ଭୁବନେଶ୍ୱର: ଏଣିକି ଆଉ ବାହୁବଳ ଦେଖେଇ ପାରିବେ ନାହିଁ ବାଉନସର । ବାରରେ ରହିପାରିବେନି ମାଳ ମାଳ ବାଉନସର । ବାଉନସରଙ୍କୁ ନିୟନ୍ତ୍ରିତ କରିବା ପାଇଁ କମିଶନରେଟ ପୋଲିସ ଜାରି କରିଛି ନୂଆ ନିୟମ । ଏନେଇ ଏକ ବିଜ୍ଞପ୍ତି ଜାରି କରିଛି ପୋଲିସ । ସୂଚନା ଅନୁଯାୟୀ କୌଣସି ବି ବାର ମାଲିକ ଯେକୌଣସି ବ୍ୟକ୍ତିଙ୍କୁ ବାଉନସର ଭାବେ ନିଯୁକ୍ତ କରିପାରିବ ନାହିଁ । ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କ ବିଷୟରେ ନିକଟସ୍ଥ ଥାନାରୁ ଯାଞ୍ଚ କରିବାକୁ ହେବ । ପସରା ଆକ୍ଟ (PSARA Act) ଅନୁସାରେ ରେଜିଷ୍ଟର ହୋଇଥିବା ପ୍ରାଇଭେଟ ସିକ୍ୟୁରିଟି ଏଜେନ୍ସିରୁ ବାର ମାଲିକମାନେ ନିଜର ବ୍ୟକ୍ତିଗତ ସିକ୍ୟୁରିଟି ଗାର୍ଡ ଆଣି ପାରିବେ ।
କୌଣସି ବ୍ୟକ୍ତିଙ୍କୁ ସିକ୍ୟୁରିଟି ଉଦେଶ୍ୟରେ ରଖିଲେ ସ୍ଥାନୀୟ ପୋଲିସକୁ ବାର ମାଲିକ ସୂଚନା ଦେବେ । ଯେଉଁମାନଙ୍କର ସୁରକ୍ଷା ସମ୍ପର୍କରେ ଜ୍ଞାନ ରହିଥିବ, ଫୋର୍ସ ଭାବେ କାମ କରିବାର ତାଲିମ ପାଇଥିବେ ଓ ଆଇନ ଅନୁସାରେ କିପରି କାମ କରିବେ ସେନେଇ ମଧ୍ୟ ଅଭିଜ୍ଞତା ରହିଥିବ ସେମାନଙ୍କୁ ନିଯୁକ୍ତ କରିବେ । ଅଧିକ ଆବଶ୍ୟକ ପଡିଲେ ପୋଲିସ ଜଣାଇବା ସହ ୧୧୨ର ସହାୟତା ସେମାନେ ଯେପରି ନେଇପାରିବେ । କୌଣସି ବି ପରିସ୍ଥିତିରେ ଗ୍ରାହକଙ୍କ ଯେମିତି କୌଣସି ଅଧିକାରର ଉଲ୍ଲଙ୍ଘନ ନ ହେବ ସେପରି କାର୍ଯ୍ୟ କରିବେ । ଏନେଇ ୬ ଫେବୃଆରୀରୁ ଏପ୍ରିଲ ୫ ତାରିଖ ପର୍ଯନ୍ତ ସମୟ ସୀମା ମହଲତ ଦିଆଯାଇଛି । ଏହାରି ଭିତରେ ପଦକ୍ଷେପ ନ ନେଲେ ଆଇନଗତ ଭାବେ କାର୍ଯାନୁଷ୍ଠାନ ନେବ ପୋଲିସ । ଏନେଇ କଡା ଚେତାବନୀ ଦେଇଛନ୍ତି ନୂତନ ପୋଲିସ କମିସନର ।