ଓଡିଶା

odisha

ETV Bharat / state

ଶିମିଳିପାଳରେ ଯମୁନାର ପ୍ରଥମ ଶିକାର, ବାରହାକୁ କଲା ଆହାର

ଶିକାର କଲା ଶିମିଳିପାଳକୁ ଆସିଥିବା ନୂଆ ବାଘୁଣୀ ଯମୁନା । ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ବାରହା ଛଡା ଯାଇଥିବାବେଳେ ଯମୁନା ବାରହାକୁ ଶିକାର କରିଛି ।

Tigress Yamuna
Tigress Yamuna (ETV Bharat Odisha)

By ETV Bharat Odisha Team

Published : 5 hours ago

ରାଇରଙ୍ଗପୁର: ମହାରାଷ୍ଟ୍ରର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ଯମୁନା ଏକ ବାରହା ଶିକାର କରିଛି । ବୁଧବାର ରାତିରେ ଯମୁନା ପାଇଁ ଏକ ବାରହା ଛଡ଼ା ଯାଇଥିଲା । ଏନକ୍ଲୋଜର ମଧ୍ୟରେ ଛଡ଼ା ଯାଇଥିବା ବାରାହାକୁ ଶିକାର କରିଛି ଯମୁନା । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନି ସୂଚନା ଦେଇଛନ୍ତି । ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ବାରହା ଛଡା ଯାଇଥିବାବେଳେ ଯମୁନା ବାରହାକୁ ଶିକାର କରିଛି ।

Tigress Yamuna (Tigress Yamuna)

ଯମୁନାର ଆହାର ହେଲା ବାରହା:

ଗତ ୨୮ ତାରିଖ (ରବିବାର) ଦିନ ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତା ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରି ୨ ବର୍ଷ ୭ ମାସର ବାଘୁଣୀ ଯମୁନାକୁ ଶିମିଳିପାଳରେ ଅଣା ଯାଇଥିଲା । ଶିମିଳିପାଳ ଅଭୟାରଣ୍ୟର କୋର ଏରିଆର କବାଟଘାଇ ଠାରେ ପ୍ରସ୍ତୁତ ଏନକ୍ଲୋଜରରେ ଛଡା ଯାଇଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଏକ ସ୍ବତନ୍ତ୍ର ଟିମ ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ମଧ୍ୟ ଜଣାପଡିଛି । ତେବେ ଶିମିଳିପାଳ ଆସିବା ପରେ ପ୍ରଥମ କରି ଯମୁନାକୁ ବାରାହା ଦିଆ ଯାଇଥିଲା । ବାରହାକୁ ଶିକାର କରି ତାକୁ ଯମୁନା ନିଜର ଆହାର ବନେଇଛି ।

ଏହା ମଧ୍ୟ ପଢ଼ନ୍ତୁ...୬ ଦିନ ପରେ ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ବାଘୁଣୀ 'ଯମୁନା'

ଏହା ମଧ୍ୟ ପଢ଼ନ୍ତୁ...ଯମୁନାର ନୂଆ ଠିକଣା ଶିମିଳିପାଳ, ଏନକ୍ଲୋଜରରେ ବାଘୁଣୀକୁ ଛଡାଗଲା

ଏହା ମଧ୍ୟ ପଢ଼ନ୍ତୁ...ଆକର୍ଷିତ କରୁଛି ଶିମିଳିପାଳ: କେଉଁଠୁ ଓ କେମିତି ପହଞ୍ଚିବେ, ପର୍ଯ୍ୟଟକଙ୍କ ପାଇଁ ଏଥର କ’ଣ ନୂଆ ?

Tigress Yamuna (ETV Bharat Odisha)

ସମ୍ପୂର୍ଣ୍ଣ ସୁସ୍ଥ ଯମୁନା:

ସେପଟେ ଶିମିଳିପାଳର ଜଳବାୟୁ ଓ ପରିବେଶ ସହିତ ଖାପ ଖୁଆଇ ବାଘୁଣୀ ରହିବା ପାଇଁ ସମସ୍ତ ପ୍ରକ୍ରିୟା ଜାରି ରହିଛି । ଯମୁନା ଶିକାର କରି ନିଜ ଖାଦ୍ୟ ସଂଗ୍ରହ କରି ପାରୁଥିବା ବେଳେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ଏନକ୍ଲୋଜର ମଧ୍ୟରେ ସୁନ୍ଦର ଭାବେ ଚଳପ୍ରଚଳ କରୁଛି ଯମୁନା । ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏକ ଟିମ ଯମୁନାର ଗତିବିଧି ନିରୀକ୍ଷଣ କରୁଛନ୍ତି । ଆଉ କିଛି ଦିନ ଶିମିଳିପାଳରେ ଖାପ ଖୁଆଇ ରହି ପାରିବା ଶିଖିଗଲେ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଛଡ଼ାଯିବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details