ଭୁବନେଶ୍ବର: ରାଜଧାନୀରୁ ମନ୍ଦିର ଚୋରିର ଖଳନାୟକ ଗିରଫ । ଦୁଇ ଭାଇଙ୍କୁ ଗିରଫ କଲା କମିସନରେଟ ପୋଲିସ । ଠାକୁରଙ୍କ ମୂର୍ତ୍ତି ସହ ପୂଜା ସରଞ୍ଜାମ ଓ ଅଳଙ୍କାର ଜବତ । ବାଲିପାଟଣା ଥାନା ଅଞ୍ଚଳରେ ଏକାଧିକ ମନ୍ଦିର ଚୋରିରେ ଥିଲେ ସାମିଲ । ଗିରଫ ପରେ ଚୋରି ଜିନିଷ କିଣୁଥିବା ଦୋକାନୀ ମଧ୍ୟ ଗିରଫ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର । ଗତ ୪-୫ ତାରିଖ ରାତିରେ ପୋଲିସ ପାଟ୍ରୋଲିଂ ବେଳେ ଦୁଇ ଭାଇଙ୍କୁ ଠାବ କରିଥିଲା ପୋଲିସ । ଗିରଫ ଦୁଇ ଜଣ ହେଲେ ଜଗତସିଂହପୁର ଜିଲ୍ଲାର ବରଦା ପ୍ରସାଦ ଆଚାର୍ଯ୍ୟ ଓ ଅନ୍ନଦା ପ୍ରସାଦ ଆଚାର୍ଯ୍ୟ ।
ନନା ବେଶରେ ଚୋରି କରୁଥିଲେ:
ଘରେ ଗାତ କରି ଲୁଚାଇଥିଲେ ଚୋରି ଜିନିଷ:
ଚୋରି ପରେ ଜିନିଷ ଆଣି ଘରେ ପ୍ରଥମେ ଲୁଚାଇଥିଲେ । ଘର ଭିତରେ ମାଟି ତଳେ ଗାତ କରି ଲୁଚାଇ ଦେଉଥିଲେ । ପୋଲିସ ଚୋରି ସାମଗ୍ରୀ ଜବତ ବେଳେ ମାଟି ତଳୁ ଏସବୁ ସାମଗ୍ରୀ ଠାବ ହୋଇଥିଲା । ଯେଉଁଥିରେ ଅନେକ ଦାମି ଜିନିଷ ଯେପରିକି ଠାକୁରଙ୍କ ଅଳଙ୍କାର ରହିଛି ।
ଜଗତସିଂହପୁର ଆସି ରାଜଧାନୀରେ ଚୋରି:
ବିଶେଷ କରି ଏମାନେ ପାଖାପାଖି ୧୦ରୁ ୧୨ଟି ମନ୍ଦିରରେ ଚୋରି କରୁଥିବା ପୋଲିସ ହାତରେ ସୂଚନା ଲାଗିଛି । ବାଲିପାଟଣା ଥାନା ଅଞ୍ଚଳରେ ମନ୍ଦିରର ଚୋରି ଅଭିଯୋଗରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଚୋରି ଜିନିଷ ଜବତ ବେଳେ ଜଗତସିଂହପୁର ଅଞ୍ଚଳର କିଛି ମନ୍ଦିରର ମଧ୍ୟ ଚୋରି କରିଥିବା ଜଣାପଡ଼ିଛି । ପୋଲିସ ଜାଣିବାକୁ ପାଇଛି ଏମାନେ ଜଗତସିଂହପୁର ଥାନା ଅଞ୍ଚଳରୁ ଆସି ବାଲିପାଟଣା, ବାଲିଅନ୍ତା ଏବଂ ନିଆଳି ଅଞ୍ଚଳରେ ମଧ୍ୟ ଚୋରି କରୁଥିଲେ ।
ଏହା ମଧ୍ୟ ପଢନ୍ତୁ ...ପାର୍ବଣରେ ମାତିଲେ ଚୋର, ମନ୍ଦିରରେ ବୁଲାଇଲେ କଳାକନା - THEFT FROM beleswar temple ଏହା ମଧ୍ୟ ପଢନ୍ତୁ ...ବାଇକରେ ଆସିଲେ 3 ଲକ୍ଷ ଝାମ୍ପିନେଲେ, ରାଜଧାନୀରେ ଚାଞ୍ଚଲ୍ୟ - Loot From Woman |
ଚୋରି ଜିନିଷ କିଣୁଥିବା ଦୋକାନୀ ମଧ୍ୟ ଗିରଫ:
ଚୋରି ଜିନିଷ ଏକ ଦୋକାନରେ ବିକ୍ରି କରୁଥିବା ନେଇ ଦୁଇ ଅଭିଯୁକ୍ତ ସ୍ବୀକାର କରିଛନ୍ତି । ସେହି ଦୋକାନରୁ ମଧ୍ୟ କିଛି ଚୋରି ଜିନିଷ ଠାବ ହୋଇଥିବା ବେଳେ ଦୋକାନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଇଟିଭି ଭାରତ, ଭୁବନେଶ୍ବର