ETV Bharat / state

ରାଗିଂ ଘଟଣାରେ ଆକ୍ସନ, 17 ଛାତ୍ରଙ୍କ ଉପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନେଲା କାର୍ଯ୍ୟାନୁଷ୍ଠାନ - Berhampur Ragging Incident - BERHAMPUR RAGGING INCIDENT

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣାରେ ଆକ୍ସନ ନେଲେ କର୍ତ୍ତୃପକ୍ଷ । 17 ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ସୂଚନା ଦେଲେ କୁଳପତି ।

BERHAMPUR UNIVERSITY
BERHAMPUR UNIVERSITY (ETV Bharat Odisha)
author img

By ETV Bharat Odisha Team

Published : Oct 6, 2024, 9:53 PM IST

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପ୍ରଥମବର୍ଷ ଛାତ୍ରଙ୍କୁ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୭ ଜଣ ସିନିୟର ଛାତ୍ରଙ୍କ ଉପରେ ଆକ୍ସନ ନେଇଛନ୍ତି ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ । ଚାରି ଜଣ ଛାତ୍ରଙ୍କୁ ଛାତ୍ରାବାସରୁ ବହିଷ୍କାର କରାଯାଇଥିବା ବେଳେ ଅବଶିଷ୍ଟ 13 ଛାତ୍ରଙ୍କୁ 1 ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଭବିଷ୍ୟତରେ ଏପରି ଘଟଣା ଯେପରି ନଘଟାଇବେ ତାହାକୁ ନେଇ ଲିଖିତ ଭାବରେ ଦେବା ପାଇଁ କୁହାଯାଇଛି ।

ପ୍ରଥମବର୍ଷ ଛାତ୍ରଙ୍କୁ ରାତିସାରା ନିର୍ଯାତନା:

ରାଗିଂ ଘଟଣାରେ ଆକ୍ସନ (ETV Bharat Odisha)

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପ୍ରଥମବର୍ଷ ଛାତ୍ରଙ୍କୁ ସିନିୟର୍ ଦ୍ଵିତୀୟ ବର୍ଷର ଛାତ୍ର ମାନେ ରାତ୍ର ତମାମ ମାନସିକ ନିର୍ଯାତନା ଦେଇ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ନୂତନ ଛାତ୍ରବାସରେ ରହୁଥିବା ବିଦ୍ୟାର୍ଥୀଙ୍କୁ ସିନିୟର୍ ମାନେ ହଷ୍ଟେଲ ପରିସରରେ ପଶି ରାତ୍ର ତମାମ ଗୀତ ଗାଇବାକୁ ବାଧ୍ୟ କରିଥିଲେ । ଏହାପରେ ପ୍ରଥମ ବର୍ଷର ବିଦ୍ୟାର୍ଥୀ ମାନେ ଏନେଇ ନିଜର ନାମକୁ ଗୋପନ ରଖି ୟୁଜିସିର ଆଣ୍ଟି ରାଙ୍ଗି ସେଲକୁ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ମିଳିଥିଲା । ଏନେଇ ୟୁଜିସି ପକ୍ଷରୁ ଗତ ୨୨ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲା ।

ତଦନ୍ତ ପରେ ଆକ୍ସନ:

ବିଶ୍ବବିଦ୍ୟାଳୟର ହଷ୍ଟେଲ ଦାୟିତ୍ବରେ ରହିଥିବା କର୍ତ୍ତୃପକ୍ଷ ତଦନ୍ତ କରିବା ସହିତ ଛାତ୍ରାବାସରେ ଲାଗି ରହିଥିବା ସିସିଟିଭି କ୍ୟାମେରା ଭିଡିଓକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ଏପରିକି ୟୁଜିସି ଠାରୁ ନିର୍ଦ୍ଦେଶ ଆସିବା ପରେ ବିଶ୍ବବିଦ୍ୟାଳୟର କୁଳପତିଙ୍କ ନିର୍ଦ୍ଦେଶକ୍ରମେ ପିଜି କାଉନ୍‌ସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଗଠିତ ଶୃଙ୍ଖଳା କମିଟି ଏବଂ ରାଗିଂ କମିଟିର ଦାୟିତ୍ବରେ ରହିଥିବା ସଦସ୍ୟ ମାନଙ୍କ ସହ ବିଶ୍ବବିଦ୍ୟାଳୟ ପରିସରରେ ଏକ ବୈଠକ କରାଯାଇ ଆଲୋଚନା ହୋଇଥିଲା । ଏହାର ତଦନ୍ତ କରିବା ପାଇଁ ଆଣ୍ଟିରାଗିଂର ୧୨ ଜଣିଆ ଟିମ୍ ଏବଂ ସିକ୍ୟୁରିଟି ଅଫିସର ତଥା ଛାତ୍ରଙ୍କ ଉପରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା ।

କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ୧୭ ଜଣ ଛାତ୍ରଙ୍କ ଘଟଣାକୁ ସ୍ବୀକାର କରିଥିଲେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ମାନେ ରାଗିଂ କରିଥିବା ଘଟଣାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ୧୭ ଜଣ ଛାତ୍ରଙ୍କ ଘଟଣାକୁ ସ୍ବୀକାର କରିଥିବା ବିଷୟକୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ।

17 ଛାତ୍ର ଉପରେ କାର୍ଯ୍ୟାନୁଷ୍ଠାନ:

ୟୁଜିସିର ନିର୍ଦ୍ଦେଶ ପରେ ତଦନ୍ତ କମିଟି ସିସିଟିଭି ଭିଡିଓ ଏବଂ ହଷ୍ଟେଲରେ ରହୁଥିବା ପ୍ରତେକ ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ଘଟଣା ନେଇ ପଚରା ଉଚରା କରାଯିବା ପରେ ସେଥିରୁ ଚିହ୍ନଟ ହୋଇଥିବା ଚାରି ଜଣ ଛାତ୍ରଙ୍କୁ ଛାତ୍ରାବାସରୁ ବହିଷ୍କାର କରାଯାଇଛି । ଏପରିକି ଘଟଣା ଦିନ ଏହି ଚାରି ଜଣଙ୍କ ସହିତ ଉକ୍ତ ପ୍ରଥମବର୍ଷ ଛାତ୍ରାବାସକୁ ଯାଇଥିବା ଅବଶିଷ୍ଟ ୧୩ ଜଣ ବିଦ୍ୟାର୍ଥୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେବା ସହିତ ସେମାନେ ଭବିଷ୍ୟତରେ ଏପରି ଘଟଣା ଯେପରି ନଘଟାଇବେ ତାହାକୁ ନେଇ ଲିଖିତ ଭାବରେ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଉଚ୍ଚ ଶିକ୍ଷାନୁଷ୍ଠାନରେ ଜିରୋ ଟଲେରେନ୍ସ ବ୍ୟବସ୍ଥା ରହିଛି:

ରାଗିଂ କ୍ଷେତ୍ରରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଜିରୋ ଟଲେରେନ୍ସ ବ୍ୟବସ୍ଥା ରହିଥାଏ । ତାହା ମଧ୍ୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରହିଛି । ଏପରିକି ରାଗିଂ ପାଇଁ କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନରେ କେହି ପ୍ରଶୟ ଦିଅନ୍ତି ନାହିଁ । ଏପରିକି ଏହା ଏକ ଆଇନଗତ ଅପରାଧିକ କାର୍ଯ୍ୟ ବୋଲି ବିଶ୍ବବିଦ୍ୟାଳୟରେ ବାରମ୍ବାର ସଚେତନତା କରାଯାଇଥିବା କହିଛନ୍ତି କୂଳପତି । ଏହାସତ୍ତ୍ବେ ବିଦ୍ୟାର୍ଥୀ ମାନେ ବିଶୃଙ୍ଖଳିତ ହୋଇ ଏପରି କାର୍ଯ୍ୟ କରିଥିବାରୁ ବାଧ୍ୟ ହୋଇ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି ।

ପ୍ରଥମବର୍ଷ ଛାତ୍ରାବାସରେ ଦୁଇ ସୁରକ୍ଷା କର୍ମଚାରୀ ମୁତୟନ:

ରାଗିଂ ଘଟଣାର ଅଭିଯୋଗ ଆସିବା ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରାବାସରେ ଦୁଇ ଜଣ ସୁରକ୍ଷା କର୍ମଚାରୀ ମୁତୟନ କରାଯାଇଥିବା କହିଛନ୍ତି କୁଳପତି । ଏପରିକି ସିନିୟର ଏବଂ ଜୁନିୟର ବିଦ୍ୟାର୍ଥୀଙ୍କୁ ପୃଥକ ପୃଥକ ଛାତ୍ରବାସରେ ରଖାଯାଉଥିବା ବେଳେ ପ୍ରତେକ ହଷ୍ଟେଲରେ ସିସିଟିଭି ଲଗାଇ ଦିଆଯାଇଛି । ରାତ୍ର ୧୦ଟା ପରେ ହଷ୍ଟେଲର ଫାଟକ ବନ୍ଦ ରହୁଛି ଏବଂ ସିନିୟର ବିଦ୍ୟାର୍ଥୀଙ୍କୁ ଜୁନିୟର ଛାତ୍ରାବାସ ମଧ୍ୟରେ ପ୍ରବେଶକୁ ବାରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ରାତି ସାରା ଛାତ୍ରଙ୍କୁ ମାନସିକ ନିର୍ଯାତନା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆସିଲା ରାଗିଂ ଅଭିଯୋଗ

ସୀମା ଟପିଲା ରାଗିଂ, ଛାତ୍ରଙ୍କୁ ମାଡମାରି ୨ ମହଲା କୋଠାରୁ ତଳକୁ ଠେଲିଦେଲେ

RAGGING: ମଧ୍ୟପ୍ରଦେଶରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ରାଗିଂ, ସାର୍ଟିଫିକେଟ ପାଇଁ ୩୦ ଲକ୍ଷ ମାଗିଥିଲେ କର୍ତ୍ତୃପକ୍ଷ -

ହୋମିଓପ୍ୟାଥି କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.