ଓଡିଶା

odisha

ETV Bharat / state

କାଲିଠୁ ଓଜେଇଇ: ପରୀକ୍ଷା ଦେବେ 65 ହଜାର 742 ପରୀକ୍ଷାର୍ଥୀ - Odisha Joint Entrance Examination - ODISHA JOINT ENTRANCE EXAMINATION

OJEE from tomorrow: ଆସନ୍ତାକାଲି ଓଜେଇଇ ପରୀକ୍ଷା ହେବାକୁ ଯାଉଛି । ସମ୍ପୂର୍ଣ୍ଣ ଭାବରେ ସିବିଟି ମୋଡ୍‌ରେ ପ୍ରତିଦିନ ତିନୋଟି ସିଫ୍ଟରେ ହେବ ଓଜେଇଇ ପରୀକ୍ଷା । ଅଧିକ ପଢନ୍ତୁ

OJEE from tomorrow
OJEE from tomorrow (Etv Bharat)

By ETV Bharat Odisha Team

Published : May 5, 2024, 7:13 PM IST

ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଯାଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା । ଏହି ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ସିବିଟି ମୋଡ୍‌ରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ବିଶେଷ ଭାବରେ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରତିଦିନ ତିନୋଟି ସିଫ୍ଟରେ ହେବ ଓଜେଇଇ ପରୀକ୍ଷା । ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟ ସକାଳ ୮ଟା ୩୦ ମିନିଟରୁ ମଧ୍ୟାହ୍ନ ୧୦ ଟା ୩୦ରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ବିତୀୟ ସିଫ୍ଟ ଅପରାହ୍ନ ୧୨ ଟା ୩୦ ମିନିଟରୁ ୨ ଟା ୩୦ ମିନିଟ ପର୍ଯ୍ୟନ୍ତ ଏବଂ ତୃତୀୟ ସିଫ୍ଟ ଅପରାହ୍ନ ୪ ଟା ୩୦ ମିନିଟରୁ ସନ୍ଧ୍ୟା ୬ ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ...ଆଜି NEET-UG ପରୀକ୍ଷା; 24 ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେବେ - NEET UG 2024

ପ୍ରଥମ ଦିନ ଅର୍ଥାତ ୬ ତାରିଖରେ ବିଟେକ୍ (ଏଲ୍‌ଇଟେକ୍‌, ଡିପ୍ଲୋମା) ପରୀକ୍ଷା ଥିବା ବେଳେ ୭ ତାରିଖରେ ଏଲ୍‌ଇ ଟେକ୍‌ (ଡିପ୍ଲୋମା), ଇଣ୍ଡିଗ୍ରେଟେଡ ଏମ୍‌ବିଏ (ଏକ ଘଣ୍ଟା) ଏବଂ ଏଲ୍‌ଇ ଟେକ୍ ବିଏସ୍‌ସି (ଏକ ଘଣ୍ଟା)ର ପରୀକ୍ଷା ରହିଛି । ସେହିଭଳି ଭାବରେ ୮ରେ ଏମ୍‌ବିଏ, ବି.କ୍ୟାଟ୍‌ (ସିନେମାଟୋଗ୍ରାଫି/ ସାଉଣ୍ଡ ରେକର୍ଡିଂ ଏବଂ ଡିଜାଇନ-ଏକ ଘଣ୍ଟା) ଏବଂ ଏଲ୍‌ଇ ଫାର୍ମ (ଏକ ଘଣ୍ଟା) ର ପରୀକ୍ଷା ରହିଛି । ସେହିଭଳି ୯ ତାରିଖରେ ବି.ଫାର୍ମର ପରୀକ୍ଷା ଥିବା ବେଳେ ୧୦ ତାରିଖରେ ଏମ୍‌ସିଏ, ବି.କ୍ୟାଟ୍‌ (ଫିଲ୍ମ ଏଡିଟିଙ୍ଗ-ଏକ ଘଣ୍ଟା), ଏମ୍‌.ଫାର୍ମ (ଏକ ଘଣ୍ଟା), ଏମ୍‌.ଆର୍କ, ଏମ୍‌.ପ୍ଲାନ ଏବଂ ଏମ୍‌.ଟେକର ପରୀକ୍ଷା ରହିଛି । ଏପଟେ ରାଜ୍ୟ ବାହାରର ପ୍ରାର୍ଥୀମାନେ ସରକାରୀ କଲେଜରେ ଆଡମିଶନ ପାଇବାକୁ ଯୋଗ୍ୟ ନୁହଁନ୍ତି । କିନ୍ତୁ ସେମାନେ ଓଡିଶା ସରକାରୀ ନିୟମ ଅନୁଯାୟୀ ଘରୋଇ କଲେଜରେ ଆଡମିଶନ ପାଇବାକୁ ଯୋଗ୍ୟ ଅଟନ୍ତି ।

ଏଥର ମୋଟ ସେଣ୍ଟର ସଂଖ୍ୟା ୬୦ଟି ଥିବା ବେଳେ ୫୭ ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଓ ୩ଟି ଯଥା ରାଞ୍ଚି, ପାଟନା ଓ କୋଲକାତାରେ ପରୀକ୍ଷା ଅନୁଷ୍ଠିତ ହେବ । ଏଥର ମୋଟ 65 ହଜାର 742 ପରୀକ୍ଷାର୍ଥୀ ଓଜେଇଇ ପରୀକ୍ଷା ଦେବ । ଓଡ଼ିଶାର ବିଭିନ୍ନ ସରକାରୀ ଏବଂ ବେସରକାରୀ ମହାବିଦ୍ୟାଳୟରେ B.Tech, B.Arch, B.Plan, Int MSc ଏବଂ MBBS, BDS, BAMS, BHMS ପାଠ୍ୟକ୍ରମରେ ଆଡମିଶନ ପାଇଁ ପ୍ରାର୍ଥୀଙ୍କୁ JEE (MAIN) -2024 କିମ୍ବା NEET (UG) -2024 ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, ସରକାରଙ୍କ ଦ୍ଵାରା ପରିଚାଳିତ ଏବଂ ହୋମିଓପାଥି କିମ୍ବା ଆୟୁର୍ବେଦ ପ୍ରାର୍ଥୀଙ୍କ PG ପାଠ୍ୟକ୍ରମରେ ଆଡମିଶନ ପାଇଁ AIAPGET-2024 ଆବଶ୍ୟକ । ତେବେ ଅଧିକ ସୂଚନା ପାଇବାକୁ ହେଲେ ଜଣେ ପରୀକ୍ଷାର୍ଥୀ । www.ojee.nic.in/www.odishajee.comୱେବସାଇଟ୍ ପରିଦର୍ଶନ କରିବାକୁ ନିର୍ଦେଶ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details