ଓଡିଶା

odisha

ETV Bharat / state

ତାତିରୁ ଆଶ୍ବସ୍ତି ଆଣିଛି କାଳବୈଶାଖୀ ବର୍ଷା, ପୁଣି ୧୩ରୁ ବଢିବ ତାତି - WEATHER UPDATE - WEATHER UPDATE

WEATHER UPDATE: ରାଜ୍ୟରେ ତାତିରୁ ଆଶ୍ବସ୍ତି କାଳବୈଶାଖୀ ବର୍ଷା । ରାଜଧାନୀ ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୩ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ଓ କାଁ ଭାଁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରେ ୧୩ ତାରିଖ ପରଠାରୁ ରାଜ୍ୟରେ ପୁଣି ବଢିବ ତାତି । ଅଧିକ ପଢ଼ନ୍ତୁ

WEATHER UPDATE
WEATHER UPDATE

By ETV Bharat Odisha Team

Published : Apr 9, 2024, 7:49 PM IST

WEATHER UPDATE

ଭୁବନେଶ୍ବର: ପ୍ରବଳ ତାତିରୁ ସାମାନ୍ୟ ଆଶ୍ବସ୍ତି ଆଣିଦେଇଛି କାଳବୈଶାଖୀ ବର୍ଷା । ବର୍ଷା ଯୋଗୁଁ ରାଜ୍ୟରେ ତାତି କମିଥିବା ବେଳେ ଆଜି ଅନେକ ସ୍ଥାନରେ କୋହଲା ପାଗ ରହିଛି । କାଳବୈଶାଖୀ ବର୍ଷାରେ ୧୨ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ରାଜଧାନୀ ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୩ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ହେଲେ ଉପକୂଳରେ ସ୍ବାଭାବିକଠାରୁ ୩ରୁ ୪ ତାପମାତ୍ରା ବୃଦ୍ଧି ହୋଇଛି ।

କାଳବୈଶାଖୀ ବର୍ଷା ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ଓ କାଁ ଭାଁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରେ ୧୩ ତାରିଖ ପରଠାରୁ ରାଜ୍ୟରେ ପୁଣି ବଢିବ ତାତି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅର୍ଥାତ ୧୩ ତାରିଖ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ଦୃଷ୍ଟାନ୍ତ ମୂଳକ ବୃଦ୍ଧି ସମ୍ଭାବନା ରହିଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ବିଶେଷ କରି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ବର୍ଷା କମେଇଛି ଜଙ୍ଗଲ ନିଆଁ, ତଥାପି ବର୍ତ୍ତମାନ ସୁଦ୍ଧା 8000 ଜାଗାରେ ଜଳୁଛି ଜଙ୍ଗଲ ! - Forest Dept To Tackle Forest Fire

ସେ କହିଛନ୍ତି, "ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ ବର୍ଷାର ପରିମାଣ କମିବ । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ କାଁ ଭାଁ ସ୍ଥାନରେ ବର୍ଷା ହେବ । କୌଣସି ସତର୍କ ସୂଚନା ନାହିଁ । ପୁଣି ଧୀରେ ଧୀରେ ଖରା ବଢିବା ସହ ଗରମ ଅନୁଭୂତ ହେବ । ଗତ ୨୪ ଘଣ୍ଟାରେ ରାଜ୍ୟରେ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ୪୪.୦୦ ମିମି ବର୍ଷା ନୂଆପଡାରେ ରେକର୍ଡ ହୋଇଛି । ସେହିପର ୨.୦୦ ସେମିରୁ ଅଧିକା ୮ ସହରରେ ବର୍ଷା ରେକର୍ଡ ହୋଇଛି । ମାଲକାନଗିରିରେ ୩୮.7 ଡିଗ୍ରୀ ସର୍ବାଧିକ ତାପମାତ୍ରା ରାଜ୍ୟରେ ରେକର୍ଡ ହୋଇଥିଲା ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details