା ଝାଡ଼ାବାନ୍ତି ବ୍ୟାପିବାର କାରଣ ସ୍ପଷ୍ଟ ହୋଇପାରୁନଥିବାବେଳେ ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଶୀଘ୍ର ନମୁନା ପରୀକ୍ଷା ରିପୋର୍ଟ ନ ମିଳିଲେ ବିଷମ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । ଆଜି ମଧ୍ୟ ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀଙ୍କ ନେତୃତ୍ବରେ ଗୋଟିଏ ଟିମ ଯୁବାଗୁଡ଼ି ଗାଁରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।


ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details