ଓଡିଶା

odisha

ଏମପି ଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବେ ଚୟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - Sambalpur nodal district for MPLADS

By ETV Bharat Odisha Team

Published : Jun 26, 2024, 8:39 PM IST

Sambalpur nodal district for MPLADS : ଏମପି ଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବେ ଚୟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ସମେତ ଅନୁଗୋଳ ଓ ଦେବଗଡରେ ବିକାଶମୂଳକ କାର୍ଯ୍ୟ ହେବ ତ୍ୱରାନ୍ୱିତ । ଅଧିକ ପଢନ୍ତୁ

Sambalpur nodal district for MPLADS
Sambalpur nodal district for MPLADS (ETV BHARAT ODISHA)

ଭୁବନେଶ୍ୱର: ଏମପି ଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବେ ଚୟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ସମେତ ଅନୁଗୋଳ ଓ ଦେବଗଡରେ ବିକାଶମୂଳକ କାର୍ଯ୍ୟ ହେବ ତ୍ୱରାନ୍ୱିତ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା ତଥା ଏମପି ଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବରେ ଚୟନ କରିଛନ୍ତି ।

ଏନେଇ ଭାରତ ସରକାରଙ୍କ ଷ୍ଟାଟିଷ୍ଟିକ୍ସ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରଣାଳୟ ଅନ୍ତର୍ଗତ ଏମପି ଲାଡ୍ ଡିଭିଜନ ପକ୍ଷରୁ ଏକ ପତ୍ର ଜରିଆରେ ଅବଗତ କରାଯାଇଛି । ସମ୍ବଲପୁର ଲୋକସଭା ସାଂସଦ ଭାବରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରକୁ ନୋଡାଲ ଜିଲ୍ଲା ଭାବରେ ଚୟନ କରିଛନ୍ତି । ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଅନୁଗୋଳ ଏବଂ ଦେବଗଡ ଜିଲ୍ଲା ଆସୁଅଛି । ସମ୍ବଲପୁର ସମେତ ଅନୁଗୋଳ ଓ ଦେବଗଡରେ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ ।

nodal district for MPLADS (ETV Bharat Odisha)



ସୂଚନା ଥାଉକି, ଏମପି ଲାଡ଼୍ କେନ୍ଦ୍ର ସରକାରଙ୍କର ଏକ ଯୋଜନା ଯାହାର ସଂପୂର୍ଣ୍ଣ ଅର୍ଥ ଭାରତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥାଏ । ଏହି ଯୋଜନାର ଉଦ୍ଦେଶ୍ୟ ହେଲା, ସାଂସଦ ମାନଙ୍କୁ ମୁଖ୍ୟତଃ ନିଜ ନିଜର ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟକୁ ସୁପାରିଶ କରିବା ନିମନ୍ତେ ସକ୍ଷମ କରିବା । ଏହା ଅଧୀନରେ ପାନୀୟ ଜଳ, ପ୍ରାଥମିକ ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ସଡ଼କ ଭିତ୍ତିଭୂମି ଇତ୍ୟାଦି କ୍ଷେତ୍ରରେ ତଥା ସାର୍ବଜନୀନ ଭିତ୍ତିଭୂମି ଉପରେ ବିଶେଷ ଭାବେ ଦୃଷ୍ଟି ଦିଆଯିବ ।

ଏପଟେ ଲୋକସଭାରେ ଆଜି ଓମ ବିର୍ଲା ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଚଳିତଥର ପରି ପ୍ରଧାନମନ୍ତ୍ରୀ ମୋଦି ଗୃହରେ ତାଙ୍କ ନାମ ବାଚସ୍ପତି ପଦ ପାଇଁ ଏନଡିଏ ମେଣ୍ଟ ପକ୍ଷରୁ ପ୍ରସ୍ତାବ ରଖିଥିଲେ । ପରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ ଟିଏମସି ଓ ଡିଏମକେ, ଟିଡିପି, ୱାଇଏସଆର-କଂଗ୍ରେସ ଓ ବିଜେଡି ପରି ଦଳ ନିଃସର୍ତ୍ତ ସମର୍ଥନ ଦେଇଥିଲେ । ଏଥର ଚିତ୍ର ଭିନ୍ନ ଥିଲେ ମଧ୍ୟ ସେ ବାଚସ୍ପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି । ବିରୋଧୀ ବରିଷ୍ଠ କଂଗ୍ରେସ ସାଂସଦ କେ ସୁରେଶଙ୍କୁ ପ୍ରାର୍ଥୀ କରିଥିଲେ ସୁଦ୍ଧା ଶାସକ ‘ଏନଡିଏ’ ମେଣ୍ଟ ବାଚସ୍ପତି ପଦ ହାତେଇବାରେ କୌଣସି ଜଟିଳତାର ସାମ୍ନା କରିନି । ଭୋଟିଂରେ ବିର୍ଲା ବିଜୟୀ ହୋଇ ମୋଦି ସରକାରର ତୃତୀୟ ପାଳିରେ ଲୋକସଭାରେ ଅଧ୍ୟକ୍ଷତା କରିବେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details