ETV Bharat / sports

ଗ୍ବାଲିୟରରେ ପାଣ୍ଡ୍ୟା ବିସ୍ଫୋରଣ; ପ୍ରଥମ ଟି20 ହାରିଲା ବାଂଲାଦେଶ, ସିରିଜ 1-0 ଲିଡ୍‌ରେ ଭାରତ - IND vs BAN T20

India beats Bangladesh by 7 wickets : ବାଂଲାଦେଶ ବିପକ୍ଷ ଟି20 ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ । ବାଂଲା ବୋଲରଙ୍କୁ ଧୋଇଲେ ପାଣ୍ଡ୍ୟା । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : 2 hours ago

Hardik Pandya and Surya Kumar Yadav
Hardik Pandya and Surya Kumar Yadav (BCCI)

ଗ୍ବାଲିୟର (ମଧ୍ୟପ୍ରଦେଶ) : ବାଂଲାଦେଶ ବିପକ୍ଷ ପ୍ରଥମ ଟି20 ମ୍ୟାଚ୍‌ ଜିତିଲା ଭାରତ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପ୍ରଥମ ମ୍ୟାଚ୍‌ ଜିତି ସିରିଜ୍‌ରେ 1-0 ଲିଡ୍‌ ନେଇଛି ଘରୋଇ ଦଳ । ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କେବଳ 127 ରନରେ ସମସ୍ତ ୱିକେଟ ହରାଇଥିଲା ବାଂଲାଦେଶ । ଜବାବାରେ 128 ରନର ଟାର୍ଗେଟକୁ 11.5 ଓଭରରେ 3 ୱିକେଟ ହରାଇ ହାସଲ କରିନେଇଛି ଟିମ୍‌ ଇଣ୍ଡିଆ ।

ବାଂଲାଦେଶ ବ୍ୟାଟିଂ :-

ଆଜିର ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ହେଲେ ପ୍ରଥମେ ବ୍ୟାଟିଂ ଆହ୍ବାନ ପାଇଁ ଓହ୍ଲାଇଥିବା ବାଂଲାଦେଶର ଦୁଇ ଓପନର ଭାରତୀୟ ସ୍ପିଡଷ୍ଟାର ଅର୍ଶଦୀପ ସିଂହଙ୍କୁ ସାମ୍ନା କରିପାରିନଥିଲେ । ପ୍ରଥମ ଓଭରରେ ହିଁ ଲିଟନ ଦାସ (4)ଙ୍କୁ ଆଉଟ୍‌ କରିଥିଲେ ଅର୍ଶଦୀପ । ଏହାପରେ ନିଜର ଦ୍ବିତୀୟ ଓଭରରେ ସେ ଅନ୍ୟତମ ବାଂଲାଦେଶୀ ଓପନର ପରଭେଜ ହୋସେନ ଏମନଙ୍କୁ ଆଉଟ୍‌ କରି ଭାରତକୁ ଦ୍ବିତୀୟ ବ୍ରେକ୍‌ ଥ୍ରୁ ଦେଇଥିଲେ । ଗୋଟିଏ ପଟେ ଅଧିନାୟକ ଶାନ୍ତୋ କିଛି ସମୟ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ବ୍ୟାଟିଂ ବିପର୍ଯ୍ୟୟ ମଧ୍ୟରେ ସେ ନିଜେ ମଧ୍ୟ ନିଜ ୱିକେଟ ହରାଇଥିଲେ । ତେବେ ସେ 27 ରନ ହିଁ କରିପାରିଥିଲେ । ଦଳ ପାଇଁ ମେହିଡି ହାସନ ମିରାଜ ସର୍ବାଧିକ 35 ରନର ଅପରାଜିତ ପାଳି ଖେଳିଥିଲେ । ବ୍ୟାଟିଂ ବିପର୍ଯ୍ୟୟ ମଧ୍ୟରେ ଅନ୍ୟ ଛୋଟମୋଟ ଭାଗିଦାରୀ ବଳରେ ଦଳ 19.5 ଓଭରରେ 127 ରନ କରି ସମସ୍ତ ୱିକେଟ୍‌ ହରାଇଥିଲେ ।

ଭାରତ ବୋଲିଂ :-

ବାଂଲାଦେଶ ବିପକ୍ଷରେ ଭାରତୀୟ ବୋଲିଂ ବେଶ ଘାତକ ସବ୍ୟସ୍ତ ହୋଇଥିଲା । ଦଳ ପକ୍ଷରୁ 3.5 ଓଭର ବୋଲିଂ କରି କେବଳ 14 ରନ ବ୍ୟୟରେ 3ଟି ୱିକେଟ ନେଇ ସବୁଠାରୁ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ମଧ୍ୟ 3ଟି ୱିକେଟ ଅକ୍ତିଆର କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ସଫଳତା ପାଇଥିବାବେଳେ ନବାଗତ ମୟଙ୍କ ଯାଦବ ମଧ୍ୟ ଗୋଟିଏ ୱିକେଟ ହାସଲ କରିଥିଲେ ।

ଭାରତ ବ୍ୟାଟିଂ :-

କେବଳ 128 ରନର ଟାର୍ଗେଟ ନେଇ ପ୍ରଥମ ବିଜୟଲକ୍ଷ୍ୟରେ ଓହ୍ଲାଇଥିଲା ଭାରତ । ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଦଳକୁ ବିସ୍ଫୋରକ ଶୈଳୀରେ ଭଲ ଆରମ୍ଭ ମଧ୍ୟ ଦେଇଥିଲେ । ହେଲେ 7 ବଲରୁ 2 ଚୌକା ଓ ଗୋଟିଏ ଛକା ବଳରେ 16 ରନ କରିଥିବାବେଳେ ଯୁବ ଓପନର ଅଭିଷେକ ଶର୍ମା ରନ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରିବାକୁ ଆସି ଚିରାଚରିତ ଢଙ୍ଗରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । କେବଳ 14 ବଲରୁ 2 ଚୌକା ଓ 3 ଛକା ବଳରେ 29 ରନର ପାଳି ଖେଳି ଅଧିନାୟକ ସୂର୍ଯ୍ୟ ଆଉଟ୍‌ ହୋଇଥିଲେ । ଏହାପରେ 19 ବଲରୁ 6 ଚୌକା ସହିତ 29 ରନର ପାଳି ଖେଳିଥିବା ଅନ୍ୟତମ ଓପନର ସଞ୍ଜୁ ସାମସନ ପାଭିଲିୟନ ଫେରିଥିଲେ । ଶେଷରେ ନବାଗତ ନୀତେଶ ରେଡ୍ଡୀ (16)ଙ୍କ ସହ ମିଶି ଦଳକୁ ବିଜୟୀ କରାଇଥିଲେ ଭେଟେରାନ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକ 16 ବଲରୁ 5 ଚୌକା ଓ 2 ଛକା ବଳରେ 39 ରନର ବିସ୍ଫୋରକ ପାଳି ଖେଳିଥିଲେ ।

ବାଂଲାଦେଶ ବୋଲିଂ :-

ବାଂଲାଦେଶ ପକ୍ଷରୁ କେବଳ ରିଶାଦ ହୋସେନ ଓ ମେହିଡି ହାସନ ମିରାଜ ଗୋଟିଏ ଲେଖାଏଁ ୱିକେଟ ହାସଲ କରିବାରେ ସଫଳ ହୋଇପାରିଥିଲେ । ଅନ୍ୟ କୌଣସି ବୋଲର ଆଖିଦୃଶିଆ ପ୍ରଦର୍ଶନ କରିନପାରିବାରୁ ଦଳର ପରାଜୟ ନୈରାଶ୍ୟଜନକ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.