ଭୁବନେଶ୍ୱର: ଓପନ ଡିଷ୍ଟାନ୍ସ ଲର୍ଣ୍ଣିଂ ଅଧୀନରେ ନାମ ଲେଖାଇବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସତର୍କତା କରାଇଲା ୟୁଜିସି । ଏହି ନାମଲେଖା ବେଳେ ଅନେକ ସମୟରେ ଛାତ୍ରଛାତ୍ରୀ ଠକାମୀର ଶିକାର ହୋଇଥାନ୍ତି । ତେଣୁକରି ଓପନ ଡିଷ୍ଟାନ୍ସ ଲର୍ଣ୍ଣିଂ (ODL) ଏବଂ ଅନଲାଇନ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ଉକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ସ୍ୱୀକୃତି ସ୍ଥିତି ଯାଞ୍ଚ କରିବା ଆବଶ୍ୟକ । ସେହି ଶିକ୍ଷାନୁଷ୍ଠାନର ୱେବସାଇଟରେ ସବିଶେଷ ଭାବରେ ତଥ୍ୟ ଯାଞ୍ଚ କରି ନାମ ଲେଖାଇବା ଉଚିତ୍ ବୋଲି ପରାମର୍ଶ ଦେଇଛି ୟୁଜିସି ।
ଅନେକ ସମୟରେ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରେ ଠକାମୀରେ ପଡିଥାନ୍ତି । ଉକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପରେ କୌଣସି ବିଷୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଯୋଗାଇବାରେ ବିଫଳ ହୋଇଥାନ୍ତି । ଯାହାଫଳରେ ସେମାନେ ଉଚ୍ଚଶିକ୍ଷା ଲାଭ କରିବାରେ ସକ୍ଷମ ହୁଅନ୍ତି ନାହିଁ । ଏଥିପାଇଁ ୟୁଜିସି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନାମଲେଖା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଯେମିତିକି:-
ଓପନ ଡିଷ୍ଟାନ୍ସ ଲର୍ଣ୍ଣିଂରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ସତର୍କ କଲା ୟୁଜିସି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକର ସ୍ଥିତି ଯାଞ୍ଚ: ଆଡମିଶନ ନେବା ପୂର୍ବରୁ ଉକ୍ତ ଶିକ୍ଷାନୁଷ୍ଠାନର ୱେବସାଇଟରେ ନୋଟିସ ସଠିକ ଭାବରେ ଯାଞ୍ଚ କରିବା ଆବଶ୍ୟକ । ନଚେତ ୟୁଜିସି ୱେବସାଇଟରେ ବିଜ୍ଞପ୍ତି ଗୁଡିକ ସଠିକ ଭାବରେ ଯାଞ୍ଚ କରିବା ଉଚିତ୍ । ୨୦୨୪ ଆରମ୍ଭରୁ ଏକାଡେମିକ୍ ଅଧିବେଶନ ପାଇଁ ଓପନ ଡିଷ୍ଟାନ୍ସ ଲର୍ଣ୍ଣିଂ ଏବଂ ଅନଲାଇନ ପ୍ରୋଗ୍ରାମ ପ୍ରଦାନ ଆରମ୍ଭ ହୋଇଛି । ଯାହା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଆଡମିଶନ ପାଇଁ ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୪ ରହିଛି ।
ନିଷେଦ୍ଧ ପ୍ରୋଗ୍ରାମର ଆଡମିଶନରୁ ସତର୍କତା:
ଉଭୟ ଅନଲାଇନ ମୋଡ଼ ଏବଂ ଓପନ ଡିଷ୍ଟାନ୍ସ ଲର୍ଣ୍ଣିଂରେ ନିମ୍ନଲିଖିତ ପ୍ରୋଗ୍ରାମ ଗୁଡିକ ପ୍ରଦାନ କରିବାକୁ ବାରଣ କରାଯାଇଛି । ସେଗୁଡିକ ହେଉଛି, ଇଞ୍ଜିନିୟରିଂ, ମେଡିକାଲ, ଫିଜିଓଥେରାପି, ବୃତ୍ତିଗତ ଚିକିତ୍ସା ଏବଂ ଅନ୍ୟାନ୍ୟ ପାରା-ମେଡିକାଲ, ଫାର୍ମାସି, ନର୍ସିଂ, ଆଇନ, କୃଷି, ହୋଟେଲ ପରିଚାଳନା, ଟେକ୍ନୋଲୋଜି ଭଳି ଭିଜୁଆଲ୍ ଆର୍ଟ ଏବଂ କ୍ରୀଡା । ଯାହା ଆଡ଼ମିଶନ ବେଳେ ସତର୍କ ରହିବା ଆବଶ୍ୟକ । ଅନ୍ୟ କୌଣସି ପ୍ରୋଗ୍ରାମ ଅନଲାଇନ ମୋଡ ମାଧ୍ୟମରେ କୌଣସି ସଂସ୍ଥା କିମ୍ବା ପରିଷଦ ଦ୍ୱାରା ପ୍ରଦାନ କରିବାକୁ ଅନୁମତିପ୍ରାପ୍ତ ନୁହେଁ । ସେହି ଅନୁଯାୟୀ, ୟୁଜି ଏବଂ ପିଜି ସ୍ତରରେ ଯୋଗ, ପର୍ଯ୍ୟଟନ ଏବଂ ଆତିଥ୍ୟ ପରିଚାଳନା କାର୍ଯ୍ୟକ୍ରମ ଅନଲାଇନ୍ ମୋଡରେ ଅନୁମତିପ୍ରାପ୍ତ ନୁହେଁ । ଏହା ବ୍ୟତୀତ M.Phil ଏବଂ Ph.D. ଅନଲାଇନ ମୋଡ ଏବଂ ଓପନ ଡିଷ୍ଟାନ୍ସ ଲର୍ଣ୍ଣିଂ ମାଧ୍ୟମରେ ସମସ୍ତ ବିଭାଗରେ ପ୍ରୋଗ୍ରାମ ଗୁଡିକ ମଧ୍ୟ ନିଷେଦ୍ଧ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ