ଓଡିଶା

odisha

ETV Bharat / state

UG NEET ପରୀକ୍ଷା ବାତିଲ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଭଲ: ପୂର୍ବତନ SCB ଅଧ୍ୟକ୍ଷ - UG NEET row

Prof Dr Datteswar Hota on UG NEET exam cancellation: ପରୀକ୍ଷା ବାତିଲକୁ ଉଚିତ ପଦକ୍ଷେପ ଦର୍ଶାଇଲେ ପୂର୍ବତନ ଏସସିବି ଅଧ୍ୟକ୍ଷ ପ୍ରଫେସର ଡା.ଦତ୍ତେଶ୍ବର ହୋତା । ଅଧିକ ପଢନ୍ତୁ

By ETV Bharat Odisha Team

Published : Jun 25, 2024, 1:10 PM IST

UG NEET ପରୀକ୍ଷା ବାତିଲ ପ୍ରସଙ୍ଗ: ପୂର୍ବତନ ଏସସିବି ଅଧ୍ୟକ୍ଷ କହିଲେ ସରକାରଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଭଲ
UG NEET ପରୀକ୍ଷା ବାତିଲ ପ୍ରସଙ୍ଗ: ପୂର୍ବତନ ଏସସିବି ଅଧ୍ୟକ୍ଷ କହିଲେ ସରକାରଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଭଲUG NEET ପରୀକ୍ଷା ବାତିଲ ପ୍ରସଙ୍ଗ: ପୂର୍ବତନ ଏସସିବି ଅଧ୍ୟକ୍ଷ କହିଲେ ସରକାରଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଭଲ (ETV Bharat Odisha)

ଭୁବନେଶ୍ବର: UG-NEET ପରୀକ୍ଷାରେ ଉଜୁଥିବା ସମସ୍ୟା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ସରକାରୀ ପରିକ୍ଷା ପରିଚାଳନା ସଂସ୍ଥାର ପାରଦର୍ଶିତା ଉପରେ ପ୍ରଶ୍ନ ଉଠିବା ସହ ବିଭିନ୍ନ ମହଲରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷାବିତ ମହଲରେ ଏହାକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି । ଏହିକ୍ରମରେ ରାଜ୍ୟର ସବୁଠୁ ବଡ ଚିକିତ୍ସା ପ୍ରତିଷ୍ଠାନ କଟକ ବଡ ମେଡିକାଲ (ଏସସିବି)ର ପୂର୍ବତନ ଅଧ୍ୟକ୍ଷ ପ୍ର. ଡା.ଦତେଶ୍ୱର ହୋତାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ ନିଷ୍ପତ୍ତିକୁ ସଠିକ ବୋଲି ଦର୍ଶାଇଛନ୍ତି ।

ଡା.ହୋତା କହିଛନ୍ତି, "ସାମ୍ପ୍ରତିକ ପରିସ୍ଥିରେ UG NEET ପରୀକ୍ଷା ବାତିଲ ହୋଇଛି । ଏହା ଏକ ଅସୁବିଧାର ସମୟ । ସରକାର ଯାହା ନିଷ୍ପତି ନିଅନ୍ତି ପିଲାମାନଙ୍କ ଭଲ ପାଇଁ ନିଅନ୍ତି । କୋଭିଡ ସମୟ ମଧ୍ୟ କଠିନ ଥିଲା, ଏ ସମୟ ବି କଠିନ । ତେଣୁ ଆମେ ଜାଣିଛୁ ଛାତ୍ରଛାତ୍ରୀ କଷ୍ଟରେ ଅଛନ୍ତି । ଏବେ ସମୟରେ ଧୈର୍ଯ୍ୟ ଧରି ଆଗକୁ ବଢିବାକୁ ହେବ । ଯେଉଁମାନେ ମେଧାବୀ ଛାତ୍ରଛାତ୍ରୀ ସେମାନେ ନିଶ୍ଚିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପରୀକ୍ଷା ଭଲ ଭାବେ ହେବ । ମାମଲାର CBI ତଦନ୍ତ ଜାରି ରହିଛି । ଏକ ନୂଆ କମିଟି ଗଠନ ହୋଇଛି । ଆଗକୁ ସରକାର ଏ ସବୁ ଠିକ କରିବେ । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସବୁ କାର୍ଯ୍ୟ ହେବ । ଭବିଷ୍ୟତରେ ଭାବି ଡାକ୍ତରମାନେ ବେଶ ଭଲ ଭାବେ ଉତ୍ତୀର୍ଣ୍ଣ ହୋଇ ଆସିବେ ଓ ଦେଶକୁ ସ୍ବାସ୍ଥ୍ୟସେବା ଦେବେ ।"

ସୂଚନା ଅନୁଯାୟୀ, ମେଧା ସୃଷ୍ଟି ଓ ଅନ୍ୱେଷଣରେ ଆଗରେ ଥିବା ଭାରତ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ)ର ପରୀକ୍ଷା ପରିଚାଳନା ବିଭ୍ରାଟ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଜାତୀୟସ୍ତରର ସମସ୍ତ ପ୍ରବେଶିକା ଓ ଯୋଗ୍ୟତା ପରୀକ୍ଷାର ପରିଚାଳନା ଦାୟିତ୍ୱ ପାଇଥିବା ଏହି କେନ୍ଦ୍ରୀୟ ସଂସ୍ଥା ଅନେକ କାରଣରୁ ବିବାଦ ଘେରରେ ଛନ୍ଦି ହୋଇଛି । ‘ଏନ୍‌‌ଟିଏ’ ଦ୍ୱାରା ପରିଚାଳିତ ଚଳିତବର୍ଷର ନିଟ୍‌‌-ୟୁଜି (ଡାକ୍ତରୀ ପ୍ରବେଶିକା ପରୀକ୍ଷା)ରେ ଗ୍ରେସ୍‌‌ ମାର୍କ ବିବାଦ ଓ ପ୍ରଶ୍ନପତ୍ର ପ୍ରଘଟ ପରି ଗୁରୁତର ଅଭିଯୋଗ ଆସିବା ପରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର ଘେରକୁ ଚାଲିଯାଇଛି ।

କେବଳ ସେତିକି ନୁହେଁ, ନିଟ୍‌‌-ୟୁଜି ପରୀକ୍ଷା ବିଭ୍ରାଟ୍‌‌ ଜଣାପଡ଼ିବା ପରେ ‘ଏନ୍‌‌ଟିଏ’ ଦ୍ୱାରା ପରିଚାଳିତ ନିଟ୍‌‌-ପିଜି ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଅଧ୍ୟାପନା ଓ ଗବେଷଣା ପାଇଁ ଉଦ୍ଦିଷ୍ଟ ଯୋଗ୍ୟତା ପରୀକ୍ଷା ନେଟ୍‌‌- ୟୁଜିସିକୁ ମଧ୍ୟ ବାତିଲ୍‌‌ କରିଦିଆଯାଇଛି । ଫଳରେ ଏହି ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଶ୍ରମ, ଅଧ୍ୟବସାୟ ନିଷ୍ଫଳ ହେବାସହ ସେମାନଙ୍କ କ୍ୟାରିୟର ଗଠନ ଆଶା ମଧ୍ୟ ମଉଳି ଯାଇଛି ।

ଏହା ମଧ୍ୟ ପଢନ୍ତୁ :- ବାଚସ୍ପତି ପଦ ବଜାୟ ରଖିବେ ବିର୍ଲା, ଆଜି ‘ଏନଡିଏ’ ମେଣ୍ଟ ପ୍ରାର୍ଥୀ ଭାବେ ଭରିବେ ନାମାଙ୍କନ ! - Om Birla NDA speaker candidate

କ୍ରମଶଃ ଏହି ସମସ୍ୟା ସ୍ୱାଭାବିକ ଭାବେ ରାଜନୈତିକ ରୂପ ନେଇଛି । ତେଣୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କେନ୍ଦ୍ର ସରକାର ‘ଏନ୍‌‌ଟିଏ’ର ମୁଖ୍ୟଙ୍କୁ ବହିଷ୍କାର କରିବା ସହିତ ଜାତୀୟ ପ୍ରବେଶିକା ପରୀକ୍ଷାର ପରିଚାଳନାରେ ସଂସ୍କାର ପରାମର୍ଶ ଦେବା ପାଇଁ ଦେଶର ବଛାବଛା ଶିକ୍ଷାବିତ୍‌‌ଙ୍କୁ ନେଇ ଇସ୍ରୋର ପୂର୍ବତନ ମୁଖ୍ୟ ଡ. କେ.ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ସାତଜଣିଆ କମିଟି ଗଠନ କରିଛନ୍ତି । ଏଥିସହିତ ଜାତୀୟ ପରୀକ୍ଷା ପରିଚାଳନା ଆଇନକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଅପରପକ୍ଷରେ ନିଟ୍‌‌-ୟୁଜି ପ୍ରଶ୍ନପତ୍ର ପ୍ରଘଟ ପଛରେ ଏକ ଶକ୍ତିଶାଳୀ ରାକେଟ କାମ କରୁଥିବା ଜଣାପଡ଼ିବା ପରେ ଏହାର ‘ସିବିଆଇ’ ତଦନ୍ତ ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details